Indus Valley Times

ଓଡିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ପାଇଁ ଯୋଗ୍ୟ ବ୍ୟକ୍ତି ଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଯୋଜନା ପ୍ରସ୍ତୁତ କରନ୍ତୁ

 Breaking News

ଓଡିଆ ଭାଷାର ସୁରକ୍ଷା ଓ ସମୃଦ୍ଧି ପାଇଁ ଯୋଗ୍ୟ ବ୍ୟକ୍ତି ଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଯୋଜନା ପ୍ରସ୍ତୁତ କରନ୍ତୁ

November 17
18:03 2024

ବରଦା ଦାସଙ୍କ ରିପୋର୍ଟ
କଟକ, ୧୭/୧୧: ଓଡ଼ିଆ ଭାଷାକୁ ହିତକାରି ଓ ଅର୍ଥ କାରି କରିବା ପାଇଁ ନୂତନ ଯୋଜନା ସରକାର ଶୀଘ୍ର ଯୋଗ୍ୟ ବ୍ୟକ୍ତି ଙ୍କ ଦିଗ ଦର୍ଶନ ରେ ପ୍ରସ୍ତୁତ କଲେ ଓଡ଼ିଶା ଏକ ନମ୍ୱର୍ ରାଜ୍ୟ ହୋଇ ପାରିବ ବୋଲି ଗତକାଲି ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ବୁଦ୍ଧିଜୀବୀ ସମ୍ମିଳନୀରେ ମତ ପ୍ରକାଶ ପାଇଛି ।
ବିଜେପି ସଭାପତି ମନମୋହନ ସ।ମଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ଯେ ଓଡ଼ିଆ ଭାଷା ଓ ସାହିତ୍ୟ ଉନ୍ନତି ପାଇଁ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି ପଦକ୍ଷେପ ନେବେ ।
ଏହି କମିଟି ରେ ଯୋଗ୍ୟ ପରାମର୍ଶ ଦାତାଙ୍କୁ ନିଆଯିବ । ବିଜେପି ବୁଦ୍ଧିଜୀବୀ ସେଲ ର ଆବାହକ ସୁଦର୍ଶନ ନାୟକ ସଂଯୋଜନା କରି ଭାଷା କମିଶନ ର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେଇଥିଲେ ।
ଭାଷା ଉପରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀ ସଭ୍ୟ ପଦ୍ମଶ୍ରୀ ପଣ୍ଡିତ ଡ ଅନ୍ତର୍ଯ୍ୟାମୀ ମିଶ୍ର ସ୍ଵତନ୍ତ୍ର ବକ୍ତା ଭାବେ ଯୋଗଦାନ କରି ଓଡ଼ିଆ ଭାଷା ସୁରକ୍ଷା ଓ ସମୃଦ୍ଧି ପାଇଁ ନିମ୍ନ ମତେ ପ୍ରସ୍ତାବ ଦେଇ କହିଲେ ଓଡ଼ିଆ ଭାଷାର ଆହରଣ ଦକ୍ଷତା ଓ ଉତ୍ପାଦନ କ୍ଷମତା ଉପରେ ଅଧ୍ୟୟନ ଗବେଷଣା ହେବା ଆବଶ୍ୟକ ।
ଓଡ଼ିଆ ଭାଷା ର ବିକାଶ ନିମିତ୍ତ ଚାରିଟି ଦିଗରୁ ଯୋଜନା କରାଯାଉ । ଭାଷା ତାତ୍ୱିକ, ଜନସାଂଖ୍ୟିକ, ଆଇନଗତ ଓ ପ୍ରତିଷ୍ଠା ଗତ । ପ୍ରାଥମିକ ଶିକ୍ଷା ସ୍ତରରେ ସାଧାରଣ ଭାଷା ଶିକ୍ଷା,ମାଧ୍ୟମିକ ଶିକ୍ଷା ସ୍ତରରେ ଉନ୍ନତ ଭାଷା ଶିକ୍ଷା, ସ୍ନାତକ ଶିକ୍ଷା ସ୍ତରରେ ଉଚ୍ଚାଙ୍ଗ ଭାଷା ଶିକ୍ଷା ଓ ସ୍ନାତକୋତ୍ତର ଶିକ୍ଷା ସ୍ତରରେ ଓଜସ୍ୱିନି ଭାଷା ଶିକ୍ଷା ପ୍ରଚଳନ ସହ ଭାଷା ଶିକ୍ଷା କୁ ହିତ କାରୀ ଓ ଅର୍ଥ କାରୀ କରାଯିବା ଉଚିତ ବୋଲି ଶ୍ରୀ ମିଶ୍ର କହିଥିଲେ ।
ଜାତୀୟ ଶିକ୍ଷା ନୀତିରେ ପରିବର୍ତ୍ତନ,ଅଧ୍ୟାପକ ମାନଙ୍କୁ ଭାଷା ବିଜ୍ଞାନ ର ପ୍ରୟୋଗାତ୍ମକ ଧାରା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉ । କେତେକ ଜିଲ୍ଲା ଓ ଉପଖଣ୍ଡ ନାମ କରଣରେ ସଂଶୋଧନ ଏକାନ୍ତ ଜରୁରୀ ବୋଲି କେତେକ ବୁଦ୍ଧିଜୀବି ମତ ଦେଇଥିଲେ ।
ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ, ସୂଚନା ଓ ଲୋକସଂପର୍କ ବିଭାଗ ତଥା ଥିଙ୍କର୍ସ କ୍ଳବ୍ ସଭାପତି ବରଦା ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରବର୍ତ୍ତୀ ଆଲୋଚନା ଯୁଦ୍ଧ ଓ ଶାନ୍ତି ବିଷୟରେ ଅନୁଷ୍ଠିତ ହେବ ।

ଶେଷରେ ମଧୁର ଭାରତୀ ପତ୍ରିକା କୁ ଅତିଥିମାନେ ଲୋକାର୍ପିତ କରିଥିଲେ । ବହୁ ବୁଦ୍ଧିଜୀବୀ ଏହି ଆଲୋଚନାରେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031