Indus Valley Times

ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ବେକରୁ ବାହାରିଲା ଏକ କେଜିର ଟ୍ୟୁମର

 Breaking News

ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ବେକରୁ ବାହାରିଲା ଏକ କେଜିର ଟ୍ୟୁମର

ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର, ବେକରୁ ବାହାରିଲା ଏକ କେଜିର ଟ୍ୟୁମର
March 18
12:02 2023

କଟକ, ୧୮/୩: କଟକ ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ଜଣେ ରୋଗୀଙ୍କ ବେକରୁ ଅସ୍ତ୍ରୋପଚାର ପରେ ବାହାରିଲା ଏକ କେଜିର ଟ୍ୟୁମର । ୫ ଘଣ୍ଟାର ସଫଳ ଅପରେସନ ପରେ ନୂଆ ଜୀବନ ପାଇଛନ୍ତି ରୋଗୀ । ମେଡିକାଲର ଏଣ୍ଡୋକ୍ରାଇନ ସର୍ଜରୀ ବିଭାଗର ୬ ଜଣିଆ ଡାକ୍ତରୀ ଟିମ ଏହି ଅପରେସନରେ ସାମିଲ ହୋଇଥିଲେ । ରୋଗୀ ଜଣଙ୍କ ହେଉଛନ୍ତି ସମ୍ବଲପୁର ଜିଲା ବୁର୍ଲାର ପୁଷ୍ପା ଲେହୁରା । ଦୀର୍ଘ ୧୩ ବର୍ଷ ଧରି ଟ୍ୟୁମରଟି ତାଙ୍କ ବେକରେ ଥିବାବେଳେ ଯନ୍ତ୍ରଣା ବଢିବାରୁ ବୁର୍ଲା ମେଡିକାଲରେ ଚିକିତ୍ସା କରାଇଥିଲେ । ହେଲେ ଅବସ୍ଥା ନସୁଧୁରିବାରୁ ତାଙ୍କୁ ଏସସିବି ଅଣାଯାଇଥିଲା । ତେବେ ଡାକ୍ତରୀ ଟିମର ମିଳିତ ପ୍ରୟାସରେ ଏହି ଅପରେସନ ସଫଳ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031