Legatus

ଏସିଆନ ଗେମ୍ସ: ଜ୍ୟୋତି ଭେନ୍ନାମ ଓ ଓଜାସ ଦେଓତାଲେ ଜିତିଲେ ସ୍ୱର୍ଣ୍ଣ ପଦକ

 Breaking News

ଏସିଆନ ଗେମ୍ସ: ଜ୍ୟୋତି ଭେନ୍ନାମ ଓ ଓଜାସ ଦେଓତାଲେ ଜିତିଲେ ସ୍ୱର୍ଣ୍ଣ ପଦକ

October 04
12:20 2023

ନୂଆଦିଲ୍ଲୀ,୪/୧୦: ‘ମିକ୍ସଡ୍ ଟିମ୍ କମ୍ପାଉଣ୍ଡ୍ ଫାଇନାଲ୍’ରେ ଦକ୍ଷିଣ କୋରିଆ ଯୋଡ଼ିଙ୍କୁ ହରାଇ ଭାରତୀୟ ଯୋଡ଼ି ଓଜାସ୍ ପ୍ରବୀଣ ଓ ଜ୍ୟୋତି ସୁରେଖା ତୀର ଚାଳନାରେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଆଜି ‘ଏସୀୟ କ୍ରୀଡ଼ା ୨୦୨୩’ରେ ଭାରତ ସମୁଦାୟ ୭୧ଟି ପଦକ ଜିଣି ରେକର୍ଡ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଏସୀୟ କ୍ରୀଡ଼ା ୨୦୧୮ରେ ଭାରତ ୧୬ଟି ସ୍ବର୍ଣ୍ଣ, ୨୩ଟି ରୌପ୍ୟ ଓ ୩୧ଟି କାଂସ୍ୟ ପଦକ ହାସଲ କରି ସମୁଦାୟ ୭୦ଟି ପଦକ ହାସଲ କରିଥିଲା।
ଚଳିତ ୨୦୨୩ ଏସୀୟ କ୍ରୀଡ଼ାରେ ଭାରତ ୧୬ଟି ସ୍ବର୍ଣ୍ଣ, ୨୬ଟି ରୌପ୍ୟ ଓ ୨୯ଟି କାଂସ୍ୟ ପଦକ ହାସଲ କରିଥିବା ବେଳେ ଖେଳ ଆହୁରି ୪ ଦିନ ବାକି ଅଛି।
ବିଭିନ୍ନ କ୍ରୀଡ଼ା ଦୃଷ୍ଟିରୁ ଭାରତ ଜିଣିଥିବା ପଦକ କଥା ବିଚାର କଲେ ଦେଖାଯାଉଛି, ଏସୀୟ କ୍ରୀଡ଼ାରେ ଆୟୋଜିତ ବନ୍ଧୁକ ଓ ତୀର ଚାଳନାରେ ଭାରତ ଏଯାବତ୍ ଅଗ୍ରଣୀ ହୋଇ ରହିଛି। ବନ୍ଧୁକ ଚାଳନାରେ ଭାରତ ସମୁଦାୟ ୨୨ଟ ପଦକ ହାସଲ କରିସାରିଛି।
ଉଲ୍ଲେଖଯୋଗ୍ୟ, ଏସୀୟ କ୍ରୀଡ଼ାରେ ଚମତ୍କାର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ୧୦୦ରୁ ଅଧିକ ପଦକ ଜିଣିବା ଆଶାରେ ଭାରତ ବହୁସଂଖ୍ୟକ କ୍ରୀଡ଼ାବିତ୍ଙ୍କୁ ଏଥିରେ ଅଂଶ ଗ୍ରହଣ କରିବା ଲାଗି ପଠାଇଛି।
ଚୀନ୍ର ହାଙ୍ଗ୍ଜୌରେ ଚାଲିଥିବା ୧୯ଶ ଏସୀୟ କ୍ରୀଡ଼ାରେ ଭାରତର ‘କ୍ୟାଚ୍ ଲାଇନ୍’ ରହିଛି ‘ଅବ୍ କି ବାର୍, ସୌ ପାର୍’ ଅର୍ଥାତ୍ ଏଥର ମେଡାଲ୍ ସଂଖ୍ୟା ୧୦୦ ଟପିବ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930