Indus Valley Times

କଣ୍ଟାମାଳ ବିଡିଓଙ୍କୁ ସମିତିସଭ୍ୟଙ୍କ ଦ୍ୱାରା ଦୁର୍ବ୍ୟବହାର ଓ ଜାତିଆଣ ଆକ୍ଷେପ ମାମଲା:ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ପ୍ରଶାସିନିକ ସେବା ସଂଘ

 Breaking News

କଣ୍ଟାମାଳ ବିଡିଓଙ୍କୁ ସମିତିସଭ୍ୟଙ୍କ ଦ୍ୱାରା ଦୁର୍ବ୍ୟବହାର ଓ ଜାତିଆଣ ଆକ୍ଷେପ ମାମଲା:ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ପ୍ରଶାସିନିକ ସେବା ସଂଘ

କଣ୍ଟାମାଳ ବିଡିଓଙ୍କୁ ସମିତିସଭ୍ୟଙ୍କ ଦ୍ୱାରା ଦୁର୍ବ୍ୟବହାର ଓ ଜାତିଆଣ ଆକ୍ଷେପ ମାମଲା:ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ପ୍ରଶାସିନିକ ସେବା ସଂଘ
August 08
14:18 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୮/୮ : ଗତ ୩୧ ତାରିଖ ଦିନ କଣ୍ଟାମାଳ ପଂଚାୟତ ସମିତିର ଷଷ୍ଠ ସାଧାରଣ ବୈଠକରେ କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନଙ୍କୁ ଖଲିଆପାଲି ଗ୍ରାମପାୟତର ସମିତି ସଦସ୍ୟ କେଦାରନାଥ ସାହୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଜାତିଆଣ ଆକ୍ଷେପ କରିଥିବା ନେଇ ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି ।
ଏନେଇ ଓଡ଼ିଶା ପ୍ରଶାସନିକ ସେବା ସଂଘ ବୌଦ୍ଧ ଶାଖାର ଏକ ଜରୂରୀ ବୈଠକ ବୌଦ୍ଧ ସର୍କିଟହାଉସ ପରିସରରେ ଅନୁଷ୍ଠିତ ହୋଇ ଜିଲାରେ ବାରମ୍ବାର ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ରାଜନୈତିକ ଲୋକଙ୍କ ଆକ୍ରୋଶର ଶୀକାର ହେଉଥିବାରୁ ଉଦବେଗ ପ୍ରକାଶ କରାଯିବା ସହିତ କାମାଳ ବିଡିଙ୍କୁ ଦୁର୍ବ୍ୟବହାର ଓ ଜାତିଆଣ ଆକ୍ଷେପ ମାମଲାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି ।
ବୈଠକରେ କଣ୍ଟାମାଳ ବିଡିଓ ଶ୍ରୀପ୍ରଧାନ ସାଧାରଣ ବୈଠକରେ ହୋଇଥିବା ଘଟଣା ସଂପର୍କରେ ଅନ୍ୟ ଅଧିକାରୀମାନଙ୍କୁ ଅବଗତ କରାଇବା ପରେ ସଂଘ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯିବ ତାହାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
କଣ୍ଟାମାଳ ବିଡିଓ ଶ୍ରୀପ୍ରଧାନଙ୍କୁ ସମିତିସଭ୍ୟ ଶ୍ରୀସାହୁଙ୍କ ଦ୍ୱାରା କରାଯାଇଥିବା ଦୁର୍ବ୍ୟବହାର ଓ ଜାତିଆଣ ଆକ୍ଷେପକୁ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଥିଲା । ଏନେଇ ବିଡିଓ ଶ୍ରୀପ୍ରଧାନଙ୍କ ପକ୍ଷରୁ କଣ୍ଟାମାଳ ଥାନାରେ ଅଭିଯୋଗ କରାଯାଇଥିବାବେଳେ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକ ଏହି ମାମଲାରେ ହସ୍ତକ୍ଷେପ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରାଯିବାକୁ ନିବେଦନ କରାଯାଇଥିଲା ।
ଏଥିସହିତ କଣ୍ଟାମାଳ ଥାନାରେ ବିଡିଓ ଶ୍ରୀପ୍ରଧାନଙ୍କ ବିରୋଧରେ ମିଥ୍ୟା ଓ ଭିତିହୀନ ଅଭିଯୋଗ କରାଯାଇଥିବାବେଳେ ଏନେଇ ଥାନା ର୍କୃପକ୍ଷ ବିଡିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଅନୁରୋଧ କରାଯାଇଥିଲା । ଘଟଣା ସଂପର୍କରେ ଓଡ଼ିଶା ପ୍ରଶାସନିକ ସେବା ସଂଘର ରାଜ୍ୟ ସଭାପତି ଓ ସଂପାଦକଙ୍କ ଦୃଷ୍ଟି ଆକର୍ଷଣ ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରାଯାଇଥିଲା ।
ଅତିରିକ୍ତ ଜିଲାପାଳ ତଥା ଜିଲା ଶାଖାର ସଭାପତି ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନଧି ମଣ୍ଡଳୀ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି ।
ଏହି ବୈଠକରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ରବି ନାରାୟଣ ତ୍ରିପାଠୀ,ଉପଜିଲାପାଳ ରବିନ୍ଦ୍ର ନାଥ କହଁର,ବୌଦ୍ଧ ବିଡିଓ ମହାପାତ୍ର କୁଲଦୀପ ମହାନ୍ତି,ତହସିଲଦାର ପ୍ରିତିବାଳା ରଣା, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକ,ତହସିଲଦାର ଶିବାନୀ ଦାଶ,କାମାଳ ବିଡିଓ କଳାକୃଷ୍ଣ ପ୍ରଧାନ,ତହସିଲଦାର କର୍ଣ୍ଣ ମଲ୍ଲିକ,ଜିଲା ଉପନିବନ୍ଧକ ମନୋରଂଜନ ବଘାର,ଡେପୁଟି କଲେକ୍ଟର ହୃଷିକେଶ ତ୍ରିପାଠୀ ଓ ଶାଶ୍ୱତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ବୌଦ୍ଧ ମହାନଦୀରେ କୁମ୍ଭୀର:ଲୋକେ ଆତଙ୍କିତ
ବୌଦ୍ଧ; ୮/୮: ବୌଦ୍ଧଜିଲ୍ଲାରେ ଲଗାଣ ବର୍ଷା ହେବା ଫଳରେ ଗତ ୨ ତାରିଖରେ ଜିଲ୍ଲାରେ ବନ୍ୟା ଦେଖାଦେଇଥିଲା । ବନ୍ୟା ଫଳରେ ଜିଲ୍ଲାର ହରଭଙ୍ଗା ବ୍ଲକରେ ବ୍ୟାପକ କ୍ଷତି ହୋଇଥିଲା । ଏହି ବନ୍ୟା ପରେ ମହାନଦୀର ହରଭଙ୍ଗା ବ୍ଲକର କରଡି ଘାଟରେ ଏକ ବଡ କୁମ୍ଭୀର ଦେଖିବାକୁ ମିଳିଥିଲା ।
ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଗତ ଦୁଇଦିନ କରଡି ଘାଟରେ କୁମ୍ଭୀରଟି ଦେଖାଦଇଥିବା ବେଳେ ଆଉ ଆଜି ସେଠାରେ ଦେଖା ଯାଉନଥିବାର ଜଣାପଡିଛି । କୁମ୍ଭୀରଟି ଉପରକୁ ଉଠି ଆସିଥିବା ବୌଦ୍ଧ ସହର ନିକଟସ୍ଥ ବଙ୍କାପଡା ପାଖାପାଖି ରହିଥିବା ସନ୍ଦେହ କରାଯାଉଛି ।
ମହାନଦୀରେ କୁମ୍ଭୀର ଦେଖାଦେବା ପରେ ବନ ବିଭାଗର ଏକ ଟିମ ସେଠାରେ ରହି କୁମ୍ଭୀରର ଗତିବିଧି ଉପରେ ନଜର ରଖିଛି । ମହାନଦୀରେ କୁମ୍ଭୀର ଦେଖାଦେବା ପରେ ସ୍ଥାନିୟ ଲୋକେ ଆତଙ୍କିତ ହୋଇପଡିଛନ୍ତି ଓ ମହାନଦୀକୁ ଯିବାକୁ ଡରୁଛନ୍ତି ।
କରଡି ସମେତ ଆଖପାଖ ଅଂଚଳର ଲୋକମାନେ ଆଉ ନଦୀକୁ ଯାଉନାହାନ୍ତି । ହେଲେ ଗୋରୁଗାଈମାନେ ନଦୀକୁ ଚାଲିଯାଉଥିବାର ଦେଖିବାକୁ ମିଳୁଛି । ଗୋରୁଗାଈଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଲୋକମାନେ କୂଳରେ କୁମ୍ଭୀର ଦେଖିବା ପାଇଁ ଭିଡ ଜମାଇଛନ୍ତି । ସେପଟେ ମହାନଦୀରେ ଜଳସ୍ତର ବୃଦ୍ଧି ପାଉଛି ।
କୁମ୍ଭୀରଟି ପ୍ରାୟ ୧୨ ଫୁଟରୁ ଉର୍ଦ୍ଧ୍ୱ ହେବାର ଅନୁମାନ କରାଯାଉଛି । ମହାନଦୀରେ ପ୍ରତିବର୍ଷ ବନ୍ୟା ଆସିଲେ କୁମ୍ଭୀର ଦେଖାଦେଇଥାଏ । ଗତ ବର୍ଷ ଅଗଷ୍ଟ ମାସରେ ଜିଲ୍ଲାରେ ବନ୍ୟା ହୋଇଥିଲା । ଏହି ସମୟରେ ହରଭଙ୍ଗା ବ୍ଲକର ରାମଗଡ ଠାରେ ମହାନଦୀରେ କୁମ୍ଭୀର ଦେଖାଦେଇଥିଲା ।
ଲଗାଣ ବର୍ଷାରେ ଧୋଇଗଲା ରାସ୍ତା
ବୌଦ୍ଧ,୮/୮: ଅଗଷ୍ଟ ମାସ ପହିଲାରେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ତଳିଆ ଅଂଚଳରେ ବର୍ଷା ପାଣି ପ୍ରବେଶ କରି ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା । ଏହି ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବର୍ଷା ଯୋଗୁଁ ଜଳେଶ୍ୱର ମନ୍ଦିରକୁ ଯାଇଥିବା ରାସ୍ତା ଧୋଇହୋଇଯାଇଛି । ବର୍ତ୍ତମାନ ବାଉଁଶ ପୋଲ କରି ଯିବା ଆସିବା କରାଯାଉଛି ।
୫୭ ନମ୍ବର ଜାତୀୟ ରାଜପଥର ମତ୍ସ ବିଭାଗ କାର୍ଯ୍ୟାଳୟ ନିକଟରୁ ମହାନଦୀ କୁଳରେ ଥିବା ଜଳେଶ୍ୱର ମନ୍ଦିରକୁ ଏହି ରାସ୍ତାଟି ଯାଇଛି । ବର୍ତ୍ତମାନ ଶ୍ରବଣ ମାସ ଚାଲୁ ଥିବାରୁ ଜଳେଶ୍ୱର ମନ୍ଦିରକୁ ଭକ୍ତଙ୍କ ଭିଡ ଜମୁଛି । ହେଲେ ଭକ୍ତଙ୍କ ଯିବା ଆସିବା କରିବାରେ ସମସ୍ୟା ଦେଖାଦେଇଛି ।
ସେହିପରି ଏହି ରାସ୍ତାରେ ଏକ ବିଦ୍ୟାଳୟ ପଡୁ ଥିବାରୁ ଛାତ୍ରଛାତ୍ରୀ ଓ ଅବିଭାବକମାନେ ଏହି ରାସ୍ତା ଦେଇ ବିଦ୍ୟାଳୟକୁ ଯାଇଥାନ୍ତି । ହେଲେ ରାସ୍ତା ଧୋଇହୋଇ ଯିବାରୁ ପିଲାମାନଙ୍କ ପଢିବା ପାଇଁ ଯିବା ଆସିବାରେ ସମସ୍ୟା ଦେଖାଦେଇଛି ।
ଏହି ରାସ୍ତାକଡରେ ଅନେକ ବିଲ ରହିଥିବାରୁ ଚାଷୀମାନେ ଯିବା ଆସିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ଏହି ରାସ୍ତାକୁ ନିର୍ମାଣ କରାଯିବାକୁ ପ୍ରଶାସନ ନିକଟରେ ଅଂଚଳବାସୀ ଦାବି କରିଛନ୍ତି ।
ଦାଶ କାଠିଆ ମାଧ୍ୟମରେ ପୋଷଣ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୮/୮: ବୌଦ୍ଧଜିଲ୍ଲା ମିଶନ ଶକ୍ତି ଭବନ ପରିସରରେ ଦାଶ କାଠିଆ ମାଧ୍ୟମରେ ପୋଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସିଡିପିଓ ମୀନତି ଦେଓ ଉଦଘାଟନ କରିଥିଲେ । ଦାଶ କାଠିଆ ମାଧ୍ୟମରେ ପୋଷଣର ପାଂଚ ସୂତ୍ର ନିୟମ ପରିବେଷଣ ହୋଇଥିôଲା । କାର୍ଯ୍ୟକ୍ରମରେ ମିଶନ ଶକ୍ତି ସଂଯୋଜିକା ସସ୍ମିତା ବାଦି,ସମସ୍ତ ସୁପରଭାଇଜ.ବ୍ଲକ ମହାସଂଘର ସମସ୍ତ କର୍ମକର୍ତ୍ତା,ଅଙ୍ଗୱାଡି କର୍ମୀ,ସ୍ୱଂୟ ସହାୟିକା ଗୋଷ୍ଠୀ ସଦସ୍ୟା ଉପସ୍ଥିତଥିଲେ । ଦାଶ କାଠିଆ ଗାୟକ ସୌମିତ୍ରୀ ମାଟିଆ ଓ କରୁଣାକାର ବଗର୍ତ୍ତୀ ଦାଶ କାଠିଆକୁ ପରିବେଶଷ କରିଥିଲେ ।
ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିସନ ,ବାଉଁଶୁଣି ଧାନ ମଣ୍ଡିରେ ଚାଷୀ ମୃତ୍ୟୁ ଘଟଣା
ବୌଦ୍ଧ, ୮/୮: ଚଳିତ ବର୍ଷ ଖରିଫ ଋତୁରେ ବାଉଁଶୁଣି ଧାନ ମଣ୍ଡିରେ ଜମଘାଟି ଗ୍ରାମର ଧରଣୀ ମେହେରଙ୍କ ମୃତ୍ୟୁ ହୋଇଥିଲା। ସ୍ବର୍ଗତ ମେହେର ୫୬ କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ଜାନୁଆରୀ ୨୫ ତାରିଖରେ ଟୋକନ ପାଇଥିଲେ। ମଣ୍ଡିରେ ଧାନ ପକାଇବା ପାଇଁ ୧୫ ଦିନ ହେଲା ମଣ୍ଡିକୁ ଦୌଡ଼ୁଥିଲେ। ମଣ୍ଡି କର୍ତ୍ତୃପକ୍ଷ ମଣ୍ଡି ପଛେଇ ଚାଲିଥିବା କହି ଦିନ ଗଡ଼ାଇ ଚାଲିଥିଲେ।
ଟୋକନ ଅବଧି ଶେଷ ହୋଇଯିବା ନେଇ ସେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ଶେଷରେ ୨୨ ତାରିଖରେ ତାଙ୍କୁ ମଣ୍ଡିକୁ ଧାନ ଆଣିବା ପାଇଁ କୁହାଯାଇଥିଲା। ଧାନ ପକାଇବା ପରେ ମଧ୍ୟ ତାଙ୍କ ଧାନ ଉଠିନଥିଲା।
୨୩ ତାରିଖରେ ପୁଣି ପୁଅ କ୍ଷୀରୋଦଙ୍କୁ ନେଇ ମଣ୍ଡିକୁ ଯାଇଥିବା ବେଳେ ହଠାତ ଅସୁସ୍ଥ ହୋଇ ଟଳି ପଡ଼ିଥିଲେ। ତାଙ୍କୁ ବାଉଁଶୁଣି ଡାକ୍ତରଖାନାକୁ ନେବାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଚାଷୀଙ୍କ ମୃତ୍ୟୁକୁ ନେଇ ମାନବାଧିକାର କର୍ମୀ ସଚିନ୍ଦ୍ର ସାହୁ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ କମିସନ ଚାଷୀ ମୃତ୍ୟୁ ଘଟଣାର ସବିଶେଷ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନୋଟିସ ଦେଇଥିବା ଜଣାଯାଇଛି।
ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୩୫ ତମ ଜ୍ଞାନ ବିଜ୍ଞାନ ମେଳା
ବୌଦ୍ଧ,୮/୮: ବୌଦ୍ଧ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୩୫ ତମ ବିଦ୍ୟାଳୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଭାସ ଚନ୍ଦ୍ର ମିଶ୍ର ଙ୍କ କର କୋମଳରେ ଜ୍ଞାନ ଦୀପ ପ୍ରଜ୍ବଳିତ ହୋଇଥିଲା ।
ଏହି ଉତ୍ସବରେ ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତିକେଶ୍ୱର୍ ବେହେରା , ବିଦ୍ୟାଳୟର ସଭାପତି ରାଜ କିଶୋର ମହାରଣା,ସମ୍ପାଦକ ସାର ପ୍ରଧାନ,ସହ ସଂପାଦକ ସନ୍ତୋଷ ପୁରୋହିତ , ରାଜ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଉକ୍ତ ଜ୍ଞାନ ବିଜ୍ଞାନ ମେଳା ରେ ପ୍ରାକ୍ ଶିଶୁ ,ଶିଶୁ, ବାଲ୍ ଓ କିଶୋର ବର୍ଗରେ ବିଜ୍ଞାନ ବିଭାଗରେ ରେ ୧୨୩ ଟି ଓ ଗଣିତ ବିଭାଗରେ ୧୯ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।
ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଶିଶୁ ମାନଙ୍କୁ ବିଜ୍ଞାନ ଓ ଗଣିତର ଗୁରୁତ୍ଵ ସହ ଭବିଷ୍ୟତରେ କିଭଳି ଜଣେ ଜଣେ ବୈଜ୍ଞାନିକ ହେବେ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ସ୍ତରରେ ଚୟନ ହୋଇଥିବା ପ୍ରତିଯୋଗୀ ମାନେ ବିଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଯୋଗଦାନ କରିବେ । ଶେଷରେ ସମ୍ପାଦକ ଶ୍ରୀ ପ୍ରଧାନ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031