Indus Valley Times

ଏସ ୟୁ ଯେ ଆନୁକୂଲ୍ୟରେ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କ ପ୍ରତିପନ୍ନ ପୁସ୍ତକ ଉନ୍ମୋଚନ

 Breaking News

ଏସ ୟୁ ଯେ ଆନୁକୂଲ୍ୟରେ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କ ପ୍ରତିପନ୍ନ ପୁସ୍ତକ ଉନ୍ମୋଚନ

ଏସ ୟୁ ଯେ ଆନୁକୂଲ୍ୟରେ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କ ପ୍ରତିପନ୍ନ ପୁସ୍ତକ ଉନ୍ମୋଚନ
May 18
21:14 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୮/୫: ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ସାମ୍ବାଦିକ ପ୍ରଶାନ୍ତ ମିଶ୍ର ଙ୍କ ପ୍ରତିପନ୍ନ ପୁସ୍ତକ ଷ୍ଟେଟ ୟୁନୀୟନ୍ ଅଫ ଜର୍ଣାଲିଷ୍ଟ ବଲାଙ୍ଗିର ଶାଖା ଆନୁକୂଲ୍ୟରେ ଉନ୍ମୋଚନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଡ.ଉମାବଲ୍ଲଭ ମହାପାତ୍ର,ମୁଖ୍ୟବକ୍ତା ଡ.ନୃପରାଜ୍ ସାହୁ,କୁଳସଚିବ, ସମ୍ବଲପୁର ବିଶ୍ୱବିଦ୍ୟାଳୟ,ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରାମଚନ୍ଦ୍ର ପଟେଲ,ସଚିବ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଶରତ କୁମାର ମହାକୁର, ସଭାପତି ଷ୍ଟେଟ ୟୁନିୟନ୍ ଅଫ ଜର୍ଣାଲିଷ୍ଟ,ବଲାଙ୍ଗିର ଜିଲ୍ଲା ଶାଖା ଏବଂ ରଘୁ ନନ୍ଦନ ସିଂ ସମ୍ପାଦକ ଏସ ୟୁ ଯେ ଜିଲ୍ଲା ଶାଖା ବଲାଙ୍ଗିର ମଞ୍ଚାସିନ ଥିଲେ।
ସଭା ପ୍ରାରମ୍ଭରେ ରଘୁ ନନ୍ଦନ ସିଂ ଅତିଥି ମାନଙ୍କୁ ମଞ୍ଚରେ ମଞ୍ଚାସିନ ପାଇଁ ଆମନ୍ତ୍ରଣ କରିଥିବା ବେଳେ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ଅତିଥି ପରିଚୟ ପ୍ରଦାନ କରିଥିଲେ।
ସଭାକୁ ଲିଲି ପଟେଲ ସଞ୍ଚାଳନ କରିଥିଲେ।ପୁସ୍ତକର ଲେଖକ ପ୍ରଶାନ୍ତ ମିଶ୍ର ତାଙ୍କ ସାମ୍ବାଦିକ ଜୀବନର କିଛି ସାଉଁଟା ଅଭିଜ୍ଞତା ବାଣ୍ଟିଥିଲେ।
ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରାମଚନ୍ଦ୍ର ପଟେଲ ପୁସ୍ତକ ର ପ୍ରତିଟି ଲେଖା ଉପରେ ବିଶଦ ଭାବରେ ଆଲୋକପାତ କରିଥିଲେ।
ମୁଖ୍ୟବକ୍ତା ଡ.ନୃପରାଜ୍ ସାହୁ ତାଙ୍କ ବକ୍ତବ୍ୟରେ ପୁରୁଣା ସଂସ୍କୃତି କୁ ମନେ ପକାଇ ଲେଖକ ପ୍ରଶାନ୍ତ ମିଶ୍ର ଙ୍କ ପ୍ରବନ୍ଧ ସହ ସମଭାବାପନ୍ନ ଥିବା ବିଷୟ ଉପସ୍ଥାପନ କରିଥିଲେ।ପୂର୍ବର ସ୍ମୃତି ପାଣି,ପବନ,ପୋଖରୀ,ମନ୍ଦିର,କୂଅ,ତୁଳସୀ ଚଉରା,ଅସଜଡା ଅଙ୍କା ବଙ୍କା ରାସ୍ତା,ପର୍ବ ପର୍ବାଣୀ,ସଂସ୍କୃତି,ସେହି ପୁରୁଣା ପରମ୍ପରା ବଞ୍ଚି ରହିଛି ତ,ଯାହାକି ପୁସ୍ତକ ଲେଖିବାର ବାଟ ବତାଏ ବୋଲି ସେ ତାଙ୍କ ବକ୍ତବ୍ୟ ରେ ଉପସ୍ଥାପନ କରି ସମସ୍ତଙ୍କୁ ପୁରୁଣା ସ୍ମୃତି ମନେ ପକେଇ ଦେଇଥିଲେ।
ମୁଖ୍ୟ ଅତିଥି ପ୍ରଫେସର ଡ.ଉମାବଲ୍ଲଭ ମହାପାତ୍ର ତାଙ୍କ ବକ୍ତବ୍ୟରେ ପ୍ରତିପନ୍ନ ପୁସ୍ତକ ର ଲେଖାକୁ ନେଇ ପ୍ରଶଂସା କରିଥିଲେ।ସେ ବକ୍ତବ୍ୟ ମାଧ୍ୟମରେ ତାଙ୍କର ପିଲା ଦିନର ଅନେକ ଅଭୁଲା ସ୍ମୃତି କୁ ବଖାଣି ଥିଲେ।ପରେ ଅତିଥି ମାନେ ତିନିଜଣ ଙ୍କ ନାମ ଲଟେରୀ ମାଧ୍ୟମରେ ଘୋଷଣା କରି ପୁରସ୍କାର ଦେଇଥିଲେ।
ସଭାପତି ଶରତ ମହାକୁର ସଭାପତି ଅଭିଭାଷଣ ଦେଇଥିଲେ।ଶେଷରେ ଏସ ୟୁ ଯେ ର ରାଜ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଗୋପବନ୍ଧୁ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031