Indus Valley Times

କଙ୍ଗନା ନୁହେଁ ଐଶ୍ୱର୍ଯ୍ୟା ଥିଲେ ପ୍ରଥମ ପସନ୍ଦ

 Breaking News

କଙ୍ଗନା ନୁହେଁ ଐଶ୍ୱର୍ଯ୍ୟା ଥିଲେ ପ୍ରଥମ ପସନ୍ଦ

କଙ୍ଗନା ନୁହେଁ  ଐଶ୍ୱର୍ଯ୍ୟା  ଥିଲେ ପ୍ରଥମ ପସନ୍ଦ
September 11
21:20 2021

ମୁମ୍ବାଇ, ୧୧/୯: ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ। ନିକଟରେ ରିଲିଜ ହୋଇଛି ତାଙ୍କ ଫିଲ୍ମ ‘ଥଲାଇଭି’। ତାଙ୍କୁ ଏଥିରେ ତାମିଲନାଡୁର ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ଚରିତ୍ରରେ ଦେଖିବାକୁ ମିଳିଛି।
ତେବେ ଏହି ଫିଲ୍ମ ପାଇଁ କଙ୍ଗନା ନୁହେଁ ବିଶ୍ୱ ସୁନ୍ଦରୀ ତଥା ବି-ଟାଉନର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ଥିଲେ ପ୍ରଥମ ପସନ୍ଦ। ଏକଥା ଆମେ କହୁନୁ, ନିକଟରେ ଏନେଇ ଖୁଲାସା କରିଛନ୍ତି ଅଭିନେତ୍ରୀ, ନିର୍ଦ୍ଦେଶିକା, ପ୍ରଡ୍ୟୁସର ତଥା ହୋଷ୍ଟ ସିମି ଗରେୱାଲ।
ନିକଟରେ ଫିଲ୍ମ ‘ଥଲାଇଭି’ ସ୍କ୍ରିନିଂ ହୋଇଥିଲା। ଏଥିରେ ଯୋଗ ଦେବା ପରେ ସିମି ଗରେୱାଲ କଙ୍ଗନାଙ୍କ ଅଭିନୟକୁ ନେଇ ଭୁରିଭୁରି ପ୍ରଶଂସା କରିଥିଲେ। ଏଥିସହ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଲେଖିଥିଲେ, ‘ମୁଁ କଙ୍ଗନାଙ୍କ ଉଗ୍ର କମେଣ୍ଟକୁ ବିଲକୁଲ ସମର୍ଥନ କରୁନି, କିନ୍ତୁ ତାଙ୍କ ଆକ୍ଟିଂ ଟାଲେଣ୍ଟ ବେଶ୍ ଚତ୍ମକାର।
‘ଥଲାଇଭି’ରେ ସେ ନିଜର ମନ ଏବଂ ଆତ୍ମା ଦେଇଛନ୍ତି। ଐଶ୍ୱର୍ଯ୍ୟା ତାଙ୍କ ବାୟୋପିକ୍ରେ କାମ କରନ୍ତୁ ବୋଲି ଜୟଲଳିତା ଚାହୁଁଥିଲେ। କିନ୍ତୁ ଯେଉଁଭଳି କଙ୍ଗନା ଏହି ଫିଲ୍ମରେ କାମ କରିଛନ୍ତି, ତାକୁ ସେ ଦେଖିଥିଲେ ନିଶ୍ଚିତ ରୂପେ ପ୍ରଶଂସା ନକରି ରହିପାରିନଥା’ନ୍ତେ। ଆଉ ଅଭିନେତା ଅରବିନ୍ଦ ସ୍ୱାମୀଙ୍କ କଥା ଯଦି କହିବା ତେବେ ସେ ଏମ୍ଜିଆର୍ଙ୍କ ପୂର୍ନଜନ୍ମ।’
ସୂଚନା ମୁତାବକ ଜୟଲଳିତା ସିମି ଗରେୱାଲଙ୍କ ଚାଟ୍ ଶୋ’ରେ ପୂର୍ବରୁ ଅତିଥି ରୂପେ ସାମିଲ ହୋଇଥିଲେ। ଏହି ସମୟରେ ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜ ପସନ୍ଦର ଗୀତ ଗାଇଥିଲେ। ଏଥିରେ ଐଶ୍ୱର୍ଯ୍ୟା ଙ୍କ ବିଷୟରେ ମଧ୍ୟ କହିଥିଲେ।
ଏଏଲ୍ ବିଜୟଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ଥଲାଇଭି’ ସେପ୍ଟେମ୍ବର୧୦ ତାରିଖରେ ବଡ଼ ପରଦାରେ ରିଲିଜ ହୋଇଛି। ଏଥିରେ କଙ୍ଗନା ଲିଡ୍ ରୋଲରେ ଅଛନ୍ତି। ଏଥିରେ ପୂରାପୁରି ଅବିକଳ ଜୟଲଳିତାଙ୍କ ଭଳି ଦେଖାଯିବା ପାଇଁ କଙ୍ଗନା ପ୍ରୋସ୍ଥେଟିକ୍ ମେକ୍ଅପ୍ର ସାହାରା ନେଇଛନ୍ତି। ଏଥିସହ ସେ ନିଜ ଓଜନ ମଧ୍ୟ ବଢ଼ାଇଛନ୍ତି।
ଆଗକୁ କଙ୍ଗନାଙ୍କ ‘ଧାକଡ’ ଓ ‘ତେଜସ’ ଭଳି ଫିଲ୍ମ ଆସିବାର ଅଛି। ଫିଲ୍ମ ‘ଧାକଡ’ରେ ତାଙ୍କ ଅପୋଜିଟ୍ରେ ଅର୍ଜୁନ ରାମପାଲ ଅଛନ୍ତି। ସେହିପରି ‘ତେଜସ’ରେ ତାଙ୍କୁ ଜଣେ ପାଇଲଟ ଚରିତ୍ରରେ ଦେଖିବାକୁ ମିଳିବ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031