Indus Valley Times

ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମମାଡ,ଘର କାନ୍ଥ ଭାଙ୍ଗି ଜଣେ ଆହାତ

 Breaking News

ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମମାଡ,ଘର କାନ୍ଥ ଭାଙ୍ଗି ଜଣେ ଆହାତ

ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମମାଡ,ଘର କାନ୍ଥ ଭାଙ୍ଗି ଜଣେ ଆହାତ
April 24
10:47 2022

ପୁରୀ, ୨୪/୪: ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ। ପ୍ରଥମେ ଫୋନରେ ଧମକ ଦେଲେ, କିଛି ସମୟ ପରେ ଆସି ବୋମା ଫିଙ୍ଗି ଫେରାର ହୋଇଗଲେ। ଏପରି ଘଟଣା ଘଟିଛି ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମସଜିଦ ପାଖରେ ।
ସୂଚନାନୁସାରେ, ପୁରୀ ମୁନିସିପାଲିଟି ଅଫିସରେ ଏନଫୋର୍ସ ମେଣ୍ଟ ଅଧିକାରୀ ଭାବେ କାର‌୍ୟ୍ୟ କରନ୍ତି କାଶିନାଥ ମହାରଣା । ତାଙ୍କ ଘର ଉପରକୁ ହୋଇଛି ବୋମାମାଡ। ଦୁର୍ବୁତ୍ତ ମାନେ ତିନୋଟି ବୋମା ମାଡ କରି ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୁତ୍ତଙ୍କ ବୋମାମାଡରେ କାଶିନାଥଙ୍କ ଝିଅ ଆହତ ହୋଇଥିବା ବେଳେ ଘରର କାନ୍ଥ ଭାଙ୍ଗି ଯାଇଛି।
ତେବେ ଗତ ୧୬ ତାରିଖରେ କାଶୀନାଥଙ୍କ ଘରୁ ଦୁର୍ବୁତ୍ତମାନେ ପାରା ଚୋରି କରିଥିଲେ। ଏନେଇ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରିନଥିଲା। ତେବେ ଶନିବାର ଅଭିଯୁକ୍ତମାନେ ଥାନାରୁ ଚୋରି କେଶ୍ ଉଠାଇବା ପାଇଁ ଫୋନରେ ଧମକ ଦେଇଥିଲେ। ଧମକ ଦେବାର କିଛି ସମୟ ପରେ ଆସି ବୋମା ପକାଇ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି କାଶୀନାଥଙ୍କ ପରିବାର ଲୋକେ।

Tags
Share

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031