Indus Valley Times

ଓଡ଼ିଆ ଭାଷା ତଥା ସାହିତ୍ୟ (ଶିକ୍ଷକ) ଡମ୍ବରୁ ଧର ବେହେରାଙ୍କୁ “ବ୍ରହ୍ମପୁର ମହାନଗର ମହୋତ୍ସବ ସାହିତ୍ୟ ସମ୍ମାନ-୨୦୨୨

 Breaking News

ଓଡ଼ିଆ ଭାଷା ତଥା ସାହିତ୍ୟ (ଶିକ୍ଷକ) ଡମ୍ବରୁ ଧର ବେହେରାଙ୍କୁ “ବ୍ରହ୍ମପୁର ମହାନଗର ମହୋତ୍ସବ ସାହିତ୍ୟ ସମ୍ମାନ-୨୦୨୨

ଓଡ଼ିଆ ଭାଷା ତଥା ସାହିତ୍ୟ (ଶିକ୍ଷକ) ଡମ୍ବରୁ ଧର ବେହେରାଙ୍କୁ “ବ୍ରହ୍ମପୁର ମହାନଗର ମହୋତ୍ସବ ସାହିତ୍ୟ ସମ୍ମାନ-୨୦୨୨
May 23
19:47 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୩/୫ : ଦୀର୍ଘ ବର୍ଷ ଧରି ଶିକ୍ଷକତା କରି ଆସୁଥିବା ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସୁରଳ ଗ୍ରାମର ବଡ଼ସାହି ଠାରେ ଜନ୍ମ ଗ୍ରହଣ କରିଥିବା ନବୋଦୟ ବିଦ୍ୟାଳୟ(ଓଡ଼ିଆ ଶିକ୍ଷକ)ଜିଲ୍ଲା – ଗଜପତି,ପିତା ସ୍ବର୍ଗତ ଲକ୍ଷ୍ମନାରାୟଣ ବେହେରା ଓ ମାତା ପାର୍ବତୀ ବେହେରାଙ୍କ ପୁତ୍ର ଶ୍ରୀ ଡମ୍ବରୁଧର ବେହେରାଙ୍କୁ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଚଳିତ ମାସ ମଇ ୧୬ ତାରିଖରୁ ମଇ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା
“ଦଶମ ବ୍ରହ୍ମପୁର ମହାନଗର ମହୋତ୍ସବ – ୨୦୨୨” ସାହିତ୍ୟ ମହାସନ୍ଧ୍ୟାରେ ସାହିତ୍ୟ ପ୍ରତି ଭଲପାଇବା ଏବଂ ସ୍ବତନ୍ତ୍ର ପ୍ରତିଭାକୁ ସସମ୍ମାନ ସ୍ଵୀକୃତି ଜଣାଇ ଚଳିତ ବର୍ଷ ” “ବ୍ରହ୍ମପୁର ମହାନଗର ମହୋତ୍ସବ ସାହିତ୍ୟ ସମ୍ମାନ – ୨୦୨୨” ରେ ମୁଖ୍ୟ ଅତିଥି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ସମ୍ମାନିତ ଅତିଥି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ କରକମଳରେ ସମ୍ମାନିତ କରାଯାଇଛି।
ଏଥିପାଇଁ ଶ୍ରୀ ବେହେରା ଏହି ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡ଼ , ସମ୍ପାଦକ ଗୋପାଳ ପଟ୍ଟନାୟକ ଏବଂ ମିହିର ତ୍ରିପାଠୀ (ସଂଚାଳକ ତଥା ପରିଚାଳକ)ଙ୍କୁ ସାଧୁବାଦ ସହ ଧନ୍ୟବାଦ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମର ସନ୍ଧ୍ୟାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗଦେଇ ମଞ୍ଚାସିନ ଥିଲେ ।
ନିକଟ ଅତୀତରେ ଶ୍ରୀ ବେହେରାଙ୍କୁ “ବ୍ରହ୍ମବେତ୍ତା ସାହିତ୍ୟ ସଂସ୍ଥାନ ” ଡୁଡୁକା , ବଲାଙ୍ଗୀର ତରଫରୁ “ଜାଜ୍ଵଲ୍ୟମାନ ଜ୍ୟୋତିଷ୍କ ସମ୍ମାନ-୨୦୨୨ ରେ ଅଭିଷିକ୍ତ କରା ଯାଇଥିଲା।
ଏଥିପାଇଁ ତାଙ୍କୁ ନିଜ ଜନ୍ମଭୂମି ସୁରଳ ଏବଂ କର୍ମଭୂମି ପାରଳାଖେମୁଣ୍ଡି ଠାରେ ସାଙ୍ଗସାଥୀ , ସହକର୍ମୀ ତଥା ବନ୍ଧୁ ପରିଜନଙ୍କ ଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ପ୍ରକାଶ ଯୋଗ୍ୟ ଯେ, ଶ୍ରୀ ଡମ୍ବରୁ ଧର ବେହେରା ପାରଳାଖେମୁଣ୍ଡି ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଓଡ଼ିଆ ବିଭାଗର ଶିକ୍ଷକ ରୂପେ କାର୍ଯ୍ୟକରି ନିଜର ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି । ଶ୍ରୀ ବେହେରା , ପେଶାରେ ଜଣେ ଶିକ୍ଷକ ହେଲେ ହେଲେ ମଧ୍ୟ ନିଶାରେ ଓଡ଼ିଆ ଭାଷା ଓ ସାହିତ୍ୟର ଜଣେ ଉଚ୍ଚକୋଟିର ସୁଲେଖକ। ତାଙ୍କର ବିଭିନ୍ନ ସାହିତ୍ୟ ସମ୍ଭନ୍ଧୀୟ ତଥାପି ଚେତନା ଧର୍ମୀ ଲେଖା ଗୁଡିକ ବିଭିନ୍ନ ସମୟରେଓଡିଶାର ଆଗ ଧାଡିର ବିଭିନ୍ନ ଓଡ଼ିଆ ଦୈନିକ ଖବର କାଗଜ ଓ ସାପ୍ତାହିକ ତଥା ପତ୍ର-ପତ୍ରିକା\’ରେ ପ୍ରକାଶ ପାଇ ଆସୁଅଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031