Indus Valley Times

ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଖସୁଛି ପାରଦ: ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି

 Breaking News

ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଖସୁଛି ପାରଦ: ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି

ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଖସୁଛି ପାରଦ: ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି
November 10
10:25 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ଦାରିଙ୍ଗବାଡି, ୧୦/୧୧ : ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି ।
ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ ଶୀତ ଧୀରେ ଧୀରେ ଅନୁଭୂତ ହେଉଛି। ଘର ଭିତର ଅପେକ୍ଷା ଶୀତ ବାହାର ପରିବେଶରେ ଅଧିକା ଅନୁଭୂତ ହେଉଛି ବିନା ଶୀତ ବସ୍ତ୍ରରେ ବାଇକ କିମ୍ବା ଖୋଲା ଯାନରେ ଯାତାୟାତ କଲେ ଦେହ ଥରୁଛି। ପାଣି ଜାଡ଼ ହେବାରେ ଲାଗିଛି ।
ବିଳମ୍ବିତ ରାତିଠାରୁ ଘନ କୁହୁଡି ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହୁଛି ।ଫଳରେ ସେହି ସମୟରେ ଶୀତ ଦ୍ବିଗୁଣିତ ଅନୁଭୂତ ହେଉଛି ।
ସଂଧ୍ୟା ଓ ସକାଳ ସମୟରେ ଶୀତ ଦାଉରୁ ଟିକିଏ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକ ନିଆଁ ଲଗାଇ ଲୋକ ବସୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି।
ସେହିପରି ଚାହା ଦୋକାନରେ ଚା’ ଖଟି ବୃଦ୍ଧି ପାଇଛି। ସେହିପରି ଦାରିଙ୍ଗବାଡିକୁ ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି।
ଘାଟିରେ ଟ୍ରାକ୍ଟର ଓଲଟି ଚାଳକ, ହେଲ୍ପର ଗୁରୁତର: ଦୁଇଘଣ୍ଟା ଧରି ରାସ୍ତା ଅବରୋଧ
ଦାରିଙ୍ଗବାଡି, ୧୦/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ- ବ୍ରହ୍ମପୁର ମୁଖ୍ୟରାସ୍ତା ଝିଞ୍ଜିରିଗୁଡ଼ା ନିକଟ ବାଡୁନ ଘାଟି ବୁଲାଣିରେ ଅପରାହ୍ନରେ ଏକ ଟ୍ରାକ୍ଟର ଭାରସାମ୍ୟ ହାରାଇ ଓଲଟି ପଡିବା ଫଳରେ ଚାଳକ ସହ ହେଲ୍ପର ଗୁରୁତର ହୋଇଛନ୍ତି ।
ସେମାନେ ହେଲେ ଡ୍ରାଇଭର କୁମ୍ଭାରୀ ଗାଁ ପଞ୍ଚାୟତ ଅନ୍ତର୍ଗତ ରାଜନ ଗଡ଼ ଗ୍ରାମର କର୍ନେଲିୟ ଶବର ( ४४) ଓ ଅଡବା ଥାନା ଅନ୍ତର୍ଗତ ପଣସଡିହ ଗ୍ରାମର ସନ୍ତୋଷ ମଣ୍ଡଳ (୧୫) । ଦୁହେଁ ଟ୍ରାକ୍ଟର ଯୋଗେ ପାଣିଗଣ୍ଡାରୁ ନିଜ ଗ୍ରାମ ରାଜନଗଡ଼କୁ ଯାଉଥିବା ବେଳେ ଝିଞ୍ଜିରି ଗୁଡା ନିକଟ ବାଡ଼ୁନୁଘାଟି ବୁଲାଣିରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡ଼ିଥିଲା ।
ଦୁହେଁ ଟ୍ରାକ୍ଟର ତଳେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଚାଳକ କର୍ଣ୍ଣେଲିୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ସନ୍ତୋଷଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିରଥ‌ିବା ଜଣାପଡ଼ିଛି । ବ୍ରାହ୍ମଣୀଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଜାରି ରଖୁଛି । ଜେସିପି ମାଧ୍ୟମ ରେ ରାସ୍ତା ଉପରୁ ଟ୍ରାକ୍ଟର ହଟାଯାଇଛି ।
ମୁଖ୍ୟ ରାସ୍ତା ମଝିରେ ଟ୍ରାକ୍ଟର ଓଲଟି ପଡ଼ିଥିବାରୁ ଯାନବାହନ ଚଳାଚଳ ଦୁଇଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031