Indus Valley Times

କନ୍ଧମାଳରେ ଡିଜିଟାଲ୍ ଇଣ୍ଡିଆ ସାତ ସପନ ; ନେଟୱାର୍କ ପାଇଁ ପାହାଡ଼, ଜଙ୍ଗଲ ଘାଟି ସାହା ଭରଷା

 Breaking News

କନ୍ଧମାଳରେ ଡିଜିଟାଲ୍ ଇଣ୍ଡିଆ ସାତ ସପନ ; ନେଟୱାର୍କ ପାଇଁ ପାହାଡ଼, ଜଙ୍ଗଲ ଘାଟି ସାହା ଭରଷା

June 22
21:36 2022

ସଞ୍ଜୟ ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୨/୬: ବର୍ତ୍ତମାନ ସମୟରେ ଡିଜିଟାଲ୍ କାରବାର ବେଶ୍ ବୃଦ୍ଧି ପାଇଛି । ସରକାରୀ ଓ ବେସରକାରୀ ଅଫିସ କାମ ଅନ୍ଲାଇନ୍ରେ ହେଉଛି । ପାଠପଢ଼ାଠାରୁ ଚାକିରି ଆବେଦନ ପର‌୍ୟ୍ୟନ୍ତ ସବୁ ଅନ୍ଲାଇନ୍ ।
ଏପରିକି କ୍ୟାସ୍ଲେସ୍ କାରବାର ପାଇଁ ଦେଣନେଣ ମଧ୍ୟ ଅନଲାଇନ୍ରେ ହେଉଛି । ଆଉ ସରକାରୀ ଅଫିସ୍ କିମ୍ବା ବ୍ୟାଙ୍କକୁ ଯିବାକୁ ପଡ଼ିବନି ବୋଲି କୁହଯାଉଛି ।
ମାତ୍ର କନ୍ଧମାଳ ଜିଲ୍ଲାର କେତେକ ପଞ୍ଚାୟତରେ ନେଟ୍ୱାର୍କ ନଥିବାରୁ ଡିଜିଟାଲ ଇଣ୍ଡିଆ ସାତ ସପନ ହୋଇଛି ।ଏପରି ଏକ ଅଞ୍ଚଳ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତରେ ଇଣ୍ଟରନେଟ୍ ସୁବିଧା ପହଞ୍ଚିନାହିଁ ।
ଏଣୁ ସୁଟାଣି ଘାଟି ପାଲଟିଛି ନେଟ୍ଜୋନ୍ । ଘାଟିରେ ପହଞ୍ଚି ଅଙ୍ଗନବାଡ଼ି କର୍ମୀ ଅଫିସ କାମ କରୁଥିବା ବେଳେ ସେଠାରେ ଅନ୍ଲାଇନ୍ରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ଅଭିଯୋଗ ହୋଇଛି ଯେ ଉପାନ୍ତ ଇଲାକା ଲୁଇସିଂ ପଞ୍ଚାୟତ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ଠାରୁ ୫୦ କିମି ଦୂର ।
ବର୍ଷ ବର୍ଷ ଧରି ଅଞ୍ଚଳବାସୀ ମୋବାଇଲ ଟାୱାର ନିର୍ମାଣ ଦାବି କରି ଆସିଛନ୍ତି । ଏଠାରେ କୌଣସି ନେଟ୍ୱର୍କ ଆସୁନାହିଁ । ଜାତିଗତ ସାର୍ଟିଫିକେଟ୍, ସ୍କୁଲ, କଲେଜ ଫର୍ମ ପୂରଣ କରିବା, ଅନ୍ଲାଇନ୍ ପଢ଼ା ଠାରୁ ଆରମ୍ଭ କରି ଅଙ୍ଗନବାଡ଼ି କର୍ମୀ ଅଫିସ୍ ଡାଟା ଅନ୍ଲାଇନ୍ରେ ଦେବାକୁ କୁହାଯାଉଛି ।
ମାତ୍ର ନେଟ୍ୱାର୍କ ନଥିବାରୁ କାର‌୍ୟ୍ୟ ବାଧାପ୍ରାପ୍ତ ହେଉଛି । ବିଶେଷ କରି ଜରୁରି ପରିସ୍ଥିତିରେ ପଞ୍ଚାୟତବାସୀ ଡାକ୍ତରଖାନା ଯିବାକୁ ଆମ୍ବୁଲାନ୍ସକୁ ମଧ୍ୟ ଯୋଗାଯୋଗ କରିପାରୁ ନାହାନ୍ତି କ୍ଷ ଲୁଇସିଂ ପଞ୍ଚାୟତରେ ୧୦ଟି ଅଙ୍ଗନବାଡ଼ି କେନ୍ଦ୍ର ରହିଛି ।
ଅଙ୍ଗନବାଡ଼ି କେନ୍ଦ୍ରର କାମ ଅନ୍ଲାଇନରେ କରାଯାଉଛି । ଗର୍ଭବତୀ, ପ୍ରସୂତି, ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ପାଇଁ ମମତା ଆପ୍, ଓ ପୋଷଣ ଆପ୍ ଓ ଅନ୍ୟାନ୍ୟ ଆପ୍ ରହିଛି ।
ଏହି ଆପ୍ ମାଧ୍ୟରେ ସମସ୍ତ ତଥ୍ୟ ଦୈନିକ ଅପ୍ଲୋଡ୍ କରିବାକୁ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି । ସୁଟାଣି ଘାଟିରେ ନିକଟରେ ନେଟ୍ୱର୍କ ରହୁଥିବାରୁ ବାଧ୍ୟ ହୋଇ ଅଙ୍ଗନବାଡ଼ି କର୍ମୀ ପଞ୍ଚାତୟଠାରୁ ୧୦ କିମି ଦୂର ଯାଉଛନ୍ତି ।
ସେଠାରେ ଅଫିସ କାମ କରୁଛନ୍ତି । କିଏ ନିଜ ଗାଡ଼ି ନେଇ ଯାଉଛନ୍ତି ତ ଆଉ କିଏ ଯାତ୍ରୀବାହୀ ଗାଡ଼ିରେ ଯାତାୟାତ କରୁଛନ୍ତି । ଏଥିପାଇଁ ସମୟ ଓ ଅର୍ଥ ଅପଚୟ ହେଉଥିବା ଅଭିଯୋଗ ହୋଇଛି ।
ଭାଟୁଲୁ ଅଙ୍ଗନବାଡ଼ି କର୍ମୀ ସାନ୍ତୁନି କହଁର, କଡ଼ମପାଙ୍ଗା ଅଙ୍ଗନବାଡି କର୍ମୀ ସଇନ୍ଦ୍ର କହଁର, ମାଳାକେରି ଅଙ୍ଗନବାଡ଼ି କର୍ମୀ ରଚନା କହଁର ଅନ୍ଲାଇନ୍ କାମ ପାଇଁ ସୁଟାଣି ଘାଟିକୁ ମାସ ମାସ ଧରି ଆସୁଥିବା କହିଛନ୍ତି । ଯାତାୟତରେ ବହୁ ଅସୁବିଧା ଭୋଗୁଥିବା କହିଛନ୍ତି ।
ଛାତ୍ରଛାତ୍ରୀମାନେ ମଧ୍ୟ ଘାଟି ଅଞ୍ଚଳରେ ବିଭିନ୍ନ ଜାଗାରେ ବସି ପଢ଼ୁଛନ୍ତି । ମୋବାଇଲ ଟାୱାର ନିର୍ମାଣ କରିବାକୁ ସରପଞ୍ଚ ସୁଦର୍ଶନ କହଁର ଦାବି କରିଛନ୍ତି । ଏ ନେଇ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତ ଖୁବ୍ଶୀଘ୍ର ନେଟ୍ୱର୍କ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।
ବାଲିଗୁଡ଼ା : ଚିତି ସାପ କାମୁଡ଼ାରେ ଜଣେ ମୃତ
ବାଲିଗୁଡା,୨୨/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ମଦାଙ୍ଗିକ୍ରାଡିସାଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି ।
ସେହି ଗାଁର ନୀଳନ୍ତି ମଲ୍ଲିକଙ୍କୁ ସାପ କାମୁଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବୟସ ୩୫ ବର୍ଷ ହୋଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ ନୀଳନ୍ତି ରାତିରେ ଶୋଇଥିବା ସମୟରେ ହଠାତ୍ ଚିତି ସାପଟି ତାଙ୍କୁ କାମୁଡ଼ିଦେଇଥିଲା ।
ପରେ ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ କୋଟଗଡ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ପରେ ତାଙ୍କୁ ଶବ କୁ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା ।
ବାଲିଗୁଡ଼ା : ପାଗଳ କୁକୁର କାମୁଡ଼ାରେ ୪ ଆହତ : ଭୟର ଲହରୀ
ବାଲିଗୁଡ଼ା,୨୨/୬:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି । ସକାଳୁ ସକାଳୁ ପାଗଳ କୁକୁର କାମୁଡ଼ାରେ ୫ ଜଣ ଆହତ ହୋଇଛନ୍ତି ।
କଲନୀସାହି ଗାଁର ମିରୋଜ କୁମାର ସିଂ (୩୨ବର୍ଷ) ସକାଳୁ ପରିସ୍ରା କରିବାକୁ ଯାଉଥିବା ବେଳେ ସମୟରେ ହଠାତ୍ ପାଗଳ କୁକୁର ଆସି ମିରୋଜ କୁମାର ସିଂଙ୍କୁ କାମୁଡ଼ି ଦେଇଥିଲା ।
ପରେ ତାଙ୍କୁ କୋଟଗଡ ଚିକିତ୍ସାଳୟକୁ ପରିବାର ଲକେ ନେଇଥିଲେ । ଗୁରୁତର ଆହତ ହୋଇଥିବାରୁ ସଙ୍ଗେ ସଙ୍ଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।
କୁକୁର କାମୁଡ଼ିଥିବା ଅନ୍ୟ ୪ଜଣ ହେଲେ ଟାଙ୍କି ସାହିର ଅର୍ଜୁନ ସାହୁଙ୍କ ପୁଅ ରାଜେଶ କୁମାର ସାହୁ, ହାଟପଦା ଗ୍ରାମର ତୁଣ୍ଡୁଡା ନାୟକ, ଝରିଆପଦାର ସନ୍ତୋଷ ମହାନ୍ତି ଓ ମଦାଙ୍ଗି ଗ୍ରାମର ଜଣେ ବ୍ୟକ୍ତି ।
କୋଟଗଡ ବଜାର, ବ୍ଲକ ହାଟ କାମକୁ ଯିବାକୁ ଲୋକେ ଭୟଭୀତ ହେଉଛନ୍ତି । ତାଟି କବାଟ ବନ୍ଦ କରି ରହୁଛନ୍ତି । ଘରୁ କେହି ବାହାରକୁ ବାହାରିବାକୁ ଭୟ ବିତ ହେଇଛନ୍ତି । ପାଗଳ କୁକୁର ଆତଙ୍କରେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଯାଇଛି ।ଏଥି ପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031