Indus Valley Times

ଓଡ଼ିଶାର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡାଙ୍କ ଦୁର୍ଘଟଣା ଖବର ମିଛ

 Breaking News

ଓଡ଼ିଶାର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡାଙ୍କ ଦୁର୍ଘଟଣା ଖବର ମିଛ

ଓଡ଼ିଶାର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡାଙ୍କ ଦୁର୍ଘଟଣା ଖବର ମିଛ
July 10
19:27 2021

ଭୁବନେଶ୍ୱର,୧୦/ ୭ : ମୁଁ ଠିକ୍ ଅଛି। ସୁସ୍ଥ ଅଛି। ମୋର ସେମିତି କିଛି ହୋଇ ନାହିଁ। ମୁଁ ମରିନାହିଁ। ଆଜି ଏକ ଭିଡିଓ ଜାରି କରି ଓଡ଼ିଶାର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ଏହା କହିଛନ୍ତି। ଗତକାଲିଠାରୁ ମୋ ବିଷୟରେ କିଛି ଗଣମାଧ୍ୟମରେ ଯେଉଁ ବିଭ୍ରାନ୍ତିକର ଖବର ପ୍ରକାଶ ପାଉଛି ତାହା ମିଛ ବୋଲି ସେ କହିଛନ୍ତି।
ସେ ଏହି ଭିଡିଓଟି ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଗତକାଲି ଘଟିଥିବା ଦୁର୍ଘଟଣା ମୋ ଭାଇ ସହ ହୋଇଛି। ତାହା ଏକ ଛୋଟ ଦୁର୍ଘଟଣା। ସେ ସମୟରେ ମୁଁ କାରରେ ନଥିଲି। ମୋ ଭାଇର କେବଳ ହାତଟି ଭାଙ୍ଗିଛି। କିନ୍ତୁ ମୁଁ ଘରେ ଅଛି ଏବଂ ଭଲ ଅଛି ବୋଲି ସେ କହିଛନ୍ତି। କିଛି ଗଣମାଧ୍ୟମରେ ଫେକ୍ ଖବରକୁ ନେଇ ଅସୀମା ପ୍ରତିକ୍ରିୟାଶୀଳ ହୋଇ କହିଛନ୍ତି ଯେ, ଦୁର୍ଘଟଣା କାହାକୁ ଜଣେଇ ହୁଏ ନାହିଁ। ଦୁର୍ଘଟଣା ସବୁବେଳେ ଦୁର୍ଘଟଣା। ଗତକାଲି ମୋ ଭାଇ ଅଫିସରୁ ଫେରିବା ପରେ ଦୁର୍ଘଟଣାରେ ଶିକାର ହୋଇଥିଲେ। ତାଙ୍କର କେବଳ ହାତରେ ଆଘାତ ଲାଗିଛି।
ଓଡ଼ିଶାର କେତେ ଦୁର୍ଘଟଣା ଘଟୁଛି। ଏମିତି କୌଣସି ଅପପ୍ରଚାର ମୁଁ ଦେଖୁ ନାହିଁ। ତେବେ ମୋତେ ନେଇ କାହିଁକି ଅପପ୍ରଚାର କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଅସୀମା ପଣ୍ଡା ମରିଗଲେ, ସେ ବେପରୁଆ ଗାଡ଼ି ଚଳାଉଛନ୍ତି ଏମିତି ସବୁ ପ୍ରକାଶ ପାଇବା ବା ପ୍ରଚାର କରାଯିବା ଅତି ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। କୌଣସି ବଡ଼ ଗଣମାଧ୍ୟମରେ ଏମିତି ଖବର ପ୍ରକାଶ ପାଉନାହିଁ। କିଛି ଛୋଟଛୋଟ ସଂସ୍ଥା ଏବଂ କିଛି ୟୁ-ଟ୍ୟୁବ୍ ଚ୍ୟାନେଲ ଏଭଳି ବିଭ୍ରାନ୍ତିକର ଖବର ପ୍ରକାଶ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଖବର ମତେ ଅତିଷ୍ଟ କରିସାରିଲାଣି। ଏଭଳି ଏକ ଦୁଃଖଦ ସମୟରରେ ଅସୀମା ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ହେଲେ ଫେକ୍ ନ୍ୟୁଜକୁ ନେଇ ମୁଁ ମର୍ମାହତ ବୋଲି ସେ କହିଛନ୍ତି। ଫେକ ନ୍ୟୁଜ୍ ପରିବେଶଣ କରୁଥିବା ସଂସ୍ଥାକୁ ଚେତାବନୀ ଦେବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସତର୍କ କରାଇ ଦେଇଛନ୍ତି।
-ଓଡ଼ିଶା ରିପୋର୍ଟର

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031