Indus Valley Times

ଏଏସ୍‌ଓ ପରୀକ୍ଷା ବିବାଦ ମାମଲା : ୨୦୨୨ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରଦ୍ଧ କଲେ ହାଇକୋର୍ଟ

 Breaking News

ଏଏସ୍‌ଓ ପରୀକ୍ଷା ବିବାଦ ମାମଲା : ୨୦୨୨ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରଦ୍ଧ କଲେ ହାଇକୋର୍ଟ

ଏଏସ୍‌ଓ ପରୀକ୍ଷା ବିବାଦ ମାମଲା : ୨୦୨୨ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରଦ୍ଧ କଲେ ହାଇକୋର୍ଟ
November 14
16:32 2022

କଟକ,୧୪/୧୧: ଆସିଷ୍ଟାଣ୍ଡ ସେକ୍ସନ ଅଫିସର ବା ASO ପରୀକ୍ଷା ବିବାଦ ମାମଲା । ଅସନ୍ତୁଷ୍ଟ ଆଶାୟୀଙ୍କ ଆଶ୍ୱସ୍ତି । ୨୦୨୨ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରଦ୍ଧ କଲେ ହାଇକୋର୍ଟ । ୨୦୧୬ ବିଜ୍ଞପ୍ତି ଆଧାରରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି।
ଖବର ଅନୁଯାୟୀ, OPSCପକ୍ଷରୁ ASOର ୭୯୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଗତ ସପ୍ତାହରେ ଏଏସଓ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ତେବେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଶହ ଶହ ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏନେଇ ହାଇକୋର୍ଟରେ ଏକାଧିକ ମାମଲା ହୋଇଥିଲେ । ସୋମବାର ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ।
ତେବେ କୋର୍ଟ ନିଜ ରାୟରେ କହିଛନ୍ତି ଯେ, ୨୦୨୨ ବିଜ୍ଞପ୍ତିକୁ ରଦ୍ଦ କରି ୨୦୧୬ ବିଜ୍ଞପ୍ତି ଆଧାରରେ ମେଧା ତାଲିକା ପ୍ରକାଶ କରିବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ଅସନ୍ତୁଷ୍ଟ ଥିବା ପ୍ରାର୍ଥୀଙ୍କ ଖୁସିର ମାହୋଲ ଦେଖିବାକୁ ମିଳିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031