Indus Valley Times

ଓଡ଼ିିଆ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦାନୀଙ୍କ ପରଲୋକ

 Breaking News

ଓଡ଼ିିଆ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦାନୀଙ୍କ ପରଲୋକ

ଓଡ଼ିିଆ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦାନୀଙ୍କ ପରଲୋକ
March 29
15:30 2021

ଭୁବନେଶ୍ୱର,୨୯/୩: ଓଡ଼ିଆ ଫିଲ୍ମର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ ହୋଇଯାଇଛି। କଟକ ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଜଲାଲ ଆଦେନିଙ୍କ ପରଲୋକ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ଜଲାଲ ଆଦେନୀ ଏକସଙ୍ଗେ ଜଣେ ପ୍ରୟୋଜକ, ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଗୀତିକାର, ଅଭିନେତା ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ। ‘ଅନୁତାପ’ ସହ ଅନେକ ଓଡ଼ିଆ ହିଟ୍ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଜଲାଲ ଆଦେନି। ନିଦ ଭରା ରାତି ମଧୁଝରା ପ୍ରୀତି,ନୁପୁର କାହିଁକି ଆଜି ବାନ୍ଧିଲି, ମୁଁ ତୁମକୁ ଭଲ ପାଏ, ରୁଷିଛି ଅଭିମାନିତୀ ଭଳି ଅନେକ ଲୋକପ୍ରିୟ ଗୀତର ସେ ସଂଗୀତ ନିର୍ଦ୍ଦେଶକ ଥିଲେ। ୧୯୭୬ ମସିହାର ‘ହୀରା ମୋତି ମାଣିକ’ ଫିଲ୍ମର ନିର୍ଦ୍ଦେଶନା ବି ଦେଇଥିଲେ ଜଲାଲ ଆଦେନୀ ।
-ଓଡ଼ିଶା ରିପୋର୍ଟର

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031