Indus Valley Times

ଓଡ଼ିଶାରେ ୬ ହଜାର ଅନ୍କଭର ଗାଁ ହେବ ମୋବାଇଲ୍ ଟାୱାର:କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

 Breaking News

ଓଡ଼ିଶାରେ ୬ ହଜାର ଅନ୍କଭର ଗାଁ ହେବ ମୋବାଇଲ୍ ଟାୱାର:କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାରେ ୬ ହଜାର ଅନ୍କଭର ଗାଁ ହେବ ମୋବାଇଲ୍ ଟାୱାର:କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
February 06
18:13 2022

ଭୁବନେଶ୍ବର,୬/୨:୨୦୨୨-୨୩ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଦିନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, ୟୁପିଏ ତୁଳନାରେ ମୋଦି ସରକାର ଅଧିକ ଅନୁଦାନ ଦେଉଛନ୍ତି। ଉଦାହରଣ ଭାବେ ଓଡ଼ିଶାକୁ ରେଳ ଅନୁଦାନ କଥା ନିଆଯାଉ। ୟୁପିଏ ଶାସନରେ ଓଡ଼ିଶାକୁ ପାଖାପାଖି ୮ ଶହ କୋଟି ମିଳୁଥିଲା। ୨୦୧୪ରେ ମୋଦି ଆସିବା ପରେ ଓଡ଼ିଶାକୁ ୪୧୨୬ କୋଟି ମିଳିଲା। ବଜେଟ୍ ବ୍ୟୟ ବରାଦ ନେଇ ପ୍ରେସ୍ମିଟ୍ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।
ରେଳମନ୍ତ୍ରୀ କହିଛନ୍ତି, ‘ଆଗରୁ ଯେଉଁ ଅବହେଳା ହେଉଥିଲା, ତାହା ଆଜି ଆଉ ନାହିଁ। ଏଥର ରେକର୍ଡ ୯୭୩୪ କୋଟି ରେଳ ଅନୁଦାନ। ମିଳିମିଶି ଫଣ୍ଡ୍ସ୍ ୟୁଟିଲାଇଜେସନ କରିବା ଦରକାର। ଜମି ଅଧିଗ୍ରହଣ ଓ ଫରେଷ୍ଟ କ୍ଲିଅରାନ୍ସ ଉପରେ କାମ ନିର୍ଭର କରୁଛି। ଓଡ଼ିଶାରେ ୧୨ଟି ଷ୍ଟେସନ୍ର ଅପଗ୍ରେଡେସନ ହେବ।’
ମୋବାଇଲ୍ ଟାୱାର ପାଇଁ ୩୯୩୩ ସାଇଟ୍ସ ଚିହ୍ନଟ ହୋଇଛି। ଓଡ଼ିଶାରେ ୬ ହଜାର ଗାଁ ଅନ୍କଭର ରହିଛି, ତେଣୁ ନିଶ୍ଚିତ ମୋବାଇଲ୍ ଟାୱାର ହେବ। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବଦୋୟ ପରିକଳ୍ପନା। ବିଏସ୍‌ଏନ୍‌ଏଲ/ ଏମ୍‌ଟିଏନ୍‌ଏଲ୍ ରିଭାଇଭାଲ୍ ପାଇଁ ଗତ ବର୍ଷ ୯୦ ହଜାର କୋଟି ମିଳିଛି। ଚଳିତ ବର୍ଷ ଏମ୍‌ଟିଏନ୍‌ଏଲ୍ ପାଇଁ ୪୫ ହଜାର କୋଟି ମିଳିଛି। ଏନେଇ ପ୍ରେସ୍ମିଟ୍ରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ରେଳମନ୍ତ୍ରୀ ଆହୁରି କହିଛନ୍ତି, ଦେଶରେ ୪ଏ ଡିଜାଇନ ସରିଛି। ୫ଏରେ ଆଶାଠୁ ଅଧିକ ହୋଇଛି। ଚାଷୀଙ୍କୁ ମିଳୁଥିବା ଅର୍ଥ ବାଟ ମାରଣା ରୋକିବାକୁ ପଦକ୍ଷେପ ନେଇଛୁ। ଏଣିକି ଚାଷୀଙ୍କ ଖାତାକୁ ଗଝଚ ଅର୍ଥ ସିଧାସଳଖ ଯିବ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031