Indus Valley Times

ଓଡ଼ିଶାର ୪ ପୋଲିସଙ୍କୁ ଉତ୍କର୍ଷ ତଦନ୍ତ ପାଇଁ ମିଳିବ ପଦକ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା

 Breaking News

ଓଡ଼ିଶାର ୪ ପୋଲିସଙ୍କୁ ଉତ୍କର୍ଷ ତଦନ୍ତ ପାଇଁ ମିଳିବ ପଦକ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା

ଓଡ଼ିଶାର ୪ ପୋଲିସଙ୍କୁ ଉତ୍କର୍ଷ ତଦନ୍ତ ପାଇଁ ମିଳିବ ପଦକ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା
August 12
15:36 2022

ଭୁବନେଶ୍ୱର,୧୨/୮: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ମୋଟ ୧୫୧ ପୁଲିସ ଅଫିସରଙ୍କୁ ପଦକ ଦିଆଯିବା ନିମନ୍ତେ ଘୋଷଣା କରାଯାଇଛି।
ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ପୁଲିସ୍ ଅଧିକାରୀ ରହିଛନ୍ତି । ଆସନ୍ତା ୧୫ ତାରିଖରେ ସ୍ୱାଧୀନତା ଦିବସ ଅବସରରେ ଏହି ଦକ୍ଷ ପୁଲିସ୍ ଅଫିସରଙ୍କୁ ସମ୍ମାନିତ କରାଯିବ।
ସେମାନଙ୍କ ମଧ୍ୟରେ ୨୮ ଦକ୍ଷ ମହିଳା ପୁଲିସ୍ ଅଧିକାରୀ ମଧ୍ୟ ଅଛନ୍ତି। ଓଡ଼ିଶାରୁ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ୪ ପୁଲିସ୍ ଅଧିକାରୀଙ୍କ ମଧ୍ୟରେ ଜଣେ ଡିଏସ୍ପି ଓ ୩ ଜଣ ଇନ୍ସପେକ୍ଟର ଅଛନ୍ତି।
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶାର ଡିଏସ୍ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା, ଅନସୂୟା ନାୟକ ଓ ରମେଶ ପ୍ରଧାନ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସିବିଆଇରୁ ସର୍ବାଧିକ ୧୫ ଅଧିକାରୀଙ୍କୁ ମିଳିବ ଉତ୍କର୍ଷ ପଦକ । ଏହାବାଦ ଏନଆଇଏରୁ ୫ ଓ ଏନସିବିରୁ ୫ ଅଧିକାରୀ ପୁରୁସ୍କୃତ ହେବେ ।
ବିଭିନ୍ନ ରାଜ୍ୟ ମଧ୍ୟରୁ ଆନ୍ଧ୍ରପ୍ରଦେଶରରୁ ୬, ଆସାମରୁ ୪, ବିହାରରୁ ୭, ଛତିଶଗଡ଼ରୁ ୩, ଗୁଜରାଟରୁ ୬, ହରିୟାନାରୁ ୪, ହିମାଚଳ ପ୍ରଦେଶରୁ ୧, ଜମ୍ମୁ, କଶ୍ମୀରରୁ ୧, ଝାଡ଼ଖଣ୍ଡରୁ ୨, କର୍ଣ୍ଣାଟକରୁ ୬, କେରଳରୁ ୭, ମଧ୍ୟପ୍ରଦେଶରୁ ୧୦, ମହାରାଷ୍ଟ୍ରରୁ ୧୧, ମଣିପୁରରୁ ୧ପୁଲିସ୍ ଅଧିକାରୀ ପୁରସ୍କୃତ ହେବେ। ମେଘାଳୟରୁ ୧, ମିଜୋରାମରୁ ୧, ନାଗାଲାଣ୍ଡରୁ ୧, ପଞ୍ଜାବରୁ ୧, ରାଜସ୍ଥାନରୁ ୮, ତାମିଲନାଡ଼ୁରୁ ୫, ତେଲେଙ୍ଗାନାରୁ ୫, ତ୍ରିପୁରାରୁ ୧, ଉତ୍ତରପ୍ରଦେଶରୁ ୧୧, ଉତ୍ତରାଖଣ୍ଡରୁ ୧, ପଶ୍ଚିମବଙ୍ଗରୁ ୮ ଦକ୍ଷ ଅଧିକାରୀଙ୍କୁ ପୁରସ୍କୃତ କରାଯିବାକୁ ସ୍ଥିର କରାଯାଇଛି।
ଏହାବାଦ ଆଣ୍ଡାମାନ ନିକୋବରରୁ ୧, ଦାଦର ଓ ନାଗର ହାଭେଲିରୁ ୧, ଡାମନ ଡିୟୁରୁ ୧, ଦିଲ୍ଲୀରୁ ୬, ପୁଡୁଚେରୀରୁ ୧ ଅଧିକାରୀ ପୁରସ୍କୃତ ହେବେ ବୋଲି ଜଣାଯାଇଛି।
୨୦୧୮ ମସିହାରୁ ପ୍ରତି ବର୍ଷ କେନ୍ଦ୍ର ସରକାର ଦକ୍ଷ ଅଧିକାରୀଙ୍କୁ ଏହି ପଦକ ଦେଇ ପୁରସ୍କୃତ କରୁଛନ୍ତି। ତଦନ୍ତରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ଏହି ପଦକ ପ୍ରଦାନ କରାଯାଉଛି।
ଏହାଦ୍ୱାରା ପୁଲିସ୍ ଅଧିକାରୀ କାର୍ଯ୍ୟ କରିବାର ମନୋବଳ ଅଧିକ ସୁଦୃଢ ହୋଇପାରିବ ବୋଲି ଗୃହ ମନ୍ତ୍ରଣାଳୟ ଆଶା ରଖିଛି। ଏଥିପାଇଁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ଏହି ପଦକ ବିଜେତାଙ୍କ ନାମ ଘୋଷଣା କରାଯାଇଥାଏ । ଗତବର୍ଷ ୧୫୨ ପୁଲିସ୍ ଅଧିକାରୀଙ୍କୁ ନିଜ ଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031