Indus Valley Times

କନ୍ଧମାଳକୁ ରେଳପଥ ସଂଯୋଗ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ

 Breaking News

କନ୍ଧମାଳକୁ ରେଳପଥ ସଂଯୋଗ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ

କନ୍ଧମାଳକୁ ରେଳପଥ ସଂଯୋଗ ନେଇ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ
August 06
20:24 2021

କନ୍ଧମାଳ, ୬/୮ : କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳପଥ ନିର୍ମାଣ ନେଇ ସାଂସଦ ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ୱିନ୍ ବୈଷ୍ଣବଙ୍କ ସହ ସାକ୍ଷାତ କରି ପୁଣିଥରେ ଦାବି ଉପସ୍ଥାପନ କରିଛନ୍ତି। ବୁଧବାର ଶ୍ରୀ ସାମନ୍ତ ରେଳମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ସହ ଏ ସମ୍ପର୍କିତ ଏକ ଦାବି ପାତ୍ର ପ୍ରଦାନ କରିଥିଲେ।
ଏହି ସାକ୍ଷାତକାର ପରେ କନ୍ଧମାଳକୁ ରେଳପଥ ନିର୍ମାଣ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଅଶ୍ୱିନି ବୈଷ୍ଣବ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ କନ୍ଧମାଳ ସାଂସଦ ଶ୍ରୀ ସାମନ୍ତଙ୍କ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗତ ଜୁଲାଇ ୯ ତାରିଖରେ ରେଲୱେ ଷ୍ଟାଣ୍ଡିଂ କମିଟିର ଯୁଗ୍ମ ସମ୍ପାଦକ ପ୍ରସନ୍ନଜିତ ସିଂହ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ସୁମିତ୍ ଶର୍ମାଙ୍କୁ ଚିଠି ଲେଖି କନ୍ଧମାଳବାସୀଙ୍କ ଦୀର୍ଘ ଦିନର ଦାବି ସଂପର୍କରେ ଅବଗତ କରାଇଥିଲେ।
ନୂତନ ରେଳମନ୍ତ୍ରୀ ଖୁବ ଶୀଘ୍ର କନ୍ଧମାଳକୁ ରେଳପଥ ସଂଯୋଗ କାର୍ଯ୍ୟ ତ୍ୱରାନ୍ୱିତ କରିବେ ବୋଲି ଶ୍ରୀ ସାମନ୍ତ ଆଶା ପୋଷଣ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031