Indus Valley Times

ଏଣିକି ରାଜଧାନୀ ଆସିଲେ ରହିବା ପାଇଁ ହଇରାଣ ହେବାକୁ ପଡ଼ିବନି, ପ୍ରତି ଜିଲ୍ଲା ଲୋକଙ୍କ ପାଇଁ ହେବ ଗେଷ୍ଟ ହାଉସ୍

 Breaking News

ଏଣିକି ରାଜଧାନୀ ଆସିଲେ ରହିବା ପାଇଁ ହଇରାଣ ହେବାକୁ ପଡ଼ିବନି, ପ୍ରତି ଜିଲ୍ଲା ଲୋକଙ୍କ ପାଇଁ ହେବ ଗେଷ୍ଟ ହାଉସ୍

ଏଣିକି ରାଜଧାନୀ ଆସିଲେ ରହିବା ପାଇଁ ହଇରାଣ ହେବାକୁ ପଡ଼ିବନି, ପ୍ରତି ଜିଲ୍ଲା ଲୋକଙ୍କ ପାଇଁ ହେବ ଗେଷ୍ଟ ହାଉସ୍
June 08
18:56 2025

ଭୁବନେଶ୍ୱର, ୮/୬: ଏଣିକି ଓଡ଼ିଶାର ଯେକୌଣସି ଜିଲ୍ଲାରୁ ରାଜଧାନୀକୁ ରହିବାକୁ ଆସିଲେ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। କାରଣ ଏଥିପାଇଁ ରାଜଧାନୀରେ ନିର୍ମାଣ ହେବାକୁ ଯାଉଛି ଗେଷ୍ଟହାଉସ।
ପ୍ରତି ଜିଲ୍ଲା ପାଇଁ ୧୦୦ କୋଠାରୀ ବିଶିଷ୍ଟ ଗେଷ୍ଟ୍ ହାଉସ୍ ହେବ । ୩୦ ଜିଲ୍ଲା ପାଇଁ ୩୦୦୦ କୋଠରି ନିର୍ମାଣ କରାଯିବ ଏବଂ ପ୍ରତି ଜିଲ୍ଲା ନାଆଁରେ ଏହାକୁ ନାମିତ କରାଯିବ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ଅନେକ ଲୋକେ ରାଜଧାନୀକୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇଁ ଆସିଥାନ୍ତି। ଏଥିସହିତ ଶିକ୍ଷା ଲାଭ କରିବାକୁ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ସୁବିଧା ପାଇବାକୁ ମଧ୍ୟ ଆସିଥାନ୍ତି।
ତେଣୁ ରହିବାକୁ ପାଇଁ ଲୋକମାନେ ହୋଟେଲ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଲୋକଙ୍କ ସୁବିଧା ପାଇଁ ସରକାର ଗେଷ୍ଟ ହାଉସ ପ୍ରସ୍ତୁତ କରିବେ, ଯାହାଦ୍ୱାରା ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031