Indus Valley Times

କଟକ ଏସିବି ମେଡିକାଲର ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ

 Breaking News

କଟକ ଏସିବି ମେଡିକାଲର ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ

କଟକ ଏସିବି ମେଡିକାଲର ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ
September 23
09:53 2021

କଟକ, ୨୩/୯ : କଟକ ଏସସିବି ମେଡିକାଲର ଇକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଫଳରେ ଏହି ୟୁନିଟରେ ଭର୍ତ୍ତି ହୋଇଥିବା ସମସ୍ତ ୪ ରୋଗୀ ଆଖି ବୁଜିଛନ୍ତି। ଗତକାଲି ଚତୁର୍ଥ ତଥା ଶେଷ ରୋଗୀ ଭାବେ ଚିକିତ୍ସାଧୀନ ଥିବା ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ପରେ ଏବେ ଇକମୋ ୟୁନିଟ ଖାଲି ହୋଇଯାଇଛି।
ମୃତ ମହିଳା ଜଣଙ୍କ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର। ସେ ଗତ ଅଗଷ୍ଟ ମାସ ୨୯ ତାରିଖରେ ପ୍ରଥମ ରୋଗୀ ଭାବେ କଟକ ବଡ଼ ଡାକ୍ତରଖାନାରେ ଖୋଲିଥିବା ଇକମୋ ୟୁନିଟରେ ଭର୍ତ୍ତି ହୋଇଥିଲେ। ତାଙ୍କ ପରେ ପରେ ବଲାଙ୍ଗିର ଜଣେ ମହିଳା, କେନ୍ଦ୍ରାପଡ଼ାର ଜଣେ ବ୍ୟକ୍ତି ଓ ଭୁବନେଶ୍ୱରର ଜଣେ ବ୍ୟକ୍ତି ଇକ୍ମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ।
ଏହି ତିନି ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଶେଷ ରୋଗୀ ଭାବେ ନିଶ୍ଚିନ୍ତକୋଇଲି ଅଞ୍ଚଳର ଏହି ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି।
କେନ୍ଦ୍ରାପଡ଼ାର ଯେଉଁ ବ୍ୟକ୍ତି ଜଣଙ୍କ ଭର୍ତ୍ତି ହୋଇଥିଲେ ତାଙ୍କର ପ୍ରଥମେ ମୃତ୍ୟୁ ଘଟିଥିଲା। ତା’ପରେ ବଲାଙ୍ଗିରର ମହିଳା ଜଣଙ୍କ ପ୍ରାଣ ହରାଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031