Indus Valley Times

ଏସ୍‌ପିଙ୍କ ନାଁରେ କନ୍‌ଷ୍ଟେବଲ ନେଉଥିଲା ୬ ଲକ୍ଷ!

 Breaking News

ଏସ୍‌ପିଙ୍କ ନାଁରେ କନ୍‌ଷ୍ଟେବଲ ନେଉଥିଲା ୬ ଲକ୍ଷ!

ଏସ୍‌ପିଙ୍କ ନାଁରେ କନ୍‌ଷ୍ଟେବଲ ନେଉଥିଲା ୬ ଲକ୍ଷ!
November 01
16:21 2023

ବୌଦ୍ଧ,୧/୧୧: ଗଂଜେଇ ମାଫିଆଙ୍କୁ ପ୍ରୋତ୍ସାହନ ଯୋଗାଇବା ଓ ବେଆଇନ ବ୍ୟବସାୟରେ ସହଯୋଗ କରିବା ଜଣେ ପୁଲିସ କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଛି। ବୌଦ୍ଧ ଜିଲ୍ଲା ସଦର ଥାନା ଅଧୀନ ବଘିଆପଡ଼ା ଫାଣ୍ଡିର ଡିଭିଏଫ କନଷ୍ଟେବଳଙ୍କ ପାଖରୁ ଭିଜିଲାନ୍ସ ବିଭାଗ ବୁଧବାର ଦିନ ୬ ଲକ୍ଷ ଟଙ୍କା ସହ ପିସ୍ତଲ ଜବତ କରିଛି।
ସୂଚନା ଅନୁସାରେ ବଘିଆପଡା ଫାଣ୍ଡି ସରକାରୀ ପୁଲିସ କ୍ୱାର୍ଟର ନିକଟରୁ ଆଜି ବୌଦ୍ଧ ଭିଜିଲାନ୍ସ ବିଭାଗ ଡିଭିଏଫ କନେଷ୍ଟବଳ ହରିକ୍ରିଷ୍ଣ ସାହୁଙ୍କୁ ଗିରଫ କରିଛି। ସେ ଜଣଙ୍କ ଠାରୁ ୬ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।
ଗଞ୍ଜେଇ ଗଛ ନଷ୍ଟ ନ କରିବା ତଥା ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା ପାଇଁ ଟଙ୍କା କାରବାର ହୋଇଥିଲା ବୋଲି କୁହାଯାଉଛି। ଗଂଜେଇ ମାଫିଆଙ୍କଠାରୁ ଟଙ୍କା ଆଦାୟ କରି ଟଙ୍କା ସରକାରୀ କ୍ଵାଟରରେ ରଖିଥିବା ସୂଚନା ପାଇ ବୌଦ୍ଧ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031