Indus Valley Times

ଓଡ଼ିଆ ଆଲବମ୍‌ର ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟା ଘଟଣା : ମର୍ଡର ପୂର୍ବରୁ ତାଙ୍କ ପ୍ରାଇଭେଟ୍ ପାର୍ଟକୁ କଟାଯାଇଥିଲା

 Breaking News

ଓଡ଼ିଆ ଆଲବମ୍‌ର ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟା ଘଟଣା : ମର୍ଡର ପୂର୍ବରୁ ତାଙ୍କ ପ୍ରାଇଭେଟ୍ ପାର୍ଟକୁ କଟାଯାଇଥିଲା

ଓଡ଼ିଆ ଆଲବମ୍‌ର ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କ ହତ୍ୟା ଘଟଣା : ମର୍ଡର ପୂର୍ବରୁ ତାଙ୍କ ପ୍ରାଇଭେଟ୍ ପାର୍ଟକୁ କଟାଯାଇଥିଲା
March 14
19:13 2021

ଭୁବନେଶ୍ୱର, ୧୪/୩: ଓଡ଼ିଆ ଆଲବମ୍ ଜଗତର ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାରେ ୫ମ ଅପରାଧୀ ବିକ୍ରମାଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି। ୧୨ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଏ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ୍ ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ।
ସେ କହିଛନ୍ତି ଯେ, ସୁମନ୍ତ ଭାଇ ମୋ ସହିତ ବହୁତ କ୍ଲୋଜ୍ ଥିଲେ। ସେ ମୋର ବଡ଼ ଭାଇଟିଏ ହେବ। ବହୁତ୍ ଭଲ ଲୋକ। ଚକେଇସିଆଣିରୁ ଯେବେ ତାଙ୍କ ମୃତ ଦେହ ମିଳିଲା ମୋ ଭାଇ ଆଉ ମୁଁ ଦେଖିବାକୁ ଯାଇଥିଲୁ। ସେଇ ସୟମରେ ପୁଲିସ ତଥ୍ୟ ନେବା ପାଇଁ ଆମକୁ ବହୁ ସମୟ ଥାନାରେ ବସାଇ ଦେଇଥିଲେ। ବହୁଦିନ ପରେ ହତ୍ୟାକାରୀ ଧରାପଡ଼ିଥିବାରୁ ଖୁସି ଲାଗୁଛି। ସେ ପୁରା ନୀରିହ ଲୋକ ଥିଲେ। ଗୋଟିଏ ପ୍ରୋଗ୍ରାମ ବାହାନାରେ ସୁମନ୍ତଙ୍କୁ ଡକାଯାଇଥିଲା। ରାତିସାରା ତାଙ୍କୁ ନିର‌୍ୟାତନା ଦେଇ ମାରିଛନ୍ତି। ତେଣୁ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ମିଳୁ। ଆଉ କେହି ନିରୀହ ଲୋକ ସହ ଏମିତି ଘଟଣା ନ ଘଟୁ ବୋଲି ବିଦୁସ୍ମିତା କହିଛନ୍ତି। ଏହା ସମ୍ପୂର୍ଣ୍ଣ ଏକ ପ୍ରି ପ୍ଲାନ୍ ମର୍ଡ଼ର ଥିଲା। ମୁଁ ଯେତିକି ଜାଣିଛି ଅଭିଯୁକ୍ତମାନେ ସଙ୍ଗୀତ ମହାବିଦ୍ୟାଳୟରେ ସୁମନ୍ତଙ୍କ ଜୁନିଅର ଥିଲେ। କଲେଜ ସମୟରେ କୌଣସି ଏକ ଘଟଣାକୁ ନେଇ ରାଗ ରଖିକି ତାଙ୍କୁ ପ୍ରୋଗ୍ରାମ ବାହାନାରେ ଡାକିଥିଲେ। ରାତିସାରା ତାଙ୍କୁ ସିଗାରେଟ ଚେଙ୍କ ଦିଆଯାଇଥିଲା। ଯାହାର ଦାଗ ତାଙ୍କ ଦେହରେ ଥିଲା। ଏମିତିକି ତାଙ୍କ ପ୍ରାଇଭେଟ୍ ପାର୍ଟକୁ କଟାଯାଇଥିଲା। ରାତିସାରା ତାଙ୍କୁ ନିର‌୍ୟାତନା ଦେଇ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ବିଦୁସ୍ମିତା ଆଜି କ୍ୟାମେରା ସାମ୍ନାରେ କହିଛନ୍ତି। ସୂଚନା ଅନୁଯାୟୀ ୨୦୦୮ରେ ଏହି ହତ୍ୟାକାଣ୍ଡ ଘଟିଥିଲା। ୧୨ ବର୍ଷ ପରେ ୫ମ ଅଭିଯୁକ୍ତକୁ ଗିରଫ ଗିରଫ କରାଯାଇଥିବା ଆଜି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031