Indus Valley Times

ଓସ୍କାର ବିଜେତା ଫିଲ୍‌ମ ଅଭିନେତ୍ରୀ ଗିରଫ, ହିଜାବ ବିରୋଧୀ ପ୍ରଦର୍ଶନଙ୍କୁ କରିଥିଲେ ସମର୍ଥନ

 Breaking News

ଓସ୍କାର ବିଜେତା ଫିଲ୍‌ମ ଅଭିନେତ୍ରୀ ଗିରଫ, ହିଜାବ ବିରୋଧୀ ପ୍ରଦର୍ଶନଙ୍କୁ କରିଥିଲେ ସମର୍ଥନ

ଓସ୍କାର ବିଜେତା ଫିଲ୍‌ମ ଅଭିନେତ୍ରୀ ଗିରଫ, ହିଜାବ ବିରୋଧୀ ପ୍ରଦର୍ଶନଙ୍କୁ କରିଥିଲେ ସମର୍ଥନ
December 18
11:21 2022

ତେହରାନ,୧୮/୧୨: ଇରାନ୍ରେ ଜାରି ରହିଛି ହିଜାବ ବିରୋଧୀ ପ୍ରଦର୍ଶନ। ହଜାର ହଜାର ଲୋକେ ହିଜାବ ଓ ସରକାରଙ୍କ ଡ୍ରେସ୍ କୋଡ୍ ନୀତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ବହୁଦିନ ଧରି ଏହି ପ୍ରଦର୍ଶନ ଜାରି ରହିଛି। ତେବେ ଏହି ବିକ୍ଷୋଭ ପ୍ରଦର୍ଶନକୁ ଜଣେ ଓସ୍କାର ବିଜୟୀ ଅଭିନେତ୍ରୀ ସମର୍ଥନ କରିବା ତାଙ୍କୁ ଭାରି ପଡିଛି। ଦେଶବ୍ୟାପୀ ଚାଲିଥିବା ହିଜାବ୍ ବିରୋଧୀ ପ୍ରତିବାଦ ବିଷୟରେ ମିଥ୍ୟା ପ୍ରଚାର କରିଥିବା ଅଭିଯୋଗରେ ଇରାନ୍ର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଇରାନୀୟ ସରକାରୀ କର୍ତ୍ତୃପକ୍ଷମାନେ ଗିରଫ କରିଛନ୍ତି।
ରିପୋର୍ଟ ମୁତାବକ, ୩୮ ବର୍ଷୀୟ ତାରାନେହ ଅଲିଦୁସ୍ତିଙ୍କୁ ମିଛ ଏବଂ ବିକୃତ ସାମଗ୍ରୀ ପ୍ରକାଶିତ କରିବା ଓ ଅରାଜକତାକୁ ଉସ୍କାଇବା ଅଭିଯୋଗରେ ଗିରଫ କରାଯାଇଛି। ଦେଶବ୍ୟାପୀ ପ୍ରତିବାଦ ଚାଲିଥିବା ବେଳେ କରିଥିବା ଅପରାଧ ପାଇଁ ନିକଟ ଅତୀତରେ ମୁଣ୍ଡକାଟ କରାଯାଇଥିବା ପ୍ରଥମ ବ୍ୟକ୍ତିଙ୍କ ପ୍ରତି ‘ଇନ୍ଷ୍ଟାଗ୍ରାମ୍’ରେ ସମର୍ଥନ ଜଣାଇ ଥିଲେ। ତାରାନେହ ଙ୍କ ‘ଇନ୍ଷ୍ଟାଗ୍ରାମ୍’ ଆକାଉଣ୍ଟ୍ରେ ସେୟାର୍ ହୋଇଥିବା ଫଟୋରେ ଉଲ୍ଲେଖ ଥିଲା, ଆପଣମାନଙ୍କ ନିରବତା ଅର୍ଥ ଅତ୍ୟାଚାର ଓ ଅତ୍ୟାଚାରୀକୁ ସମର୍ଥନ କରିବା। ଏହାର ସପ୍ତାହକ ପରେ ତାରାନେହ ଅଲିଦୁସ୍ତିଙ୍କୁ ଅଟକ ରଖାଯାଇଥିଲା। ଏହାପରେ ଶନିବାର ତାଙ୍କୁ ଗିରଫ କରାଯାଇଛି।
ନିଜର ଦାବି ସପକ୍ଷରେ ଉପଯୁକ୍ତ କାଗଜପତ୍ର ଦାଖଲ କରି ନ ପାରିବାରୁ ଅଲିଦୁସ୍ତିଙ୍କୁ ଗିରଫ କରାଯାଇଛି ବୋଲି ରାଷ୍ଟ୍ରାୟତ ଗଣମାଧ୍ୟମରେ ପ୍ରକାଶ ପାଇଛି। କେବଳ ସେତିକି ନୁହେଁ ସରକାର ବିରୋଧୀ ଏବଂ ଉସ୍କାଇବା ଭଳି ବିଷୟବସ୍ତୁ ପ୍ରକାଶ କରିଥିବା କାରଣରୁ ଆଉ କେତେକ ଇରାନୀୟ ସେଲିବ୍ରେଟିମାନଙ୍କୁ ବି ବିଚାର ବିଭାଗ ସମନ୍ ଜାରି କରାଯାଇଛି। କିନ୍ତୁ, କେତେ ଜଣଙ୍କୁ ସମନ୍ ପଠାଯାଇଛି ସେ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ।
ଉଲ୍ଲେଖଯୋଗ୍ୟ, ୨୦୧୬ରେ ଫିଲ୍ମ ଦ ସେଲ୍ସମ୍ୟାନ୍ ପାଇଁ ଅଲିଦୁସ୍ତିଙ୍କୁ ଓସ୍କାର ପୁରସ୍କାର ମିଳିଥିଲା। ନିକଟରେ ସେ”Leila’s Brothers” ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଚଳିତ ବର୍ଷ କାନ୍ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031