Indus Valley Times

ଓଡ଼ଗାଁ ଅଟଳ ବସଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ

 Breaking News

ଓଡ଼ଗାଁ ଅଟଳ ବସଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ

ଓଡ଼ଗାଁ ଅଟଳ ବସଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ
January 13
10:38 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୩/୧ : ସୋମବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଓଡ଼ଗାଁ ଠାରେ ୪ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ଅତ୍ୟାଧୁନିକ ଅଟଳ ବସ୍ ଷ୍ଟାଣ୍ଡ କୁ ନେଇ ୧୦ ଗୋଟି ଜିଲ୍ଲାର ମୋଟ ୧୫୬.୫୩ କୋଟି ଟଙ୍କାର ୧୪ ଗୋଟି ଅଟଳ ବସ୍ ଷ୍ଟାଣ୍ଡକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଭାସିରେ ରାଜ୍ୟ ଲୋକସଭା ଭବନ ପ୍ରଥମ ମହଲା ସମ୍ମିଳନୀ କକ୍ଷରୁ ରିମୋର୍ଟ ବଟନ୍ ଦବାଇ ଲୋକାର୍ପଣ କରି ଚଳିତ ବର୍ଷ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସମଗ୍ର ରାଜ୍ୟକୁ\” ଶିକ୍ଷାରୁ ସୁରକ୍ଷା ଏବଂ ପ୍ରଯୁକ୍ତିର ପରିବର୍ତ୍ତନର \”ବାର୍ତ୍ତା ପ୍ରଦାନ କରି ବ୍ୟାପକ ଜନଜାଗରଣ ଦ୍ଵାରା ଦୁର୍ଘଟଣା କମାଯାଇ ପାରିବ ବୋଲି ଅଭିଭାଷଣ ରଖିଥିଲେ ।
ଏହି ଅବସରରେ ଓଡ଼ଗାଁ ଠାରେ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ବେଗୁନିଆ ଅଞ୍ଚଳର ଦୀର୍ଘ ଦିନର ଯେଉଁ ଦାବିଥିଲା ତାହା ଆଜି ସାକାର ହୋଇଛି ବୋଲି କହିଥିଲେ ।
ସେହିପରି ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ଅଟଳ ବସ୍ ଷ୍ଟାଣ୍ଡ ଯୋଜନା ବେଗୁନିଆ ଅଞ୍ଚଳର ଉନ୍ନୟନ ଓ ଯାତ୍ରୀ ପରିବହନ ଯୋଜନାରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ଭିଜନକୁ ସାକାର କରିବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଅରବିନ୍ଦ କୁମାର ନାୟକ,ଜିଲ୍ଲା ପରିଷଦ ସଦସ୍ୟ ଅନାଦି ସାହୁ, ବେଗୁନିଆ ପଂଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ସ୍ଥାନୀୟ ସରପଞ୍ଚ ସତ୍ୟ ନାରାୟଣ ପ୍ରଧାନ, ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାର ସିଂହ,ଓ ଆର ଟି ସି ମ୍ୟାନେଜର ଲିଜାରାଣି ସାହୁ, ବେଗୁନିଆ ତହସିଲଦାର ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ଅଞ୍ଚଳବାସି ଅଟଳ ଅତ୍ୟାଧୁନିକ ବସଷ୍ଟାଣ୍ଡ ଯୋଜନାର ସୁବିଧା ଉପଲବ୍ଧ କରିବାକୁ ଉଦବୋଧନ ଦେଇ ଏହାର ପରିଷ୍କାର ତଥା ପରିଛନତା ପ୍ରତି ପ୍ରତ୍ୟେକ ଯାତ୍ରୀ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ମାନ୍ୟବର ବିଧାୟକ, ବେଗୁନିଆ, ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଏହାକୁ ରିମୋଟ ଦବାଇ ଫଳକ ଉଦ୍ଘାଟନ କରିଥିଲେ। ଓଡ଼ଗାଁ ଅଟଳ ବସଷ୍ଟାଣ୍ଡର ଟର୍ମିନାଲ ଭବନ, ମାର୍କେଟ କମ୍ପ୍ଲେକ୍ସ, ଯାନ ଧୋଇବା ରାମ୍ପ ଏବଂ ପମ୍ପ ହାଉସ, ଇଲେକ୍ଟ୍ରି ଯାନ ଚାର୍ଜିଂ ସ୍ଥଳି, ନିରାପତ୍ତା ପ୍ରକୋଷ୍ଠ, ଚତୁର୍ପାର୍ଶ୍ୱ ପାଚେରୀ ପ୍ରବେଶ ଓ ପ୍ରସ୍ଥାନ ବାଟକୁ ନେଇ ସମୁଦାୟ ୧୫୯୦୩.୨୪ ବର୍ଗଫୁଟ ପରିଧିରେ ୬ କୋଟି ୯୭ ଲକ୍ଷ ବ୍ୟୟ ଅଟକଳ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଅଦ୍ୟାବଧି ୪ କୋଟି ୫ ଲକ୍ଷ ଖର୍ଚ୍ଚ କରାଯାଇ ଅତ୍ୟାଧୁନିକ ସେବା ପ୍ରଦାନର ସମସ୍ତ ବ୍ୟବସ୍ଥା ଅତିଥି ମାନେ ବୁଲି ଦେଖିବା ସହ ଓଏସଆର ଟି ସି ର ନୂତନ ବସ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ସାଧାରଣ ସଭାର ମଞ୍ଚ ପରିଚାଳନା ବ୍ଲକ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା ସମ୍ପାଦନ କରିଥିବା ବେଳେ ଶେଷରେ ଧନ୍ୟବାଦ୍ ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବେଗୁନିଆ ବ୍ଲକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନୈତିକ ନେତୃବୃନ୍ଦ, ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ଓ ଏସ ଆର ଟି ସି ଅଧିକାରୀ ଓ କର୍ମଚାରୀ ତଥା ବହୁ ଜନ ସମାବେଶ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031