Legatus

ଓୟୁଜେ ପଦାଧିକାରୀ ବୈଠକ : ଜୋର୍‌ଦାର ହେବ ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ୍ ଦାବି

 Breaking News

ଓୟୁଜେ ପଦାଧିକାରୀ ବୈଠକ : ଜୋର୍‌ଦାର ହେବ ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ୍ ଦାବି

ଓୟୁଜେ ପଦାଧିକାରୀ ବୈଠକ : ଜୋର୍‌ଦାର ହେବ ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ୍ ଦାବି
January 12
20:29 2024

By Ipsita Das

ଭୁବନେଶ୍ୱର ତା 12/1:   ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତା ପ୍ରସଙ୍ଗ କୁ ନେଇ ରାଜ୍ୟ ବ୍ୟାପି ବ୍ୟାପକ ଆନ୍ଦୋଳନ କରିବାଲାଗି ରାଜ୍ୟ ର ସର୍ବ ବୃହତ ସାମ୍ବାଦିକ ସଂଗଠନ ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ ) ନିଷ୍ପତି ନେଇଛି l ଶୁକ୍ରବାର ଦିନ ସ୍ଥାନୀୟ ଓୟୁଜେ ଭବନ ଠାରେ ଅନୁଷ୍ଠିତ ରାଜ୍ୟ ପଧାଧିକାରୀ  ମାନଙ୍କର ବୈଠକ ରେ ଏହି ନିଷ୍ପତି ନିଆଯାଇଛି l ବୈଠକ ରେ ଅଧ୍ୟକ୍ଷତା କରି ଓୟୁଜେ   ସଭାପତି ପ୍ରସନ୍ନ ମହାନ୍ତି ମଧ୍ୟପ୍ରଦେଶ ଓ ହରିଆଣା ଢାଞ୍ଚା ରେ ରାଜ୍ୟରେ ତୁରନ୍ତ ସାମ୍ବାଦିକ ପେନସନ ଯୋଜନା କାର୍ଯ୍ୟକାରୀ କରାଇବା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଓ ଦୀର୍ଘ ପନ୍ଦର ବର୍ଷ ଧରି ଶୀତଳ ଭଣ୍ଡାର ରେ ଥିବା ସାମ୍ବାଦିକ ଅଧିସ୍ୱୀକୃତି କମିଟି ର ତୁରନ୍ତ ପୁନର୍ଗଠନ କରିବାକୁ ଦାବୀ କରିଥିଲେ l

ସଂଗଠନ କୁ ଅଧିକ କ୍ରିୟାଶୀଲ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା l ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର ସମେତ ଉପ ସଭାପତି ରାଜୀବ ମହାନ୍ତି ଓ ରାଜେଶ ପଟ୍ଟନାୟକ କୋଷାଧକ୍ଷ ଅମୁଲ୍ୟ ରଞ୍ଜନ ସ୍ୱାଇଁ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ପ୍ରସନ୍ନ ପାଇକରାୟ ସଂଗଠନ ସମ୍ପାଦକ ରିତୁରାଜ ସିଂ, ମନୋଜ ପଟ୍ଟନାୟକ, ତ୍ରିଲୋଚନ ଦାଶ, ରବୀନ୍ଦ୍ର ମହାକୁଡ଼ ବରିଷ୍ଠ ସଦସ୍ୟ ପରୀକ୍ଷିତ ବିଶ୍ୱାଳ, ଅକ୍ଷୟ ସାହୁ, ପ୍ରମୋଦ ସାମନ୍ତରାୟ ପ୍ରମୁଖ ଆଲୋଚନା ରେ ଭାଗ ନେଇ ବିଭିନ୍ନ ପରାମର୍ଶ ଦେଇଥିଲେ l ଏହି ଅବସରରେ ରାଜ୍ୟ ବାର କାଉନସିଲ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ଓୟୁଜେ ଉପ ସଭାପତି ରାଜୀବ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ଏହି ଅବସରରେ  ୟୁନିଅନର ପୂର୍ବତନ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଙ୍କୁ ଓୟୁଜେ ଟ୍ରିବୁନାଲର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା ବେଳେ  ସୁଧାଂଶୁ ପରିଡାଙ୍କୁ କାର୍ଯ୍ୟାଳୟ ସମ୍ପାଦକ, ଆଚାର୍ଯ୍ୟ ବିଶ୍ୱରଂଜନ ଙ୍କୁ କଲ୍ୟାଣ କମିଟି ର ଅଧ୍ୟକ୍ଷ, ସମରଜିତ ମହାନ୍ତି ଙ୍କୁ ଲିଗାଲ ସେଲ ର ଅଧ୍ୟକ୍ଷ ଓ ସନ୍ତୋଷ କୁମାର ସିଂହ ଦେଓ ଙ୍କୁ ଓୟୁଜେ ମିଡ଼ିଆ ସେଲ ର ମୁଖ୍ୟ ସଂଯୋଜକ ଭାବେ ମନୋନୀତ କରାଯାଇଥିଲା

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31