Indus Valley Times

ଓଡ଼ିଆ ପକ୍ଷର ଚତୁର୍ଥ ଦିବସ : ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଆୟୋଜିତ ହେଲା ସଚେତନତା ପଦଯାତ୍ରା

 Breaking News

ଓଡ଼ିଆ ପକ୍ଷର ଚତୁର୍ଥ ଦିବସ : ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଆୟୋଜିତ ହେଲା ସଚେତନତା ପଦଯାତ୍ରା

April 07
08:41 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୭/୪: ଓଡ଼ିଆ ଆମ ଭାଷା,ଆମ ରାଜ୍ୟ ଭାଷା ଭିତ୍ତିକ ରାଜ୍ୟ, ଓଡ଼ିଆ ଭାଷାକୁ ନେଇ ସଚେତନତା ଅଭାବ ଓ ନିଜ ଭାଷା ପ୍ରତି ଆଗ୍ରହ ନଥିବାରୁ ଆଜି ବି ଅଧିକାଂଶ ଦୋକାନ ବଜାରରେ ଲାଗିଥିବା ନାମ ଫଳକରେ ଓଡ଼ିଆ ଭାଷାର ବ୍ୟବହାର ହେଉନାହିଁ।
ତେବେ ଆମ ଭାଷାର ମର୍ଯ୍ୟାଦା ଓ ସମ୍ମାନ ବୃଦ୍ଧି ପାଇଁ ସାରା ରାଜ୍ୟରେ ଓଡ଼ିଆ ପକ୍ଷ-୨୦୨୫ର ଚତୁର୍ଥ ଦିବସରେ ଓଡ଼ିଆରେ ନାମ ଫଳକ ଅଭିଯାନ ଆୟୋଜିତ ହୋଇଯାଇଛି ।
ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା ପଦଯାତ୍ରା ଏବଂ କାର୍ଯ୍ୟସ୍ଥଳରେ ଶ୍ରମିକଙ୍କୁ ମିଷ୍ଠାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ କରି ଉକ୍ତ ଅଭିଯାନର ଶୁଭାରମ୍ଭ ହୋଇଛି।
ଜିଲ୍ଲା ସଦର ମହାକୁମା ସ୍ଥିତ ଡିଭିଜନାଲ ଶ୍ରମ ଆୟୁକ୍ତଙ୍କ ଅଫିସରୁ ଭାଗିରଥି ଛକ,ପିପି ଏକାଡ଼େମୀ ଛକ,ବିକ୍ରମ ଛକ,ପାଟଣା ଛକ,କଚେରୀ ଛକ,ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ,ମହିଳା ମହାବିଦ୍ୟାଳୟ ରୁ ଡିଭିଜନାଲ ଶ୍ରମ ଆୟୁକ୍ତଙ୍କ ଅଫିସ ଯାଏଁ ଯାଇଥିଲା।
ବଜାରରେ ପଦଯାତ୍ରା ମାଧ୍ୟମରେ ଦୋକାନ ବଜାର,ଶିଳ୍ପ ଅନୁଷ୍ଠାନ,ଶିକ୍ଷାନୁଷ୍ଠାନ,ବାଣିଜ୍ୟିକ ପ୍ରତିଷ୍ଠାନ ବା ଜିଲ୍ଲାରେ ପ୍ରତିଷ୍ଠିତ ହୋଇଥିବା କୌଣସି ସଂସ୍ଥା ନିଜର ନାମ ଫଳକକୁ ଓଡ଼ିଆରେ ଲେଖିବା ପାଇଁ ପ୍ରଶାସନ ପକ୍ଷରୁ ସଂସ୍ଥାର ମାଲିକ,କର୍ତ୍ତୃପକ୍ଷ ତଥା ଜନସାଧାରଣଙ୍କୁ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଉତ୍ସାହିତ କରାଯାଇଥିଲା।ଶତାଧିକ ଲୋକ ବିଭିନ୍ନ ସଂସ୍ଥା ଏଥିରେ ସହଯୋଗ କରିଥିଲେ।
ଜିଲ୍ଲା ଶ୍ରମ ବିଭାଗ ଅନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା ଶ୍ରମ ବିଭାଗ ଏବଂ ବଲାଙ୍ଗିର ପୌର ପରିଷଦର ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031