Indus Valley Times

ଏମିତି ବିଧାନସଭା ଅଧିବେଶନ ଧୋଇଯିବା ଗଣତନ୍ତ୍ର ପ୍ରତି ଏକ ଉପହାସ

 Breaking News

ଏମିତି ବିଧାନସଭା ଅଧିବେଶନ ଧୋଇଯିବା ଗଣତନ୍ତ୍ର ପ୍ରତି ଏକ ଉପହାସ

ଏମିତି ବିଧାନସଭା ଅଧିବେଶନ ଧୋଇଯିବା ଗଣତନ୍ତ୍ର ପ୍ରତି ଏକ ଉପହାସ
December 11
19:02 2021

ସ୍ୱାଗତିକା ଭୂତିଆ
ଭୁବନେଶ୍ୱର, ୧୧/୧୨: ଚଳିତ ବର୍ଷ ବିଧାନସଭା ଶୀତ ଅଧିବେଶନ ଡିସେମ୍ବର ୧ରୁ ଆରମ୍ଭ ହୋଇ ଡିସେମ୍ବର ୩ ତାରଶଖରେ ଶେଷ ହେବା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା । ହେଲେ ଧାର୍ଯ୍ୟ ସମୟରେ ଯଥେଷ୍ଟ ପୁର୍ବରୁ ଅନିଦ୍ଦିଷ୍ଟ କାଳ ପାଇଁ ଗୃହକୁ ବନ୍ଦ କରିଦିଆଯାଇଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ଚର‌୍ୟ୍ୟ କରିଛି ।
ମାସେ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭା କେବଳ ୯ଦିନ ଚାଲିପାରିଛି । ବାକି ୨୬ଟି କାର୍ଯ୍ୟଦିବସ ସମ୍ପୃର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ଦୁôଃଖର ବିଷୟ ହେଉଛି ଯେ ଯେଉଁ ୯ଦିନ ବିଧାନସଭା ଚାଲିଛି ତାହା ପୁଣି କେବଳ ଦୁଇ ଘଂଟା ପାଇଁ ଚାଲି ବନ୍ଦ ହୋଇଛି । ତାହାରି ଭିତରେ ସରକାର ତରବରିଆ ଭାବେ ବିଭିନ୍ନ ବିଭାଗର ବିଲ୍ପାସ୍ କରିଦେଇଛନ୍ତି । କୌଣସି ଆଲୋଚନା ପର‌୍ୟ୍ୟାଲୋଚନା କାରିବାକୁ ସମୟ ନଦେଇ ସରକାର ଏଭଳି ବିଲପାସ୍ କରାଇବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।
ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ବାରମ୍ବାର ଗୃହକୁ ହଟ୍ଟଗୋଳ କରି ବନ୍ଦ କରିବା ଦ୍ୱାରା ଗୃହ ସ୍ୱଭାବିକ ଭାବେ ଚାଲିପାରିନଥିଲା । ଫଳରେ ବହୁ ଗୁୁରୁତ୍ୱପୁର୍ଣ୍ଣ ପ୍ରସଂଙ୍ଗ ଆଲୋଚନା ହୋଇପାରିନଥିଲା ।
ବିରୋଧୀଙ୍କ ଦାବି ହେଲା ମମିତା ମେହର ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍ଲାର କରାଯାଉ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଗୃହକୁ ଆସି ବିରୋଧୀଙ୍କ ପ୍ରଶ୍ନର ଉତର ରଖନ୍ତୁ । ମମିତା ମେହେର ମୃତ୍ୟୁର ନିରପେକ୍ଷ ଓ ସ୍ୱତନ୍ତ୍ର ତଦନ୍ତ ହେଉ । ବିରୋଧୀ ତାଙ୍କ ଦାବିରେ ଜିଦ୍ ରହିବାରୁ ଗୃହକୁ ବାରମ୍ବାର ଅସ୍ୱାଭାବିକ ହୋଇପଡିଥିଲା ।
ଗୃହ ସଂମ୍ପାଦାନ କରୁଥିବା ବାଚସ୍ପତି ସୁର୍ଯ୍ୟନାରୟଣ ପାତ୍ର ବିରୋଧିଙ୍କ ହଟଗୋଳରୁ ଗୃହକୁ ସ୍ୱଭାବିକ କରିପାରିବାରେ ସକ୍ଷମ ହୋଇପାରିଲେନି । ଷେଶରେ ବାଚସ୍ପତି କହିଥିଲେ ‘ଗୃହ ଭିତରେ ଏଭଳି କାର୍ଯ୍ୟକଳାପ ଦେଖି ମୁଁ ନାଚାର’ ମୁଁ ଏଭଳି ହଟଗୋଳ ଭିତରେ ଗୃହ କାର‌୍ୟ୍ୟକୁ ଆଗକୁ ସମ୍ପାଦାନ କରିପାରିବି ନାହିଁ । ଏଭଳି ପ୍ରତିକ୍ରିୟା ଦେଇ ଗୃହକୁ ଧାର୍ଯ୍ୟ ସମୟର ଯଥେଷ୍ଟ ପୁର୍ବରୁ ବନ୍ଦ କରିଦେଲେ । ଯାହା ବଡ ଆଶ୍ଚର୍ଯ୍ୟକର କଥା ।
ଗୃହର ମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୃହକୁ ସ୍ୱାଭିବକ ଚଳାଇବା ପାଇଁ ପ୍ରୟାସ ନକରିବା ଏକ ବଡ଼ ଦ୍ୱନ୍ଦ ସୃଷ୍ଟି କରିଛି । ତତ୍ ସହିତ ମୁଖ୍ୟମନ୍ତ୍ରୀ ବିଧାୟକଙ୍କ କଥାକୁ କର୍ଣ୍ଣପାତ କରିନଥିଲେ ଏବଂ ଗୃହ ସ୍ୱଭାବିକ ହେବା ପାଇଁ କିଛିିବି ପଦକ୍ଷେପ ନେଲେ ନାହିଁ ।
ଗଣତନ୍ତ୍ରର ମୁଖ୍ୟ ନିୟମ ହେଲା ବିଧାନସଭା ଚାଲିବା ଦରକାର । ଗଣତନ୍ତ୍ରର ନିୟମ ଅନୁୁସାରେ ଗୃହକୁ ଠିକ୍ ଭାବେ ସମ୍ପାଦାନ କରିବାର ଗୁରୁ ଦାୟିତ୍ୱ ହେଲା ଗୃହର ମୁଖ୍ୟ ମୁଖ୍ୟମନ୍ତ୍ରୀ, ବାତସ୍ପତି ଏବଂ ମୁଖ୍ୟ ସଚେତକ ଙ୍କର ଯାହା ଏହି କ୍ଷେତ୍ରରେ ବିଫଳ ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ସୁର୍ଯ୍ୟନାରୟଣ ପାତ୍ର ଓ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ତାଙ୍କ ଦାଯିତ୍ୱ ତୁଲାଇବାରେ ବିଫଳ ହୋଇଛନ୍ତି ।
ସରକାରଙ୍କ ବ୍ୟତିତ ବିରୋଧୀଙ୍କର ମଧ୍ୟ ଦାୟିତ୍ୱ ରହିବା ଉଚିତ ଏବଂ ସଚେତନ ହେବା ଆବଶ୍ୟକ ଯଦି ସରକାର ଗୃହକୁ ସ୍ୱଭାବିକ କରିବାରେ ବିଫଳ ହେଉଛନ୍ତି ସେଠି ବିରୋଧି ସରକାରଙ୍କୁ ସହଯୋଗ କରି ଗୃହ କାର୍ଯ୍ୟ ସମ୍ପାଦାନ କରିବେ । କିଭଳି ରାଜ୍ୟର ଅନ୍ୟାନ୍ୟ ଗୁରୁତ୍ୱ ପୁର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇପାରିବ । କାରଣ ବିଧାନସଭା ହେଉଛି ଏକ ପବିତ୍ର ଗୃହ ଯେଉଁଠି ସାଧାରଣ ଲୋକଙ୍କ ସମସ୍ୟା ବିଷ୍ରରେ ସରକାରଙ୍କ ସହ ଆଲୋଚନା କରି ତା’ର ସମାଧାନ ବାଟ ବାହାର କରିବା ।
ପୁର୍ବରୁ ମଧ୍ୟ ଦୃଷ୍ଟାନ୍ତ ରହିଛି । ଗୃହକୁ ସ୍ୱଭାବିକ କରିବା ପାଇଁ ବିରୋଧୀ ଗୋଟେ ପ୍ରସଙ୍ଗକୁ ଛାଡି ରାଜ୍ୟର ଅନେକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗକୁ ଜିରୋ ଆୱାରରେ ଉଠାଇ ତା’ ଉପରେ ଆଲୋଚନା କରିଛି ।
ଏହି ଗଣତନ୍ତ୍ର ପଦ୍ଧତି ବା ବିଧାନସଭା ପ୍ରଥମେ ଇଂଲଣ୍ଡ ଠାରୁଆରମ୍ଭ ହୋଇଛି । ଦେଖାଯାଇଛି ଇଂଲଣ୍ଡର ହାଉସ ଅଫ୍ କମନସ୍ ତା’ର କୌଣସି ଗୋଟିଏ ଦିନବି ଅଚଳାବସ୍ଥା ପରିସ୍ଥିତି ଉପୁଜିନି । ଏଠି ସ୍ୱାଭାବିକ ପ୍ରଶ୍ନ ଉଠେ ଯେ ତା’ହାଲେ ଆମ ଗଣତନ୍ତ୍ରରେ କ’ଣ ପାଇଁ ବାରମ୍ବାର ଏଭଳି ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି ହେଉଛି?
ଏହି ଆମରର ଶାସନ ବ୍ୟବସ୍ଥା ଢ଼ିଲା ହୋଇଯାଇଛି ନା ସରକାରଙ୍କର ଅବହେଳା ପାଇଁ ଏଭଳି ପରିସ୍ଥିତି ଉପୁଜୁଛି ।

Washout of Odisha Assembly is a mockery of democracy

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031