Indus Valley Times

କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଧମକପୂର୍ଣ୍ଣ କଲ୍, ୫୦ଲକ୍ଷ ନଦେଲେ ଜୀବନରୁ ମାରିଦେବାକୁ ଧମକ

 Breaking News

କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଧମକପୂର୍ଣ୍ଣ କଲ୍, ୫୦ଲକ୍ଷ ନଦେଲେ ଜୀବନରୁ ମାରିଦେବାକୁ ଧମକ

କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଧମକପୂର୍ଣ୍ଣ କଲ୍, ୫୦ଲକ୍ଷ ନଦେଲେ ଜୀବନରୁ ମାରିଦେବାକୁ ଧମକ
February 05
18:10 2025

ଭୁବନେଶ୍ୱର,୫/୨: ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଧମକ ଦିଆଯାଇଛି। ୫୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ ଦିଆଯାଛି। ଏ ନେଇ ନିଜେ ଜୟଦେବ ଜେନାଙ୍କ ଅଭିଯୋଗ କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ତଦନ୍ତ ଦାବି କରିଛନ୍ତି।
ନିରଞ୍ଜନଙ୍କ ପରେ ଜୟଦେବଙ୍କୁ ମାରି ଦେବାକୁ ଧମକ ମିଳିଛି ଗତ ୩ ତାରିଖରେ କଲ କରି ଟଙ୍କା ମାଗିଥିଲେ ଜଣେ ଯୁବକ। ଓଡ଼ିଆ ଭାଷାରେ କଥା ହୋଇ ଟଙ୍କା ମାଗିଥିଲେ। ଜୟଦେବ କହିଥିଲେ, ମୋତେ ୭୦ ବର୍ଷ ପାର ହେଲାଣି ମାରିଦେଲେ ମାରିଦେ। ତା ପରେ ଯୁବକ କହିଥିଲେ ୫୦ ହଜାର ଦିଅ।
ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କରିଛନ୍ତି ଜୟଦେବ ।ଆହୁରି ମଧ୍ୟ କହିଛନ୍ତି, ତଦନ୍ତ ଦାବି କରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ମୁଁ ସରକାର ବିରୋଧରେ ଅନେକ ପ୍ରସଙ୍ଗରେ ସମାଲୋଚନା କରୁଥିବାରୁ ଏଭଳି ଫୋନ ଧମକ ଆସୁଛି।
ମୋହନ ଭଗବତ୍‌ଙ୍କୁ ବିରୋଧ କରି ଛାତ୍ରନେତା ଜେଲ ଯିବା ପରେ ମୁଁ ତାଙ୍କୁ ଭେଟି ସାମ୍ବାଦିକ ସମ୍ମିଳନୀ କରିବା ପରେ ଯୁବକ ଜଣଙ୍କ ଟଙ୍କା ମାଗିବା ସହିତ କହିଥିଲା ବହୁ ଟିଭିରେ ବହାରୁଛୁ ବୋଲି ଜୟଦେବ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031