Indus Valley Times

ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁଶାନ ମହାନ୍ତି

 Breaking News

ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁଶାନ ମହାନ୍ତି

ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁଶାନ ମହାନ୍ତି
August 20
19:52 2022

ଭୁବନେଶ୍ୱର,୨୦/୮: ଭୁଲ ପାଇଁ ଅନୁତାପ କଲେ ଓଲିଉଡ ଅଭିନେତା ବାବୁସାନ ମହାନ୍ତି । ଭିଡିଓ ଜାରି କରି ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ବାବୁସାନ ।
ଏକ ୩୬ ସେକେଣ୍ଡର ଭିଡିଓରେ ସେ ନିଜ ଭୁଲ ପାଇଁ କ୍ଷମା ମାଗିବା ସହ ସ୍ତ୍ରୀ ତ୍ରିପ୍ତି ଏଥିପାଇଁ ବହୁ କଷ୍ଟ ପାଇଥିବା କହିଛନ୍ତି । ଏହାସହ ତାଙ୍କର ଆଉ କୌଣସି କ୍ଷତି ହେବା ପାଇଁ ଦେବି ନାହିଁ ବୋଲି ସେ କହିଛନ୍ତି।
ଭିଡିଓରେ ବାବୁସାନ କହିଛନ୍ତି, ‘ଆପଣମାନେ ସମସ୍ତେ ଜାଣିଥିବେ କିଛି ଦିନ ତଳେ ଗୋଟେ ଇନ୍ସିଡେଣ୍ଟ ହୋଇଥିଲା । ସେଥିପାଇଁ ମୁଁ ସମଗ୍ର ଓଡିଶାବାସୀଙ୍କୁ କ୍ଷମା ମାଗୁଛି ।
ମୋ ସ୍ତ୍ରୀ ତ୍ରିପ୍ତି ଓ ଶ୍ବଶୁର ଲଳିତ ଶତପଥୀ ତାଙ୍କ ନାଁରେ ଗୋଟିଏ କେସ୍ ହୋଇଛି । ତାଙ୍କ ପରିବାର ବହୁତ କଷ୍ଟ ପାଇଛି । ମୋ ସ୍ତ୍ରୀ ଆଉ ଶ୍ବଶୁର ବହୁତ କଷ୍ଟ ପାଇଲେଣି । ମୁଁ ପ୍ରମିଜ୍ କରୁଛି, ତାଙ୍କର ଆଉ କୌଣସି କ୍ଷତି ହେବା ପାଇଁ ଦେବିନାହିଁ । ଏମିତି ଭୁଲ ହେବା ପାଇଁ କେବେ ବି ଦେବି ନାହିଁ’।
ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ବାବୁସାନ ଏବଂ ତାଙ୍କ ତ୍ରିପ୍ତିଙ୍କ ମଧ୍ୟରେ ବିବାହ ବିବାଦ ଦେଖା ଦେଇଥିଲା। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ବାବୁସାନଙ୍କ ସମ୍ପର୍କକୁ ନେଇ ସେ ଅଭିଯୋଗ ଆଣିଥିଲେ ।
ବାବୁସାନ ଏବଂ ପ୍ରକୃତିଙ୍କ ଗୋଟିଏ ଗାଡିରେ ଯିବା ସମୟରେ ରାସ୍ତା ମଝିରେ ତୃପ୍ତି ବାବୁସାନଙ୍କୁ ଟଣାଓଟରା କରିବାର ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031