Indus Valley Times

କଟକରେ ଫୁଟିଲା ଗୁଳି: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ହେଲେ ବ୍ୟବସାୟୀ

 Breaking News

କଟକରେ ଫୁଟିଲା ଗୁଳି: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ହେଲେ ବ୍ୟବସାୟୀ

କଟକରେ ଫୁଟିଲା ଗୁଳି: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ହେଲେ ବ୍ୟବସାୟୀ
September 09
17:10 2021

କଟକ, ୯/୯: କଟକରେ ଫୁଟିଲା ଗୁଳି। କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗାରେ ଘଟିଛି ଏହି ଘଟଣା। ଗୁଳିମାଡ଼ରେ ଆହତ ହୋଇଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ନାଁ କ୍ଷୀରୋଦ ସାହୁ। ତାଙ୍କ ଜଂଘରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
କ୍ଷୀରୋଦଙ୍କ ପତ୍ନୀଙ୍କ କହିବା ଅନୁଯାୟୀ ସେ କଟକ ମାଲଗୋଦାମକୁ ମାଲ୍ ନେବାକୁ ଆସୁଥିଲେ। ସେ ଗାଡ଼ିରେ ତାଙ୍କ ଡ୍ରାଇଭର ସହ ଆସୁଥିବା ବେଳେ ଏହି ଘଟଣା ଘଟିଥିଲା।
ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, କ୍ଷୀରୋଦଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ତେବେ ସେମାନେ କେବଳ ଲୁଟ୍ କରିବା ଉଦ୍ଦେଶ୍ୟରେ ଆସିଥିଲେ ନା କିଛି ବ୍ୟବସାୟିକ ଶତ୍ରୁତା ରହିଛି, ପୁଲିସ୍ ଏବେ ସେହି ଦିଗରେ ତଦନ୍ତ କରୁଛି। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ୍ କହିଛି।
ସୂଚନା ଅନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ରେ ଆସି କ୍ଷୀରୋଦଙ୍କୁ ଗୁଳି କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031