Indus Valley Times

ଏଥର ୧୦ ଦିନ ମିଳିବ ଖରା ଛୁଟି, ମେ ପହିଲାରୁ ଜୁନ ଯାଏ ସକାଳୁଆ ସ୍କୁଲ

 Breaking News

ଏଥର ୧୦ ଦିନ ମିଳିବ ଖରା ଛୁଟି, ମେ ପହିଲାରୁ ଜୁନ ଯାଏ ସକାଳୁଆ ସ୍କୁଲ

April 16
16:46 2022

ଭୁବନେଶ୍ୱର,୧୬/୪: ଚଳିତ ବର୍ଷ ସ୍କୁଲରେ ଖରାଛୁଟି ଅବଧିକୁ କମାଇ ଦେଇଛନ୍ତି ରାଜ୍ୟ ସରକାର। ପ୍ରତି ବର୍ଷ ଦେଢ଼ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଖରାଛୁଟି ହେଉଥିବା ବେଳେ ଏଥର ମାତ୍ର ୧୦ ଦିନରେ ଏହାକୁ ସୀମିତ ରଖାଯାଇଛି।
ଜୁନ୍ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକୁ ଖରାଛୁଟି ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
କୋଭିଡ୍-୧୯ ଯୋଗୁ ଗତ ୨ ବର୍ଷ ହେବ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଥିଲା। ସେଥିପାଇଁ ଏଥର ପିଲାଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ଖରାଛୁଟିକୁ କାଣ୍ଟଛାଣ୍ଟ କରାଯାଇଛି। ଏହା ସହିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଅବ୍ୟାହତ ରହିବ।
ତେବେ ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ କରାଯାଇଛି, ଯାହା ମେ’ ପହିଲାରୁ ଲାଗୁ ହେବ। ମେ’ ୧ ତାରିଖରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ। ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଏହି ସମୟରେ ସ୍କୁଲ୍ ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଉପଯୁକ୍ତ ହିତାଧିକାରୀଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଦିଆଯିବ ବୋଲି କୁହାଯାଇଛି।
ସେହିପରି ଏପ୍ରିଲ ୨୦ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ ପ୍ରମୋସନ କରାଯିବ। ହେଲେ ଏଥିନିମନ୍ତେ ପରୀକ୍ଷା କରାଯିବ ନା ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ କ୍ଲାସ ପ୍ରମୋସନ ମିଳିବ, ସେ ନେଇ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶରେ କିଛି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ଏହାବାଦ୍ ଏପ୍ରିଲ ୨୦ରୁ ୩୦ ତାରିଖ ମଧ୍ୟରେ ପ୍ରଥମରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରି-ଆଡମିଶନ୍ ସାରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ନବମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଦେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ସେମାନଙ୍କ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଫଳ ପ୍ରକାଶ କରିବା ତଥା ସେମାନଙ୍କୁ ଦଶମ ଶ୍ରେଣୀକୁ ଉନ୍ନୀତ କରିବା ପ୍ରକ୍ରିୟାକୁ ମେ’ ୧୦ ତାରିଖ ସୁଦ୍ଧା ଶେଷ କରିବାକୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031