Indus Valley Times

ଏଫ୍‌ଏମ୍ କଲେଜରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଛାତ୍ରୀ

 Breaking News

ଏଫ୍‌ଏମ୍ କଲେଜରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଛାତ୍ରୀ

ଏଫ୍‌ଏମ୍ କଲେଜରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଛାତ୍ରୀ
July 12
17:03 2025

ବାଲେଶ୍ବର, ୧୨/୭ : ଫକୀର ମୋହନ ମହାବିଦ୍ୟାଳୟର ଗେଟ୍ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି । ପେଟ୍ରୋଲ ଢାଳି ନିଆଁ ଲଗାଇ ନିଜକୁ ଜାଳିଦେଲେ ଛାତ୍ରୀ । କଲେଜ ଅଧ୍ୟାପକ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଧାରଣା ଦେଇ ଏପରି କାଣ୍ଡ ଭିଆଇଛନ୍ତି । ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ବି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଉଭୟ ଛାତ୍ରୀ ବାଲେଶ୍ବର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ମିଳିଛି ।
ଗୁରୁତର ଥିବା ଛାତ୍ରୀ ଜଣଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଛି,ଅବସ୍ଥା ସଂକଟାପନ୍ନ ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଘଟଣା ଘଟିବା ସମୟରେ ଅଫିସ୍ କର୍ମଚାରୀ ଥିଲେ କିନ୍ତୁ କେହି ବି ବଞ୍ଚାଇବାକୁ ଚେଷ୍ଟା କଲେନି ବୋଲି ଅଭିଯୋଗ ହୋଇଛି । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ମହାବିଦ୍ୟାଳୟ ପରିସରଠାରୁ ହସ୍ପିଟାଲ୍ ପର୍ଯ୍ୟନ୍ତ ସବୁଠି ଅସନ୍ତୋଷ ପ୍ରକାଶ ପାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031