Indus Valley Times

କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ଠାରେ ସ୍ଵସ୍ଥ ଭାରତ ମିଶନ ଅଭିଯାନର ଉଦଘାଟନ ସହିତ ଫିଟ୍ ଇଣ୍ଡିଆ ଫ୍ରୀଡମ ରନର ଉଦଯାପନ ଉତ୍ସବ ଅନୁଷ୍ଠିତ

 Breaking News

କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ଠାରେ ସ୍ଵସ୍ଥ ଭାରତ ମିଶନ ଅଭିଯାନର ଉଦଘାଟନ ସହିତ ଫିଟ୍ ଇଣ୍ଡିଆ ଫ୍ରୀଡମ ରନର ଉଦଯାପନ ଉତ୍ସବ ଅନୁଷ୍ଠିତ

October 03
12:29 2021

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ

ନୂଆଗାଁ,୩/୧୦: ନୟାଗଡ଼ ଜିଲ୍ଲା କଣ୍ଟିଲୋ ସ୍ତିତ ନୀଳମାଧବ ମହାବିଦ୍ୟାଳୟ ଠାରେ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଓ  ଦେଶରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ  ଫିଟ୍  ଇଣ୍ଡିଆ ଫ୍ରୀଡମ ରନ ର ଉଦଯାପନୀ ଏବଂ ସ୍ଵଚ୍ଛ ଭାରତ ମିଶନ ଅଭିଯାନ ର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଯାଇଅଛି।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୀଳମାଧବ ମହାବିଦ୍ୟାଳୟ ର ଏନ୍.ସି.ସି., ଏନ.ଏସ. ଏସ.,ୱାଇ. ଆର.ସି ୟୁନିଟ ଏବଂ ନୟାଗଡ଼ ନେହେରୁ ଯୁବକେନ୍ଦ୍ର ର ୭୦ ଜଣ ଯୁବକ,ଯୁବତୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ନେହେରୁ ଯୁବକେନ୍ଦ୍ରେ ର ଜିଲ୍ଲା ଯୁବ ଅଧିକାରୀ ଯୋଗଦେଇଥିବା ବେଳେ,ସମ୍ମାନିତ ଅତିଥି ଭାବେ ନୀଳମାଧବ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଇଶ୍ୱରଚନ୍ଦ୍ର ଦାସ ଙ୍କ ସମେତ  ସମାଜ ବିଜ୍ଞାନ ଅଧ୍ୟାପକ  ଊକ୍ସ.ଦୀନବନ୍ଧୁ ସାହୁ,ବରିଷ୍ଠ କିରାଣି ଲକ୍ଷ୍ମୀଧର ଚିନାରା,ଓ ଏନ.ଏସ.ଏସ . ପ୍ରୋଗ୍ରାମ   ଅଫିସର ହୂର୍ଷିକେଶ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନେ ନିଜ ଅଭିଭାଷଣରେ  ପ୍ରବେଶ କୁ ସ୍ବଚ୍ଛ ରଖିବା ସହିତ ପ୍ରତ୍ୟେକ ଦିନ ବ୍ୟାୟାମ କରି ନିଜକୁ  ସୁସ୍ଥ ରଖିବା ପାଇଁଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଯୁବକ ଯୁବତୀ ମାନେ ମହାବିଦ୍ୟାଳୟ ପରିବେଶକୁ ସଫେଇ କରିଥିଲେ  ମହାବିଦ୍ୟାଳୟ ଠାରୁ ବାଣପୁର ଗ୍ରାମ ପର୍ଯ୍ୟନ୍ତ  ଫିଟ୍ ଇଣ୍ଡିଆ ର ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଯୁବକ ଯୁବତୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ରୋଷେଇ ଚୁଲିରୁ   ନିଆଁ  ଲାଗି ଜଳିଗଲା ଦୁଇ ବଖରା  ଘର

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ

ନୂଆଗାଁ,୩/୧୦: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁମି ଗ୍ରାମପଞ୍ଚାୟତ  କଲିଆ  ଗ୍ରାମର ସଲପଡିହ ସାହି ର ବନିତା ମଳିକ, ସ୍ୱାମୀ. ସୁଶାନ୍ତ ମଳିକ ଙ୍କ ଦୁଇ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି ।

 ଶନିବାର ଦିନ ମଧ୍ୟାହ୍ନ ରେ  ବନିତ ରୋଷେଇ ସାରି   ଘରେ ଶାଶୁ ଶଶୁର ଏବଂ ନିଜ ଝିଅ କୁ ଧରି ଖାଇବା ବସିଥିବା ସମୟରେ  ଅଚାନକ ଚୁଲି ରୁ ନିଆଁ ବାହାରି ଚାଳ ରେ ଲାଗି ଯାଇଥିଲା ।ଗ୍ରାମବାସୀ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବି ନିଆଁକୁ ଆୟତ୍ତ କରିପାରିନଥିଲେ,ଫଲରେ ଦୁଇ ବଖରା ଚାଳ ଛପର ଘର ପୋଡି ପାଉଁଶ ହୋଇଯାଇଥିଲା। ନୂଆଗାଁ ତହସିଲଦାର ପ୍ରଳୟାନନ୍ଦ ଶତପଥି ଗୁମି ପଞ୍ଚାୟତ ରେ ଏକ ବୈଠକ ରେ ଯୋଗ ଦେବା କୁ ଯିବା ସମୟରେ  ଘର ପୋଡି ଯାଉଥିବାର ଦେଖି ସଂଗେ ସଂଗେ ଓଡଗାଁ ଅଗ୍ନିଶମ ବାହିନୀ ସହ ଯୋଗାଯୋଗ କରିଥିଲେ ,ଘଟଣା ସ୍ଥଳରେ ଓଡଗାଁ  ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ କରିଥିଲେ ।

ଏହି ଅଗ୍ନି କାଣ୍ଡରେ ଘରେ ଥିବା ନଗଦ ୫୦ ହଜାର ଟଙ୍କା , ଧାନ ଚାଉଳ,ଆସବାବପତ୍ର ସମେତ କେତେକ ଜରୁରୀ କାଗଜପତ୍ର  ପୋଡ଼ି ଯାଇଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ନୂଆଗାଁ ତହସିଲଦାର ଙ୍କ ସହିତ  ବାହାଡାଝୋଲା ଜଓ ପହଂଚି କ୍ଷତି ଗ୍ରସ୍ତ ପରିବାର କୁ ସମବେଦନା ଦେବା ସହ ଜରି ପାଲ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି।

ନୂଆଗାଁ ପଞ୍ଚାୟତ ସମିତିର ତ୍ରୟୋଦଶ ତମ  ସାଧାରଣ  ବୈଠକ

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ

ନୂଆଗା.୩/୧୦: ନୟାଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ସଭାଗୃହ ପରିସରରେ ସମିତିର ତ୍ରୟୋଦଶ ତମ ସମିତି ବୈଠକ ଶନିବାର ଦିନ  ଅନୁଷ୍ଠିତ ହୋଇଯାଇଛି।

ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନ୍ତର୍ଯ୍ୟା ମୀ ସ୍ୱାଇଁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା  ମୁଖ୍ୟ ଅତିଥି ଭାବେ  ଯୋଗଦେଇ ଥିଲେ।

ମୁଖ୍ୟ ଅତିଥି ଶ୍ରୀ ବେହେରା  ଶିକ୍ଷ୍ୟା,ସ୍ୱାସ୍ଥ୍ୟ, ଗମାନା ଗମନ,ପାନୀୟ ଜଳ ଯୋଗାଣ ଏବଂ  ଯୋଗ୍ୟା ହିତାଧିକାରୀ ଙ୍କୁ ରାସନକାର୍ଡ ଯୋଗାଇ ଦେବା ନେଇ ଗୁରୁତ୍ବ ଦେବାକୁ କହିଥିଲେ ,ତତ ସହିତ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ଲୋକାଭିମୁଖୀ ଯୋଜନାର ସୁଫଳ କିପରି ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିବ, ସେଥି ପ୍ରତି ଦୃଷ୍ଟିଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବ୍ଳକ ର ବିଭିନ୍ନ ଗ୍ରାମରେ ପାନୀୟଜଳ ଯୋଗାଣ ନେଇ ବୈଠକରେ ଅଭିଯୋଗ ହୋଇଥିଲା,ବିଧାୟକ ଶ୍ରୀ ବେହେରା ପାନୀୟଜଳ ପାଇବାରୁ ବଞ୍ଚିତ ଗ୍ରାମର ଲୋକଙ୍କୁ ୭ ଦିନ ମଧ୍ୟରେ ପାନୀୟଜଳ ଯୋଗାଇଦେବା ପାଇଁ ଉପସ୍ଥିତ ଜଡଝଝ ଅଧିକାରୀଙ୍କୁ ତାଗିଦ୍ କରିଥିଲେ।ସେହିପରି ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ସମସ୍ୟାର ସମାଧାନ ସହିତ ଯେପରି ସମସ୍ତ ଜନସାଧାରଣଙ୍କୁ  କରୋନା ଟୀକା ପ୍ରଦାନ କରାଯିବ ସେ ଦିଗରେ  ଯତ୍ନବାନ ହେବାପାଇଁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

 ଏହି ସାଧାରଣ ବୈଠକରେ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ,ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ,ବି. ଡି.ଓ ପ୍ରମୋଦ କୁମାର ନାୟକ,୧୭ ନଂ ଜିଲ୍ଲାପରଷଦ ସଭ୍ୟ ସୁଦୀପ୍ତ ରାୟ ଙ୍କ ସମେତ ସମସ୍ତ ୨୨ ଗୋଟି ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସାଧୁଚରଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031