Indus Valley Times

କଟକରେ ନୂଆ ସିପି ଏସ୍‌. ଦେବଦତ୍ତ ସିଂହଙ୍କ ତାଗିଦ୍, ଟାର୍ଗେଟ୍‌ରେ ଗାଦିମଡ଼ା ପୋଲିସ ଅଧିକାରୀ, ଦକ୍ଷତା ଉପରେ ଗୁରୁତ୍ବ

 Breaking News

କଟକରେ ନୂଆ ସିପି ଏସ୍‌. ଦେବଦତ୍ତ ସିଂହଙ୍କ ତାଗିଦ୍, ଟାର୍ଗେଟ୍‌ରେ ଗାଦିମଡ଼ା ପୋଲିସ ଅଧିକାରୀ, ଦକ୍ଷତା ଉପରେ ଗୁରୁତ୍ବ

October 01
16:41 2024

ଭୁବନେଶ୍ୱର, ୧/୧୦ : ଦାୟିତ୍ୱ ନେଉ ନେଉ ଆକ୍ସନ ମୁଡକୁ ଆସି ଯାଇଛନ୍ତି ପୁଲିସ କମିଶନର ଏସ୍ . ଦେବଦତ୍ତ ସିଂହ । ପରଫରମାନ୍ସ ହେଉଛି ଆଧାର, ନ କରିପାରିଲେ ଦୃଢ ଆକ୍ସନ ନିଆଯିବ ବୋଲି କହିଛନ୍ତି। ଟୁଇନ୍ ସିଟିରେ ଦୀର୍ଘ ବର୍ଷ ଧରି ରହି ଯାଇଥିବା ଗାଦି ମଡ଼ା ପୁଲିସ ଅଧିକାରୀଙ୍କୁ ଏପରି ଚେତାବନୀ ଦେଇଛନ୍ତି ପୁଲିସ କମିଶନର ।
ଟୁଇନ ସିଟି କମିଶନର ଏସ୍ . ଦେବଦତ୍ତ ସିଂହ ଗତକାଲି ଭୁବନେଶ୍ୱରରେ ପୂର୍ବତନ ପୁଲିସ୍ କମିଶନର ସଞ୍ଜୀବ ପଣ୍ଡାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଆଜି କଟକରେ ପହଞ୍ଚି ବିଭିନ୍ନ ଥାନା ଅଧିକାରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରି ସେ କହିଛନ୍ତି, କେଉଁ ଅଫିସର କେତେ ଦିନ ହେବ କମିଶନରେଟ ପୁଲିସ୍ ଅଧୀନରେ କାର୍ଯ୍ୟରତ ଅଛନ୍ତି ପ୍ରଥମେ ତାହାର ତଥ୍ୟ ନିଆଯିବ । ଏହାପରେ ଅଧିକାରୀମାନଙ୍କ ସମ୍ପାଦନା କରୁଥିବା କର୍ତ୍ତବ୍ୟକୁ ତର୍ଜମା କରାଯିବ । ଆଶାନୁରୂପ କାର୍ଯ୍ୟ କରୁ ନ ଥିଲେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
୨୪ ଘଣ୍ଟା ଲୋକଙ୍କ ସେବା କରିବା ସହ ସେମାନଙ୍କ ଅଭିଯୋଗ ଶୁଣିବା ପୁଲିସ୍‌ର କାମ । ଲୋକଙ୍କୁ ଉଚିତ ବ୍ୟବହାର ଦେଖାଇବା ସହ ତ୍ୱରିତ ନ୍ୟାୟ ଦେବାକୁ ପଦକ୍ଷେପ ନିଆଯିବ । ଅସୁବିଧା ସମୟରେ ଥାନାକୁ ଆସୁଥିବା ଲୋକଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ସହ ସେମାନଙ୍କ ଅଭିଯୋଗକୁ ଧୈର‌୍ୟ୍ୟର ସହ ଶୁଣାଯିବ ।
ଅଭିଯୋଗକାରୀ ଥାନାର ଅତିଥି ସମାନ । ଆମେ ଘରେ ଯେପରି ଅତିଥିଙ୍କ ସତ୍କାର କରିଥାଉ, ଠିକ୍ ସେହିପରି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ସମାନ ବ୍ୟବହାର ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ନୂଆ ପୁଲିସ୍ କମିଶନର ।
ଏଥିସହ ସେ ଅପରାଧୀଙ୍କୁ ଅପରାଧ ଛାଡ଼ି ଆଗାମୀ ଦିନରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ନଚେତ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି।
ଆଜି କଟକର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ୨୦୧୩ ବ୍ୟାଚର ଆଇପିଏସ୍ ଜଗମୋହନ ମୀନା। ପ୍ରକାଶ ଆର୍.ଙ୍କ ବଦଳି ପରେ ତାଙ୍କ ସ୍ଥାନରେ ଜଗମୋହନ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଦାୟିତ୍ୱ ନେବା ପରେ ନୂଆ ଡିସିପି କହିଛନ୍ତି, ପାର୍ବଣ ଋତୁର ସୁପରିଚାଳନା ଉପରେ ଆମର ଗୁରୁତ୍ୱ ରହିବ। ଥାନାରେ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର କରାଯିବ। ତାସହିତ ମହିଳାମାନଙ୍କ ପାଇଁ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ। ବଡ଼ ବଡ଼ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି ଜଗମୋହନ ମୀନା ।
ଦୁଇ ଦିନ ପୂର୍ବେ ପୁଲିସ୍ ବିଭାଗରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା। ଗୁଇନ୍ଦା ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜିଙ୍କଠାରୁ ଆରମ୍ଭ କରି କଟକ-ଭୁବନେଶ୍ୱର ପୁଲିସ କମିଶନର ପର୍ଯ୍ୟନ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ବଡ଼ ପଦବୀରେ ଥିବା ଆଇପିଏସ ଅଫିସରଙ୍କୁ କରାଯାଇଛି ବଦଳି। ସେହିପରି ୨୦ଟି ଜିଲ୍ଲାର ଏସ୍‌ପିଙ୍କ ସମେତ ଟୁଇନ ସିଟି କମିଶନରଙ୍କ ସମେତ କଟକ, ଭୁବନେଶ୍ୱର ଆଦି ଜିଲ୍ଲାର ଏସ୍‌ପିଙ୍କର ବି ବଦଳି ହୋଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031