Indus Valley Times

ଏସିଆନ୍ ପାରା ଗେମ୍‌ସ୍ ୨୦୨୩: ପୁରୁଷ ଏକକ-୩ ବର୍ଗରେ ସ୍ୱର୍ଣ୍ଣ ପଦକ ଜିଣିଲେ ପ୍ରମୋଦ ଭଗତ

 Breaking News

ଏସିଆନ୍ ପାରା ଗେମ୍‌ସ୍ ୨୦୨୩: ପୁରୁଷ ଏକକ-୩ ବର୍ଗରେ ସ୍ୱର୍ଣ୍ଣ ପଦକ ଜିଣିଲେ ପ୍ରମୋଦ ଭଗତ

ଏସିଆନ୍ ପାରା ଗେମ୍‌ସ୍ ୨୦୨୩: ପୁରୁଷ ଏକକ-୩ ବର୍ଗରେ ସ୍ୱର୍ଣ୍ଣ ପଦକ ଜିଣିଲେ ପ୍ରମୋଦ ଭଗତ
October 27
11:52 2023

ହାଙ୍ଗଝୌ,୨୭/୧୦:ପାରା ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପ୍ରମୋଦ ଭଗତ ହାତେଇଲେ ସ୍ୱର୍ଣ୍ଣ ପଦକ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ପ୍ରମୋଦ ଭଗତ ଏହି ପଦକକୁ ନିଜ ନାଁରେ କରି ଦେଇଛନ୍ତି।
ଫାଇନାଲରେ ସେ ନିତେଶଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ହରାଇଛନ୍ତି । । ପ୍ରଥମ ଥର ପାଇଁ ଏସିଆନ ଗେମ୍ ଗେମ୍ସରେ ୩ ଟି ପଦକ ହାସଲ କରିଛନ୍ତି ପ୍ରମୋଦ । ୨୦୧୮ ପାରା ଏସୀୟ କ୍ରୀଡ଼ାରେ ବି ସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ।
୨୦୧୦ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ ମଧ୍ୟ କୌଣସି ସଫଳତା ହାସଲ କରି ପାରି ନ ଥିଲେ ପ୍ରମୋଦ । ୨୦୧୪ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ କିନ୍ତୁ କେବଳ ଏକକରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ ।
୨୦୧୮ରେ ଏକକ ଓ ଯୁଗଳରେ ଭାଗ ନେଇଥିଲେ ପ୍ରମୋଦ । ସେତେବେଳେ ସେ ଏକକରେ ସ୍ୱର୍ଣ୍ଣ ଓ ଯୁଗଳରେ କାଂସ୍ୟ ପଦକ ହାସଲ କରିଥିଲେ ।
୨୦୨୨ରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳରେ ଭାଗ ନେଇଥିଲେ । ଏହି କ୍ରୀଡ଼ାରେ ସେ ମିଶ୍ରିତ ଯୁଗଳରେ କାଂସ୍ୟ, ଯୁଗଳରେ କାଂସ୍ୟ ଓ ଏକକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031