Indus Valley Times

ଏସୀୟ କ୍ରୀଡ଼ା ଷ୍ଟିପଲଚେଜରେ ଭାରତର ସ୍ୱର୍ଣ୍ଣ ବିଜୟ

 Breaking News

ଏସୀୟ କ୍ରୀଡ଼ା ଷ୍ଟିପଲଚେଜରେ ଭାରତର ସ୍ୱର୍ଣ୍ଣ ବିଜୟ

ଏସୀୟ କ୍ରୀଡ଼ା ଷ୍ଟିପଲଚେଜରେ ଭାରତର ସ୍ୱର୍ଣ୍ଣ ବିଜୟ
October 01
18:18 2023

ହାଙ୍ଗଝୁ ,୧/୧୦: ଚୀନର ହାଙ୍ଗଝୁଠାରେ ଖେଳାଯାଉଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିମାନଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି । ଏସୀୟ କ୍ରୀଡ଼ାରେ ୩୦ ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ପଦକ ଜିତିବାରେ ଅବିନାଶ ସାବଲେ ପ୍ରଥମ ଭାରତୀୟ ପୁରୁଷ ହୋଇଛନ୍ତି।
ସେ ୮ ମିନିଟ୍ ୧୯.୫ ସେକେଣ୍ଡରେ ଏହି ଦୂରତ୍ବ ହାସଲ କରି ଏକ ନୂଆ ଏସୀୟ କ୍ରୀଡ଼ା ରେକର୍ଡ ସ୍ଥାପନ କରିଛନ୍ତି । ସେହିପରି ତେଜିନ୍ଦରପାଲ୍ ସିଂ ସଟପୁଟରେ ସ୍ବର୍ଣ୍ଣ ଜିତିଛନ୍ତି । ସେ ୨୦.୩୬ ମିଟର ଫିଙ୍ଗି ସଟପୁଟ ପୁରୁଷ ଫାଇନାଲରେ ବିଜୟୀ ହୋଇଥିଲେ
ଅନ୍ୟପକ୍ଷରେ ଏସୀୟ କ୍ରୀଡ଼ାର ମହିଳା ୫୦ କେଜି ସେମିଫାଇନାଲ୍ ମୁକାବିଲାରେ ବକ୍ସର ନିଖତ ଜରିନ୍ ପରାଜିତ ହେବା ପରେ ତାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ରବିବାର ଗଲ୍ଫରେ ଭାରତର ପ୍ରଥମ ପଦକ ଆସିଛି, ଯେଉଁଠାରେ ଅଦିତି ଅଶୋକ ରୌପ୍ୟ ପଦକ ପାଇଛନ୍ତି।
ସେହିପରି ମହିଳା ସୁଟରମାନେ ମଧ୍ୟ ଦଳଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଭାରତ ପାଇଂ ସଫଳତା ଆଣି ଦେଇଛନ୍ତି । ଏହାପରେ ପୁରୁଷ ଦଳ ସୁଟିଂରେ ସ୍ୱର୍ଣ୍ଣ ପଦକ ଜିତି ଚମତ୍କାର ପ୍ରଦର୍ଶନ କରିଛି। ଏହାବ୍ୟତୀତ କିନାନ ଚିନାଇ ସୁଟିଂର ଡବଲ ଟ୍ରାପ୍ (ସୁଟିଂ)ରେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛନ୍ତି। ଆଜି ଭାରତକୁ ୪ଟି ପଦକ ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031