Indus Valley Times

ଏପ୍ରିଲ ୨୮ରୁ ଯୁକ୍ତ ୨ ପରୀକ୍ଷା, ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂରେ ହେବ ପରୀକ୍ଷା

 Breaking News

ଏପ୍ରିଲ ୨୮ରୁ ଯୁକ୍ତ ୨ ପରୀକ୍ଷା, ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂରେ ହେବ ପରୀକ୍ଷା

ଏପ୍ରିଲ ୨୮ରୁ ଯୁକ୍ତ ୨ ପରୀକ୍ଷା, ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂରେ ହେବ ପରୀକ୍ଷା
March 17
15:54 2022

ଭୁବନେଶ୍ବର, ୧୭/୩ : ଆଗାମୀ ଏପ୍ରିଲ୍ ୨୮ ତାରିଖରୁ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଯୁକ୍ତ ଦୁଇ ଦ୍ବାଦଶ ପରୀକ୍ଷା ହେବ ବୋଲି ଜଣାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଏଥର ମୋଟ୍ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି।
ଏଥର ଅଫଲାଇନ୍ ମୋଡରେ ପରୀକ୍ଷା ହେବ। ତେବେ ଖରାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ । ସକାଳ ୯ଟାରୁ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ତେବେ କରୋନା କାରଣରୁ କିଛିଟା କୋହଳ କରାଯାଇଛି ପରୀକ୍ଷା ବ୍ୟବସ୍ଥାରେ। ତାହା ଅନୁଯାୟୀ ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ।
ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ କ୍ୱାର୍ଟର ଏଣ୍ଡରେ ହୋଇଥିବା ପରୀକ୍ଷାର ୨୦ ପ୍ରତିଶତ ମାର୍କକୁ ହିସାବକୁ ନିଆଯିବ ବୋଲି ଜଣାଯାଇଛି।ଯେଉଁଥିରେ ଅଧିକ ମାର୍କ ଥିବ, ତାକୁ ଗୂଡ଼ାନ୍ତ ଭାବେ ଗ୍ରହଣ କରାଯିବ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031