Indus Valley Times

କଟକରେ ଅମାନିଆ ବାଘ ଓ ପବ୍ଲିକ ଷଣ୍ଢ ଦୁଇଟି ଗ୍ରୁପ୍ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ

 Breaking News

କଟକରେ ଅମାନିଆ ବାଘ ଓ ପବ୍ଲିକ ଷଣ୍ଢ ଦୁଇଟି ଗ୍ରୁପ୍ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ

କଟକରେ ଅମାନିଆ ବାଘ ଓ ପବ୍ଲିକ ଷଣ୍ଢ ଦୁଇଟି ଗ୍ରୁପ୍ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ
November 11
15:06 2021

କଟକ ୧୧।୧୧: ଭୁବନେଶ୍ବରର କେବିଏନ୍ ଗ୍ରୁପ ଭଳି କଟକରେ ମଧ୍ୟ ଗୋଟିଏ ଗୋଷ୍ଠୀର ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହୋଇଛି । ଘଟଣାରେ ଜଣେ ଯୁବତୀଙ୍କ ସହ ୩ ଯୁବକଙ୍କୁ ଅଟକର ରଖି ପଚରାଉଚୁରା କରୁଛି ମାଲଗୋଦାମ ଥାନା ପୋଲିସ । ଭିଡିଓରେ ବ୍ୟବହୃତ ଖଣ୍ଡା ଏବଂ ଖେଳନା ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ ।
ଅମାନିଆ ବାଘ ଓ ପବ୍ଲିକ ଷଣ୍ଢ ଦୁଇଟି ଗ୍ରୁପ କରି ଏମାନେ ଭିଡିଓ ସୁଟ୍ କରିଛନ୍ତି । ଭିଡିଓରେ ଜଣେ ଯୁବକ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ତାଳଦଣ୍ଡା କେନାଲ ଅଞ୍ଚଳରେ ଏହି ଭିଡିଓ ସୁଟ୍ ହୋଇଥିବା ଜଣାପଡିଛି ।
ଭିଡିଓରେ ବ୍ୟବହୃତ ଖଣ୍ଡା କେଉଁଠୁ ଆସିଲା, ଭିଡିଓ ସୁଟ୍ କରିଥିବା ଯୁବକ ଯୁବତୀ ପୂର୍ବରୁ କୌଣସି ଅପରାଧିକ ମାମଲା ସହ ସମ୍ପୃକ୍ତି ଅଛି କି ନାହିଁ ସେନେଇ ତଦନ୍ତ କରୁଛି ପୋଲିସ ।
ସୋସିଆଲ ମିଡିଆରେ ଭୟ ସୃଷ୍ଟି କାରୀ ଭିଡିଓ ଭାଇରାଲ କରି ବିବାଦରେ ଅମାନିଆ ବାଘ ଓ ପବ୍ଲିକ ଷଣ୍ଢ ଗ୍ରୁପ । ନିକଟରେ ଭୁବନେଶ୍ବର କେବିଏନ ଗୃପ ଭିଡିଓ ଭାଇରାଲ କରି ବନ୍ଧା ହୋଇଥିବା ବେଳେ ଏବେ କଟକର କିଛି ଯୁବ ଗୋଷ୍ଠୀ ହାତରେ ଖଣ୍ଡା ଓ ବନ୍ଧୁକ ଧରି ଅଶ୍ଳୀଳ ଭାଷାରେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଏହି ଭିଡିଓ ।
ତେବେ ଏହି ଭିଡିଓ ଭାଇରାଲ ହେବା ପରେ ତିନିଜଣ ଯୁବକ ଓ ଜଣେ ଯୁବତୀଙ୍କୁ ଜେରା କରିଛି ମାଲଗୋଦାମ ଥାନା ପୋଲିସ । ଭିଡିଓରେ ଦେଖାଯାଉଥିବା ଖଣ୍ଡା ଓ ଖେଳନା ବନ୍ଧୁକକୁ ପୋଲିସ ଜବତ କରିଛି ବୋଲି କହିଛନ୍ତି ମାଲଗୋଦାମ ଥାନା ଅଧିକାରୀ ।
ସେପଟେ ଏଭଳି ଭିଡିଓ ପ୍ରସ୍ତୁତ କରିଥିବା ଜଣେ ଯୁବତୀ କହିଛନ୍ତି ଯେ, ଏହି ଭିଡିଓ କୌଣସି ଉଦ୍ଦେଶ୍ୟ ମୂଳକ ଭାବେ ପ୍ରସ୍ତୁତ କରି ନଥିଲୁ । ସୋସିଆଲ ମିଡିଆରେ ଚାଲିଥିବା ଲାଇକ ସେୟାର ଓ ଫଲୋ ପ୍ରତିଯୋଗିତା ପାଇଁ କରିଥିଲେ ।
ତେବେ ଅମାନିଆ ବାଘ ଓ ପବ୍ଲିକ ଷଣ୍ଢ ଗ୍ରୁପ ମଧ୍ୟରେ ରେ ଏହି ସୋସିଆଲ ମିଡିଆର ପ୍ରତିଯୋଗିତାର ପରିଣାମ ବୋଲି ନିଜେ ସ୍ଵୀକାର କରିବା ସହ ଆଉ ଏଭଳି କରିବେ ନାହିଁ ବୋଲି କହିଛନ୍ତି ।
ସେହି ଭଳି ଖଣ୍ଡା ଧରିଥିବା ଜଣେ ଯୁବକ ର ମା କହିଛନ୍ତି ସେ ଏହି ଭିଡିଓ ସଂକ୍ରାନ୍ତ ରେ କିଛି ଜାଣି ନାହାନ୍ତି ଏହି ଖଣ୍ଡା ଯୋବ୍ରାର ଜଣେ ପିଲା ତାଙ୍କ ପୁଅକୁ ଦେଇଥିବା କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031