Indus Valley Times

ଓଡିଶାରେ ଆଉ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ : ଉଭୟେ ନାବାଳିକା

 Breaking News

ଓଡିଶାରେ ଆଉ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ : ଉଭୟେ ନାବାଳିକା

December 23
15:54 2021

ଭୁବନେଶ୍ୱର,୨୩/୧୨: ଗୁରୁବାର ଓଡିଶାରେ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ୨ ଭଉଣୀ ବୋଲି ଜଣାପଡିଛି । ଜଣଙ୍କର ବୟସ ୧୫ ହୋଇଥିବା ବେଳେ ଆଉ ଜଣଙ୍କର ବୟସ ୧୧ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଖବର ଅନୁଯାୟୀ, ଦୁଇ ଭଉଣୀ ପୁରା ପରିବାର ସହ କିଛି ଦିନ ତଳେ ନାଇଜେରିଆରୁ ଫେରିଥିଲେ । ସରକାରଙ୍କ ଗାଇଡ଼ଲାଇନ୍ ଅନୁଯାୟୀ, ସେମାନେ କ୍ୱାରେଣ୍ଟାଇନ୍ରେ ରହିବା ସହ ଟେଷ୍ଟ କରାଯାଇଥିଲା ।
ସେଥିରେ ଏହି ୨ ଭଉଣୀ ଓମିକ୍ରନ୍ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ସେମାନଙ୍କ ସାଙ୍ଗରେ ଆସିଥିବା ବାପା, ମାଆ ଓ ଡ୍ରାଇଭରଙ୍କ ମଧ୍ୟ ଟେଷ୍ଟ କରାଯାଇଥିଲା । ଏଥିରେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ଯାଏଁ ୪ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ୨ଜଣ ଚିହ୍ନଟ ହୋଇଛନ୍ତି । ପ୍ରଥମ ଭାବେ ଚିହ୍ନଟ ୨ ଓମିକ୍ରନ୍ଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି । ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031