Indus Valley Times

ଏବେ ଭୁବନେଶ୍ବରରେ ବିଶ୍ବସ୍ତରୀୟ ଷ୍ଟାର୍ଟଅପ ଇନକୁବେସନ ସେଣ୍ଟର ‘ଓ-ହବ୍’

 Breaking News

ଏବେ ଭୁବନେଶ୍ବରରେ ବିଶ୍ବସ୍ତରୀୟ ଷ୍ଟାର୍ଟଅପ ଇନକୁବେସନ ସେଣ୍ଟର ‘ଓ-ହବ୍’

December 18
22:06 2021

ଭୁବନେଶ୍ବର,୧୮/୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ପଟିଆ ଏସଇଜେଡଠାରେ ବିଶ୍ବସ୍ତରୀୟ ଷ୍ଟାର୍ଟ ଅପ୍ ଇନକୁବେସନ ସେଣ୍ଟର ‘ଓ-ହବ୍’ର ଉଦଘାଟନ କରିଛନ୍ତି । ଏହି ଇନକୁବେସନ ସେଣ୍ଟର ରାଜ୍ୟରେ ଷ୍ଟାର୍ଟଅପମାନଙ୍କୁ ଗଢିବା ଓ ସେଗୁଡ଼ିକର ଅଭିବୃଦ୍ଧିରେ ସହାୟକ ହୋଇପାରିବ ।
ପ୍ରାୟ ଦେଢ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ଅବସ୍ଥିତ ଏହି ଇନକୁବେସନ ସେଣ୍ଟରରେ ଷ୍ଟାର୍ଟ-ଅପମାନଙ୍କ ସହାୟତା ଲାଗି ଅତ୍ୟାଧୁନିକ ଭିତ୍ତିଭୂମି ରହିଛି ।
ଏହାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଇନକୁବେସନ ସେଣ୍ଟର ଓ-ହବ୍ ଉଦ୍ଭାବନ ଓ ବ୍ୟବସାୟ ଜଗତର ଏକ ମିଳନସ୍ଥଳୀ ହେବ । ଗୋଟିଏ ଛାତ ତଳେ ଉଦ୍ଭାବକ, ମେଣ୍ଟର, କର୍ପୋରେଟ ସଂସ୍ଥା, ସହାୟକ ସଂସ୍ଥାମାନେ ଏକାଠି ହୋଇପାରିବେ । ସେ କହିଛନ୍ତି ଯେ, ଏହା ପ୍ରତି ବର୍ଷ ପ୍ରାୟ ୨୦୦ ଷ୍ଟାର୍ଟଅପକୁ ଛିଡ଼ା କରିବାରେ ସହାୟକ ହୋଇପାରିବ । ବିଭିନ୍ନ କ୍ଷେତ୍ର ଯଥା ସ୍ବାସ୍ଥ୍ୟସେବା, ଆଇସିଟି, ନବୀକରଣଯୋଗ୍ୟ ଶକ୍ତି, ମେସିନ ଲର୍ଣ୍ଣିଙ୍ଗ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଭର୍ଚୁଆଲ ରିଅଲିଟି, ଆଇଓଟି, ହାଣ୍ଡଲୁମ, ଏଗ୍ରିଟେକ୍ ଆଦି ବିଭିନ୍ନ କ୍ଷେତ୍ରରେ ଗଢିଉଠୁଥିବା ଷ୍ଟାର୍ଟଅପଗୁଡ଼ିକୁ ଆକୃଷ୍ଟ କରିପାରିବ । ୨୦୨୫ ସୁଦ୍ଧା ରାଜ୍ୟରେ ୫ ହଜାର ଷ୍ଟାର୍ଟଅପ୍ ପାଇଁ ରଖିଥିଲା ଲକ୍ଷ୍ୟ ପୂରଣ ହେବ ବୋଲି ସେ ଆଶାପ୍ରକଟ କରିଛନ୍ତି ।
ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚି, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031