Legatus

ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍, ହାୱଡ଼ାରୁ ପୁରୀକୁ ଗଡିଲା ସୁପରଫାଷ୍ଟ ଟ୍ରେନ୍

 Breaking News

ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍, ହାୱଡ଼ାରୁ ପୁରୀକୁ ଗଡିଲା ସୁପରଫାଷ୍ଟ ଟ୍ରେନ୍

ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍, ହାୱଡ଼ାରୁ ପୁରୀକୁ ଗଡିଲା ସୁପରଫାଷ୍ଟ ଟ୍ରେନ୍
April 28
09:02 2023

ପୁରୀ,୨୮/୪ : ଓଡ଼ିଶାରେ ‘ବନ୍ଦେ ଭାରତ’ ଏକ୍ସପ୍ରେସର ଟ୍ରାଏଲ ରନ୍। ଶୁକ୍ରବାରସକାଳ ୬ଟା ୧୦ରେ ପୁରୀ-ହାୱଡ଼ା ରୁଟରେ ଏହି ଟ୍ରେନ ଛାଡ଼ିଛି । ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହିବ ଏହି ଅତ୍ୟାଧୁନିକ ଟ୍ରେନ୍।
ଅପରାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚିବ ଏହି ଟ୍ରେନ। ପୁଣି ଗୋଟାଏ ୫୦ ମିନିଟରେ ପୁରୀ ଛାଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍। ରାତି ୮ଟା ୩୦ରେ ହାୱଡ଼ା ପହଞ୍ଚିବ। ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି।
ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି।
ବୁଧବାର ଦିନ ଚେନ୍ନାଇ ସ୍ଥିତ ଇଣ୍ଟେଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରୁ ବନ୍ଦେ ଭାରତ ଏକ୍ସପ୍ରେସର ବଗି ଗୁଡ଼ିକ କୋଲକାତା ଯାଇଥିଲା। ସେଠାରେ ପ୍ରାଇମେରୀ ମେଣ୍ଟେନାନ୍ସ ପରେ ଆଜି ଟ୍ରାଏଲ୍ ରନ୍ କରିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31