Indus Valley Times

ଓଲିଉଡ ଅଭିନେତା ପାର୍ଥସାରଥୀ ଗିରଫ, ଏହି କାରଣରୁ ବାନ୍ଧିଲା ପୋଲିସ

 Breaking News

ଓଲିଉଡ ଅଭିନେତା ପାର୍ଥସାରଥୀ ଗିରଫ, ଏହି କାରଣରୁ ବାନ୍ଧିଲା ପୋଲିସ

ଓଲିଉଡ ଅଭିନେତା ପାର୍ଥସାରଥୀ ଗିରଫ, ଏହି କାରଣରୁ ବାନ୍ଧିଲା ପୋଲିସ
July 10
17:19 2025

ଭୁବନେଶ୍ୱର, ୧୦/୭ : ଗିରଫ ହୋଇଛନ୍ତି ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ। ଏକ ଜାମିନବିହୀନ ଗିରଫ ପରୱାନା (NBW) ଆଧାରରେ ତାଙ୍କୁ ଆଜି ଗିରଫ କରିଛି ଭୁବନେଶ୍ୱରର ବଡଗଡ଼ ଥାନା ପୁଲିସ।
ପାର୍ଥଙ୍କ ନାଁରେ ହତ୍ୟା ଧମକ ଓ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ୍ କରିବା ଭଳି ଅଭିଯୋଗ ରହିଛି। ଦୀର୍ଘ ଦିନ ହେବ ତାଙ୍କ ନାଁରେ ଭୁବନେଶ୍ୱରର ଖାରବେଳ ନଗରରେ ଏହି ମାମଲା ରହିଛି। ଭୁବନେଶ୍ୱର ଜେଏମ୍‌ଏଫସି କୋର୍ଟଙ୍କ ପକ୍ଷରୁ ବାରମ୍ବାର ନୋଟିସ ଦିଆଯିବା ସତ୍ତ୍ୱେ ସେ କୋର୍ଟରେ ହାଜର ହେଉ ନଥିଲେ। ସେଥିପାଇଁ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲେ। ତା’ ଆଧାରରେ ବଡ଼ଗଡ଼ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
୨ ବର୍ଷ ତଳେ ଖାରବେଳ ନଗର ଥାନାରେ ଜଣେ ଯୁବତୀ ତାଙ୍କ ଉପରେ ଏସିଡ୍ ମାଡ଼ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ୧୦ରୁ ଅଧିକ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିଲା। ତା’ ସହିତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ମଧ୍ୟ ନିଆଯାଇଥିଲା।
ପାର୍ଥସାରଥୀ ନାୟକ ଏହି ଘଟଣାର ଭିଡିଓ ଭାଇରାଲ କରିଥିଲେ। ଯୁବତୀ ଜଣଙ୍କ ଏହାକୁ ବିରୋଧ କରିବା ପରେ ପାର୍ଥସାରଥୀ ରାୟ ତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା।
ସେ ଯୁବତୀଙ୍କୁ ହତ୍ୟା ଧମକ ମଧ୍ୟ ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଯୁବତୀ ଜଣଙ୍କ ଥାନାରେ ତାଙ୍କ ନାଁରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା। ମାମଲା ରୁଜୁ ହେବା ସତ୍ତ୍ୱେ ପାର୍ଥସାରଥୀ ଥାନାରେ ହାଜର ହୋଇନଥିଲେ। ଏହା ପରେ ଜେଏମ୍‌ଏଫସି କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। କୋର୍ଟ ତାଙ୍କୁ ନୋଟିସ ଜାରି କରିଥିଲେ। ବାରମ୍ବାର ନୋଟିସ କରାଯିବା ସତ୍ତ୍ୱେ ପାର୍ଥସାରଥୀ ନାୟକ କୋର୍ଟରେ ହାଜର ହେଉନଥିଲେ କି ନିଜ ପକ୍ଷ ରଖୁ ନଥିଲେ।
୨୦୧୩ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ନଈ ସେପାରି କନକ ଗୋରୀ’ ଜରିଆରେ ଓଲିଉଡ୍‌ରେ ଏଣ୍ଟ୍ରୀ ମାରିଥିଲେ ପାର୍ଥସାରଥୀ। ତା’ପରେ ଗଡ଼ବଡ଼, ହେଲୋ ଆରସୀ, ତୁ ମୋ ଲଭ୍ ଷ୍ଟୋରୀ-୨ ଓ ଫାଲଗୁନ ଚୈତ୍ର ଭଳି ଫିଲ୍ମରେ ସେ କାର‌୍ୟ୍ୟ କରିଛନ୍ତି। ୨୦୧୮ରେ ରିଲିଜ ହୋଇଥିବା ହେଲୋ ଆରସୀ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031