Indus Valley Times

ଓଡ଼ିଶାରେ ୬୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାଜିଲ୍ଲାରୁ ସର୍ବାଧିକ ୨୯୧ ଜଣ

 Breaking News

ଓଡ଼ିଶାରେ ୬୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାଜିଲ୍ଲାରୁ ସର୍ବାଧିକ ୨୯୧ ଜଣ

ଓଡ଼ିଶାରେ ୬୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାଜିଲ୍ଲାରୁ ସର୍ବାଧିକ ୨୯୧ ଜଣ
September 17
11:12 2021

ଭୁବନେଶ୍ୱର,୧୭/୯ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୯୬ ଜଣ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୭ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୬୧ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ୫ ଜଣ କରୋନା ପଜିଟିଜ୍ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୨, ବରଗଡ଼ରୁ ୭, ଭଦ୍ରକରୁ ୭, ବଲାଙ୍ଗିରରୁ ଜଣେ, କଟକରୁ ୭୨, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୫, ଗଜପତିରୁ ୨, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୩, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୨, କୋରାପୁଟରୁ ୧୬, ମୟୂରଭଞ୍ଜରୁ ୨୨, ନୟାଗଡ଼ରୁ ୭, ପୁରୀରୁ ୯, ରାୟଗଡ଼ାରୁ ୪, ସମ୍ବଲପୁରରୁ ୮, ସୁନ୍ଦରଗଡ଼ରୁ ୨୩ ଓ ଷ୍ଟେଟ ପୁଲ୍ରୁ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ସମୁଦାୟ କରୋନା ପଜିଟିଭି ସଂଖ୍ୟା ୧୦,୧୮,୯୨୬ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୦,୦୪,୮୪୫ଜଣ ସୁସ୍ଥ ହୋଇ ସାରିଲେଣି। ୫,୯୦୬ ଜଣ ଚିକିତ୍ସାଧୀନ ରହିଛନ୍ତି।
ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ଆଉ ୪ ଜଣଙ୍କ ସଂପର୍କରେ ସରକାର ତଥ୍ୟ ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୨୨ କୁ ବୃଦ୍ଧି ପାଇଛି। ଏହି ୪ ମୃତକଙ୍କ ମଧ୍ୟରୁ କଟକ, ଖୋର୍ଦ୍ଧା, ଭଦ୍ରକ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଅଛନ୍ତି। ଏହା ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୩ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ୧୪୮୪, ଭଦ୍ରକରେ ୧୪୧ ଓ ଜଗତସିଂହପୁରରେ ୨୯୬କୁ ବୃଦ୍ଧି ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031