Indus Valley Times

କଟକ କମିସନରେଟ୍ ପୁଲିସକୁ ମିଳିଛି ବଡ଼ଧରଣ ସଫଳତା: ୩୨ ଟି ଚୋରା ବାଇକ୍ ସହ ୯ ଜଣ ଗିରଫ

 Breaking News

କଟକ କମିସନରେଟ୍ ପୁଲିସକୁ ମିଳିଛି ବଡ଼ଧରଣ ସଫଳତା: ୩୨ ଟି ଚୋରା ବାଇକ୍ ସହ ୯ ଜଣ ଗିରଫ

August 31
18:45 2021

କଟକ, ୩୧ /୮: କଟକ କମିସନରେଟ ପୁଲିସକୁ ମିଳିଛି ବଡ଼ ଧରଣର ସଫଳତା। ମାଲଗୋଦାମ ପୁଲିସ ଏକ ଆନ୍ତଃରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାରେ ସକ୍ଷମ ହୋଇଛି। ସେମାନଙ୍କ ନିକଟରୁ ୩୨ଟି ଚୋରା ବାଇକ୍ ଜବତ କରାଯିବା ସହିତ ଗ୍ୟାଙ୍ଗର ୯ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୁଲିସ।
ଏହି ଗ୍ୟାଙ୍ଗ କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ଖୋର୍ଦ୍ଧା , ଗଂଜାମ, କେନ୍ଦ୍ରାପଡା, ଅନୁଗୁଳରେ ସକ୍ରିୟ ଥିବା ଜଣାପଡିଥିବାବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଥିବା କହିଛନ୍ତି ସିପି।
ମାଲଗୋଦାମ ପୁଲିସ ଜଣେ ବାଇକ୍ ଲୁଟେରାକୁ ଧରି ପଚରାଉଚରା କରିବାରୁ ଗ୍ୟାଙ୍ଗର ଟେର ପାଇଥିଲା। ଲୁଟ ହୋଇଥିବା ୩୨ଟି ବାଇକକୁ ଜବତ କରାଯାଇଥିବା ବେଳେ ୯ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ୪ଜଣ ପେଷାଦାର ଚୋରାବାଇକ ବ୍ୟବସାୟୀ ମଧ୍ୟ ଥିବା କମିଶନର କହିଛନ୍ତି। ଦୈତ୍ୟନଗରୀରେ ଚୋରା ବାଇକରେ ହେଉଛି ଅଧିକ କ୍ରାଇମ।
ଆଉ ବାଇକ୍ ଚୋରି ଗ୍ୟାଙ୍ଗଙ୍କ ଦୌରାତ୍ମ ମଧ୍ୟ ବୃଦ୍ଧି ପାଉଥିବାରୁ ଏଥିରେ ଲଗାମ ଲଗାଇବା ତଥା ଲୁଟେରାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯାଇଛି। ଏହି କ୍ରମରେ ୨୦୨୧ ଜୁଲାଇ ସୁଦ୍ଧା ୧୫୭ ଟି ବାଇକ୍ ଜବତ ହେବା ସହିତ ୧୩୬ଟି ମାମଲା ରୁଜୁ ହୋଇଛି। ଏହି ଗ୍ୟାଙ୍ଗ ଗୋଟିଏ ଜିଲ୍ଲାରୁ ବାଇକ୍ ଲୁଟ କରି ଅନ୍ୟ ଜିଲ୍ଲାକୁ ନେଇ ବିକ୍ରି କରୁଛନ୍ତି।
ଫଳରେ ସେମାନଙ୍କୁ ଧରିବା ଓ ଲୁଟ ବାଇକ ଜବତ କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହେଉଛି। ଏହି ଘଟଣାରେ ମଧ୍ୟ କଟକ ବ୍ୟତୀତ ଗଂଜାମ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଢେଙ୍କାନାଳ ଓ ଅନୁଗୋଳରେ ସ୍ୱତନ୍ତ୍ର ପୁଲିସ ଟିମ ଚଢ଼ାଉ କରି ସଫଳତା ପାଇଛି।
ଏହି ଗ୍ୟାଙ୍ଗ ଧରାପଡିବା ପୁଲିସ ପାଇଁ ଏକ ବଡ଼ ସଫଳତା ହୋଇଥିବା ବେଳେ ଜବତ ବାଇକ୍ରେ ଏକାଧିକ ପ୍ରେସ ଲେଖା ଦେଖିବାକୁ ମିଳିଛି। ତେଣୁ ଗଣମାଧ୍ୟମକୁ ଢାଲ କରି ଯେଉଁମାନେ ଏପରି କାମ କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ ପୁଲିସର କଡା ନଜର ରହିଛି। ସମ୍ପୃକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031