Indus Valley Times

ଏଥର ରଜରେ ଭିଜିବନି ଓଡ଼ିଶା, କଲବଲ କରିବ ତାତି!

 Breaking News

ଏଥର ରଜରେ ଭିଜିବନି ଓଡ଼ିଶା, କଲବଲ କରିବ ତାତି!

ଏଥର ରଜରେ ଭିଜିବନି ଓଡ଼ିଶା, କଲବଲ କରିବ ତାତି!
June 10
16:55 2023

ନୂଆଦିଲ୍ଲୀ,୧୦/୬ : ଏଥର ରଜରେ ଭିଜିବେନି ରାଜ୍ୟବାସୀ ବରଂ ଖରା ସାଙ୍ଗକୁ ଗୁଳୁଗୁଳିରେ ସିଝିବେ। କାରଣ ଏଥର ରଜ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ।
ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର କେରଳକୁ ଛୁଇଁବା ସହ କର୍ଣ୍ଣାଟକ ଓ ତାମିଲନାଡ଼ୁର କିଛି ଅଂଶରେ ପହଞ୍ଚିଛି । ଏହା ସହିତ ଉତ୍ତର-ପୂର୍ବ ଭାରତର କିଛି ଅଂଶକୁ ଛୁଇଁଛି ।
ଆଗାମୀ ୨-୩ଦିନରେ ଏହା ସିକ୍କିମ, ହିମାଳୟ ପାଦବର୍ତ୍ତୀ ପଶ୍ଚିମବଙ୍ଗରେ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ତେବେ ମୌସୁମୀ ଓଡ଼ିଶା ଆସୁ ଆସୁ ୧୫ ତାରିଖ ଟପିଯାଇପାରେ ।
ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଓ ୧୫ ତାରିଖ କିମ୍ବା ତା ପରେ ଓଡ଼ିଶାକୁ ମୌସୁମୀ ଆସିବ । କିନ୍ତୁ ଏପର‌୍ୟ୍ୟନ୍ତ ଏ ସଂପର୍କରେ ନିର୍ଦ୍ଦିଷ୍ଟଭାବେ ଜଣାପଡ଼ିନାହିଁ ।
ସେହିପରି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ମଧ୍ୟ କହିଛି ଯେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର-ପୂର୍ବ ଭାରତକୁ ମୌସୁମୀକୁ ଟାଣି ଆଣିବାରେ ସହାୟକ ହେବ । ଏହା ଫଳରେ ଏ ଅଂଚଳରେ ବର୍ଷା ଅଭାବ କମିବ । ଆସନ୍ତା ସପ୍ତାହରେ ଉତ୍ତର-ପୂର୍ବରାଜ୍ୟର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
କିନ୍ତୁ ପୂର୍ବ ଭାରତରେ ମୌସୁମୀ ଆସିବାରେ ବିଳମ୍ବ ହେବ। ଆସନ୍ତା ୪-୫ ଦିନ ପର‌୍ୟ୍ୟନ୍ତ ପୂର୍ବ ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏଣୁ ଏଥର ରଜ ବେଳେ ଗରମ ଅନୁଭୂତ ହେବ । ତେବେ ୧୫ ପରେ ସ୍ଥିତିରେ ଉନ୍ନତି ଆସିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031