Indus Valley Times

ଓମିକ୍ରନର ଭୟ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଭାରତୀୟ କ୍ରିକେଟ ଟିମ୍

 Breaking News

ଓମିକ୍ରନର ଭୟ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଭାରତୀୟ କ୍ରିକେଟ ଟିମ୍

December 05
01:15 2021

ଗୋପାଳ ବିଶ୍ୱାଳଙ୍କ ରିପୋର୍ଟ
ଭୁବନେଶ୍ୱର,୧୨/୫ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦେଖାଯିବା ପରେ ଭାରତ ଆଉ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍ରେ ଅନିଶ୍ଚିତତା ଦେଖାଦେଇଥିଲା । ଫଳରେ କ୍ରିକେଟ ଫ୍ୟାନ୍ମାନେ ଟିକେ ନିରାଶ ହୋଇଥିଲେ । ତେବେ ଓମିକ୍ରନର ଭୟ ସତ୍ତେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଯାହା ବିସିସିଆଇ ସଚିବ ଜୟ ଶାହାଙ୍କ ସୂଚନାରୁ ଜଣାପଡ଼ିଛି । ମାତ୍ର ଗସ୍ତ ସୂଚିରେ କିଛିଟା ପରିର୍ବତ୍ତନ କରାଯାଇଛି । ଚଳିତ ୧୭ ତାରିଖ ଆଡ଼କୁ ଭାରତ ସେଠାରେ ୩ଟି ଟେଷ୍ଟ, ୩ଟି ଦିନିକିଆ, ଓ ୪ଟି ଟି ଟୋଣ୍ଟି ଖେଳିବାର ଥିଲା । କିନ୍ତୁ ନୁଆ ସୂଚୀ ଅନୁସାରେ, ଦଳ ଟି-ଟୋଣ୍ଟି ଖେଳିବ ନାହିଁ ? କେବଳ ୩ଟି ଟେଷ୍ଟ, ୩ଟି ଦିନିକିଆ ଖେଳି ଗସ୍ତ ଶେଷ କରିବ ଟିମ୍ ଇଣ୍ଡିଆ । ତେବେ ପରର୍ବତ୍ତି ସମୟରେ ଟି୨୦ ସିରିଜ୍ କଥା ବିଚାର କରାଯିବ ବୋଲି ଶାହା କହିଛନ୍ତି । ବିସିସିଆଇ ସଚିବଙ୍କ ଏହି ସୂଚନା ଫଳରେ ଗସ୍ତକୁ ନେଇ ରହିଥିବା ଦ୍ବନ୍ଦରେ ପରିସମାପ୍ତି ଘଟିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031