Indus Valley Times

ଏକଛତ୍ରବାଦ ଶାସନ ବନ୍ଦ କରି ଗଣତନ୍ତ୍ରକୁ ରକ୍ଷା ପାଇଁ ଆହ୍ୱାନ ଦେଲା କଂଗ୍ରେସ

 Breaking News

ଏକଛତ୍ରବାଦ ଶାସନ ବନ୍ଦ କରି ଗଣତନ୍ତ୍ରକୁ ରକ୍ଷା ପାଇଁ ଆହ୍ୱାନ ଦେଲା କଂଗ୍ରେସ

ଏକଛତ୍ରବାଦ ଶାସନ ବନ୍ଦ କରି ଗଣତନ୍ତ୍ରକୁ ରକ୍ଷା ପାଇଁ ଆହ୍ୱାନ ଦେଲା କଂଗ୍ରେସ
March 26
16:12 2025

ଭୁବନେଶ୍ବର, ୨୬/୩ : ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଚି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଆଇନ ଅନୁସାରେ ବିଧାନସଭା ଭିତରକୁ ଯାଇ ନ ପାରେ, କିନ୍ତୁ ବିଧାନସଭା ଭିତରକୁ ଜଣେ ପୂର୍ବତନ ବିଧାୟକ ଯାଇପାରିବ। ପୁଲିସ ବାଚସ୍ପତିଙ୍କ ବିନା ଅନୁମତିରେ ବିଧାନସଭା ଭିତରକୁ ଯାଇ ପାରିବେ ନାହିଁ ବୋଲି କହି ଆମକୁ ଭିତରକୁ ଛାଡ଼ିଲା ନାହିଁ।
ବାଚସ୍ପତିଙ୍କ ସହ ଫୋନ ଯୋଗେ କଥା ହେବା ପାଇଁ ଚେଷ୍ଟା କରିଥିଲି, ହେଲେ ସେ ଫୋନ ଉଠାଇଲେ ନାହିଁ। ଗୃହ ଭିତରେ ଆମ ବିଧାୟକଙ୍କୁ ଆକ୍ରମଣର ଖବର ଆସିଥିଲା।
ଏକଛତ୍ରବାଦ ଶାସନ ଚାଲିଛି। ଗଣତନ୍ତ୍ରର ହତ୍ୟା କରାଯାଇଛି। କଂଗ୍ରେସ ଦଳ ଏହାକୁ ନିନ୍ଦା କରୁଛି। ମହିଳା ନିର୍ଯ୍ୟାତନାକୁ ନେଇ ନା ଗୃହ କମିଟି ଗଠନ କରାଯାଉଛି ନା ଆଲୋଚନା ହେଉଛି। ନିଆଁରେ ଘିଅ ପକେଇଲା ଭଳି ସରକାର ପଦକ୍ଷେପ ନେଇଛନ୍ତି। ଲୋକେ ଆହୁରି ଉତ୍ତେଜିତ ହେବେ। ସାଧାରଣ ଲୋକ ଏହାର ଜବାବ ଦେବେ।
ପୁଲିସ ବାଚସ୍ପତିଙ୍କ ବିନା ଅନୁମତିରେ ବିଧାନସଭା ଭିତରକୁ ଯାଇ ପାରିବେ ନାହିଁ ବୋଲି କହି ଆମକୁ ଭିତରକୁ ଛାଡ଼ିଲା ନାହିଁ।ବାଚସ୍ପତିଙ୍କ ସହ ଫୋନ ଯୋଗେ କଥା ହେବା ପାଇଁ ଚେଷ୍ଟା କରିଥିଲି, ହେଲେ ସେ ଫୋନ ଉଠାଇଲେ ନାହିଁ।
ଗୃହ ଭିତରେ ଆମ ବିଧାୟକଙ୍କୁ ଆକ୍ରମଣର ଖବର ଆସିଥିଲା। ଏକଛତ୍ରବାଦ ଶାସନ ଚାଲିଛି। ଗଣତନ୍ତ୍ରର ହତ୍ୟା କରାଯାଇଛି। କଂଗ୍ରେସ ଦଳ ଏହାକୁ ନିନ୍ଦା କରୁଛି। ମହିଳା ନିର୍ଯାତନାକୁ ନେଇ ନା ଗୃହ କମିଟି ଗଠନ କରାଯାଉଛି ନା ଆଲୋଚନା ହେଉଛି। ନିଆଁରେ ଘିଅ ପକେଇଲା ଭଳି ସରକାର ପଦକ୍ଷେପ ନେଇଛନ୍ତି। ଲୋକେ ଆହୁରି ଉତ୍ତେଜିତ ହେବେ। ସାଧାରଣ ଲୋକ ଏହାର ଜବାବ ଦେବେ।
ଏଣେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀ ନାରୀ ନିର୍ଯାତନା ପ୍ରସଙ୍ଗରେ ବିବୃତି ଦେଲେ ନାହିଁ। ନଭେମ୍ବର ଠାରୁ ରାଜ୍ୟରେ ମହିଳା କମିଶନ ଗଠନ ହୋଇ ନାହିଁ। ଆମର ୧୪ଜଣ ବିଧାୟକଙ୍କୁ ନିଲମ୍ବନ କରାଗଲା। ପୂର୍ବତନ ବରିଷ୍ଠ ବିଧାୟକଙ୍କୁ ବିଧାନସଭା ଭିତରକୁ ଯିବା ଲାଗି ଅନୁମତି ଦିଆଗଲାନାହଁ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031