Indus Valley Times

ଓଏଏସ ଆନ୍ଦୋଳନ: କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କଲେ ରାଜସ୍ୱ ମନ୍ତ୍ରୀ, ଅଡ଼ି ବସିଲା ସଂଘ

 Breaking News

ଓଏଏସ ଆନ୍ଦୋଳନ: କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କଲେ ରାଜସ୍ୱ ମନ୍ତ୍ରୀ, ଅଡ଼ି ବସିଲା ସଂଘ

ଓଏଏସ ଆନ୍ଦୋଳନ: କାର୍ଯ୍ୟରେ ଯୋଗଦେବା ପାଇଁ ଅନୁରୋଧ କଲେ ରାଜସ୍ୱ ମନ୍ତ୍ରୀ, ଅଡ଼ି ବସିଲା ସଂଘ
July 03
16:13 2025

ଭୁବନେଶ୍ୱର,୩/୭ : ରାଜ୍ୟରେ ଓଏସ ଏବଂ ଓଆରଏସ ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ। ଗଣମାଧ୍ୟମ ସାମନାରେ ମନ୍ତ୍ରୀ କହିଛନ୍ତି ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨, ୩ ଥାଏ । ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ। ମୁଁ ନିଜେ ସାମ୍ନାକୁ ଆସିଥିଲି, ଆମ ଉପରେ ଭରସା ରଖନ୍ତୁ। ଯେଉଁ ଅଫିସର ଧର୍ମଘଟରେ ଅଛନ୍ତି, ତାଙ୍କ କଷ୍ଟ ଓ ଭାବନା ସହ ସରକାର ଅଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି ଏହି ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି, ଦଳରୁ ନିଲମ୍ବନ ବି ହୋଇଛି। ଯଦି ବିନା ପ୍ରମାଣରେ ପ୍ରଚ୍ଛଦ ପଟର କିଏ ଗିରଫ ହୁଅନ୍ତି ତେବେ କୋର୍ଟ ଗ୍ରହଣ କରିବେନି । ଯେଉଁମାନଙ୍କ ଭିଡିଓ ଫୁଟେଜ ଅଛି, ସେମାନେ ଗିରଫ ହୋଇ ସାରିଛନ୍ତି। ପ୍ରଚ୍ଛଦ ପଟରେ କିଏ, ଖୋଜିବାକୁ ଟିକେ ସମୟ ଲାଗିବ, କେହି ବର୍ତ୍ତିବେ ନାହିଁ।ଧର୍ମଘଟକୁ ନେଇକି ବି ସୁପ୍ରିମକୋର୍ଟର ନିର୍ଦ୍ଦେଶ ରହିଛି।ରଥଯାତ୍ରା ସହ ବନ୍ୟା ପରିସ୍ଥିତି ରହିଛି, ଧର୍ମଘଟ ସ୍ଥଗିତ ରଖନ୍ତୁ, ପରେ କରିପାରିବେ ବୋଲି ମନ୍ତ୍ରୀ ଅଫିସର ମାନଙ୍କୁ ଅପିଲ୍ କରିଛନ୍ତି।
ସୂଚନା ଥାଉକି ବିଏମସି ଅତିରିକ୍ତ କମିଶନରଙ୍କୁ ୫ଜଣ ଦୁର୍ବୁତ୍ତ ମାଡ ମାରିବା ଘଟଣା ରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଅଡି ବସିଛି ସଂଘ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031