Indus Valley Times

ଏଲପିଜି ସିଲିଣ୍ଡର ବୋଝେଇ ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ଡ୍ରାଇଭର

 Breaking News

ଏଲପିଜି ସିଲିଣ୍ଡର ବୋଝେଇ ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ଡ୍ରାଇଭର

ଏଲପିଜି ସିଲିଣ୍ଡର ବୋଝେଇ ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲା ଡ୍ରାଇଭର
October 02
10:47 2021

ସୁନ୍ଦରଗଡ,୨/୧୦ : ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରସରାଜପୁର ନିକଟ ହାଇୱେରେ ଏକ ଏଲ୍ପିଜି ବୋଝେଇ ଚଳନ୍ତା ଟ୍ରକରେ ନିଆଁ ଲାଗିଯାଇଛି। ରାସ୍ତା ଉପରେ ଟ୍ରକଟି ହୁତୁ ହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା।
ତେବେ ଗାଡ଼ିରେ ଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ମିଳିଥିବା ସୂଚନା ଅନୁସାରେ, ଶନିବାର ସକାଳେ ଏଲ୍ପିଜି ବୋଝେଇ ଚଳନ୍ତା ଟ୍ରକଟି ଝାରସୁଗୁଡ଼ାରୁ ରାଉରକେଲା ଅଭିମୁଖେ ଯାଉଥିଲା। ଏହି ସମୟରେ ରସରାଜପୁର ନିକଟ ହାଇୱେରେ ଇଞ୍ଜିନରେ ନିଆଁ ଲାଗି ଯାଇଥିବା ଡ୍ରାଇଭର ଜାଣି ପାରିଥିଲେ। ପରେ ସେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଯାଇ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031