Indus Valley Times

କଖାରୁ ବୋଝେଇ କ୍ୟାଣ୍ଟରରେ ଗଞ୍ଜେଇ ଚାଲାଣ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

 Breaking News

କଖାରୁ ବୋଝେଇ କ୍ୟାଣ୍ଟରରେ ଗଞ୍ଜେଇ ଚାଲାଣ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

କଖାରୁ ବୋଝେଇ କ୍ୟାଣ୍ଟରରେ ଗଞ୍ଜେଇ ଚାଲାଣ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ
September 06
15:32 2021

ଭବାନୀପାଟଣା, ୬/୯: ଗଞ୍ଜେଇ ମାଫିଆ ପୁଲିସ୍ ଆଖିରେ ଧୂଳି ଦେଇ ଖସିଯିବା ପାଇଁ ଭିନ୍ନ ଭିନ୍ନ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ମାଲବାହୀ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ପଇଡ଼, କଦଳୀ ଓ ଆଲମାରୀ ବୋଝେଇ ଟ୍ରକ୍ରେ ପଠାଉଛନ୍ତି। ଗତକାଲି କଳାହାଣ୍ଡି ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କଖାରୁ ବୋଝେଇ କ୍ୟାଣ୍ଟରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ପୁଲିସ୍।
କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଅଣ୍ଡର ବ୍ରିଜ୍ ନିକଟରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖ୍ ପଚରାଉଚରା କରୁଛି ପୁଲିସ୍।
ଗତକାଲି ଏକ କଖାରୁ ବୋଝେଇ କ୍ୟାଣ୍ଟର ରାୟଗଡ଼ାରୁ ଉତ୍ତର ପ୍ରଦେଶର ଗାଜିଆବାଦ ଅଭିମୁଖେ ଯାଉଥିଲା। ତେବେ ସେଥିରେ କଖାରୁ ସହ ଗଞ୍ଜେଇ ଥିବା ପୁଲିସ୍ କୌଣସି ସୁତ୍ରରୁ ଖବର ପାଇଥିଲା।
ପୁଲିସ୍ ଗାଡ଼ିଟିକୁ ପିଛା କରି କେସିଙ୍ଗା ଅଣ୍ଡର ବ୍ରିଜ୍ ନିକଟରେ ଧରିଥିଲା। ପୁଲିସ ଗାଡ଼ିରେ ଯାଞ୍ଚ କଲାବେଳେ ପ୍ରଥମେ କଖାରୁ ଭର୍ତ୍ତି ବସ୍ତା ବାହାରିଥିଲା। ତେବେ କଖାରୁ ବସ୍ତା ତଳୁ ୨୮୧ ପ୍ୟାକେଟ ଗଞ୍ଜେଇ ବାହାରିଥିଲା। ପୁଲିସ ଗଞ୍ଜେଇ ଜବତ କରି ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031