Indus Valley Times

କଟକ ମହାନଦୀ ବିହାରରେ ସଶସ୍ତ୍ର ଡକାୟତି: ୧୮ ଲକ୍ଷ ଟଙ୍କା ଲୁଟିନେଲେ ୫ ଦୁର୍ବୃତ୍ତ

 Breaking News

କଟକ ମହାନଦୀ ବିହାରରେ ସଶସ୍ତ୍ର ଡକାୟତି: ୧୮ ଲକ୍ଷ ଟଙ୍କା ଲୁଟିନେଲେ ୫ ଦୁର୍ବୃତ୍ତ

October 21
12:34 2022

କଟକ, ୨୧/୧୦: କଟକରେ ମାତିଲେ ଡକାୟତ । ମହାନଦୀ ବିହାରରେ ବଡ ଧରଣର ଡକାୟତି ହୋଇଛି । ସକାଳୁ ସକାଳୁ ଘରେ ପଶି ଡକାୟତମାନେ ଲୁଟିନେଇଛନ୍ତି ୧୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ।
ହଠାତ୍ ଡକାୟତମାନେ ମହାନଦୀ ବିହାରରେ ରହୁଥିବା ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଥିଲେ । ମାରଣାସ୍ତ୍ର ଦେଖାଇ ଲୁଟ୍ପାଟ ଆରମ୍ଭ କରିଥିଲେ । ଦୀପ୍ତିରଞ୍ଜନ ଏହାକୁ ବିରୋଧ କରିବାକୁ ତାଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ ଡକାୟତ । ଫଳରେ ଡକାୟତଙ୍କ ଆକ୍ରମଣରେ ଦୀପ୍ତିରଞ୍ଜନ ଆହତ ହୋଇଛନ୍ତି ।
ସେପଟେ ଡକାୟତମାନେ ଲକ୍ଷାଧିକ ଟଙ୍କା ଲୁଟିନେବା ସହ ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି । ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ରାତିରେ ଲୁଟ୍ ପାଟ୍ ବଦଳରେ ସକାଳୁ ସକାଳୁ ଡକାୟତମାନେ ଏପରି କରିବା ନିଶ୍ଚିତ ଭାବେ ଆଶ୍ଚର‌୍ୟ୍ୟଜନକ ଘଟଣା । ଏପଟେ ଘଟଣା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଦୀପ୍ତିଙ୍କ ପରିବାର ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031