Indus Valley Times

ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ: ଏୟାର ମାର୍ଶାଲ ଡିକେ ପଟ୍ଟନାୟକ ପୂର୍ବାଞ୍ଚଳର ଏୟାର କମାଣ୍ଡର ନିଯୁକ୍ତ

 Breaking News

ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ: ଏୟାର ମାର୍ଶାଲ ଡିକେ ପଟ୍ଟନାୟକ ପୂର୍ବାଞ୍ଚଳର ଏୟାର କମାଣ୍ଡର ନିଯୁକ୍ତ

ଓଡ଼ିଆ ପୁଅଙ୍କୁ ବଡ଼ ଦାୟିତ୍ୱ: ଏୟାର ମାର୍ଶାଲ ଡିକେ ପଟ୍ଟନାୟକ ପୂର୍ବାଞ୍ଚଳର ଏୟାର କମାଣ୍ଡର ନିଯୁକ୍ତ
October 02
20:31 2021

ଭୁବନେଶ୍ୱର,୨/୧୦ : ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ମିଳିଛି ବଡ଼ ଦାୟିତ୍ୱ। ତାଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଥମ ଓଡ଼ିଆ ଭାବେ ସେ ଏହି ଦାୟିତ୍ୱ ପାଇଛନ୍ତି। ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ ଦିଲୀପ ପଟ୍ଟନାୟକ।
ଫାଇଟର ଜେଟ୍ ମିରାଜ ପାଇଲଟ୍ ଭାବେ ଦିଲୀପଙ୍କ ଦକ୍ଷତା ରହିଛି। ସେହିଭଳି ମିଗ୍-୨୧ ସହିତ ବିଭିନ୍ନ ପ୍ରକାର ଲଢ଼ୁଆ ବିମାନ ଉଡ଼ାଇବାରେ ସେ ମାହିର। ତାଙ୍କ ପାଖରେ ୨୫ଶହ ଘଣ୍ଟାର ଉଡ଼ାଣ ଭରିବାର ଅଭିଜ୍ଞତା ରହିଛି।
କାରଗିଲ ଯୁଦ୍ଧରେ ଅପୂର୍ବ ସାହସିକତା ପାଇଁ ସେ ବାୟୁସେନା ମେଡାଲ୍ ପାଇଥିଲେ। ଟାଇଗର ହିଲ୍ରେ ସେ ଲେଜର ଗାଇଡେଡ୍ ବୋମା ପକାଇଥିଲେ। ପ୍ରଥମ ଥର ପାଇଁ ରାତିରେ ସେ ଲେଜର ଗାଇଡେଡ୍ ବୋମା ପକାଇଥିଲେ। ୨୦୨୦ରେ ଏୟାର ମାର୍ଶାଲ ଦିଲୀପଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଥିଲା।
ଏୟାର ମାର୍ଶାଲ ଦିଲୀପ ପଟ୍ଟନାୟକ ଭୁବନେଶ୍ୱରର ବାସିନ୍ଦା। ସେ ଏଠାରେ ଏକ ନମ୍ବର କେନ୍ଦ୍ରୀୟ ବିଦ୍ୟାଳୟ ଓ ଡିଏମ୍ ସ୍କୁଲ୍ରେ ପାଠ ପଢ଼ିଥିଲେ। ୧୯୮୪ ମସିହା ଜୁନ୍ ୮ ତାରିଖରେ ସେ ବାୟୁସେନାରେ ଭର୍ତ୍ତି ହୋଇଥିଲେ। ଦିଲୀପ ତାଙ୍କ କ୍ୟାରିୟରରେ ଭାରତୀୟ ବାୟୁସେନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଦାୟିତ୍ୱ ତୁଲାଇଛନ୍ତି।
IAFରେ ତାଙ୍କର ଚମତ୍କାର କ୍ୟାରିଅର୍ ରହିଛି। ଫ୍ରଣ୍ଟଲାଇନ ଫାଇଟରକୁ କମାଣ୍ଡିଂ କରିବାରେ ସେ ମାହିର। ସେହିପରି ଏୟାର ଭାଇସ ମାର୍ଶଲ ପୂର୍ବରୁ ସେ ବାୟୁ ସେନାରେ ଅନେକ ପଦପଦବୀରେ କାମ କରିଛନ୍ତି।
ଏଥିସହିତ ସେ ଏୟାର ୱାର୍-ଫେୟାର ମହାବିଦ୍ୟାଳୟର କମାଣ୍ଡାଣ୍ଟ ଥିଲେ। ସେହିପରି ଡିଫେନ୍ସ ସିର୍ଭିସ ଷ୍ଟାଫ୍ କଲେଜ ଓ କଲେଜ ଅଫ୍ ଏୟାର ୱାର୍-ଫେୟାର ମହାବିଦ୍ୟାଳୟର ସେ ଜଣେ ପୁରାତନ ଛାତ୍ର ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031